ନୂଆଦିଲ୍ଲୀ,୨୪/୦୫; ପଶ୍ଚିମବଙ୍ଗରେ ନୂଆ ସରକାର ଗଠନ ସହିତ ଚର୍ଚ୍ଚାକୁ ଆସିଛନ୍ତି ସିନିୟର ଆଇପିଏସ୍ ଅଫିସର ଦମୟନ୍ତୀର ସେନ୍ । ପଶ୍ଚିମବଙ୍ଗରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଶୁଭେନ୍ଦୁ ସରକାର ଏକ କମିଟି ଗଠନ କରିଛନ୍ତି । ଜୁନ୍ ୧ରୁ, ଏହି କମିଟି ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନ ପରିଦର୍ଶନ କରିବ ଏବଂ ସାଧାରଣ ଶୁଣାଣି ପରି ସିଧାସଳଖ ମହିଳାମାନଙ୍କଠାରୁ ଅଭିଯୋଗ ପଞ୍ଜିକରଣ କରିବ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର 'ସୁପରକପ' ଭାବରେ ଜଣାଶୁଣା ଦମୟନ୍ତ୍ରୀ ସେନଙ୍କୁ ମହିଳା ଏବଂ ଶିଶୁଙ୍କ ବିରୋଧରେ ଅପରାଧ ତଦନ୍ତ ପାଇଁ ଗଠିତ କମିଟିର ମେମ୍ବର ସେକ୍ରେଟାରୀ ନିଯୁକ୍ତ କରିଛନ୍ତି । କମିଟିର ଅଧ୍ୟକ୍ଷତା କରିବେ ଅବସରପ୍ରାପ୍ତ ବିଚାରପତି ସମାପ୍ତି ଚାଟାର୍ଜୀ । ଏହି କମିଟି ମମତା ସରକାରରେ ୧୫ ବର୍ଷରେ ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାରର ଯାଞ୍ଚ କରିବ । ଜୁନ ପହିଲାରୁ ଦମୟନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧର ତଥ୍ୟ ସଂଗ୍ରହ କରିବ ଟିମ୍ । ୨୦୧୨ ପାର୍କ ଷ୍ଟ୍ରିଟ୍ ଗଣଦୁଷ୍କର୍ମ ମାମଲାରେ ସତ କହିବାକୁ ପନିସମେଣ୍ଟ ଭୋଗି ଥିଲେ । ତତ୍କାଳୀନ ମମତା ସରକାର ତାଙ୍କୁ ମୁଖ୍ୟଧାରାରରୁ ହଟାଇଥିବା ଅଭିଯୋଗ ରହିଛି ।

କିଏ IPS ଦମୟନ୍ତୀ ସେନ୍ ? ୧୯୯୬ ବ୍ୟାଚର ଆଇପିଏସ ଅଧିକାରୀ ଦମୟନ୍ତୀ ସେନ । ଜଣେ ସଚ୍ଚୋଟ୍ ଅଫିସର ।  କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତ୍ତକ ଓ ସ୍ନାତ୍ତୋକତର କରିଛନ୍ତି । ଅବିବାହିତ ଦମୟନ୍ତ୍ରୀ ଏକ ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସେ କୋଲକାତା ଯୁଗ୍ମ ସଚିବ କମିଶନର ହୋଇଥିବା ପ୍ରଥମ ମହିଳା ଥିଲେ । ତାଙ୍କ କ୍ୟାରିୟରରେ ଅନେକ ହାଇପ୍ରୋଫାଇଲ ମାମଲାର ଲିଡ୍ କରିଥିଲେ । ୨୦୧୨ ପାର୍କ ଷ୍ଟ୍ରିଟ୍ ଗଣଦୁଷ୍କର୍ମ ମାମଲାର ତଦନ୍ତ କରି ଚର୍ଚ୍ଚା ଥିଲେ ଦମୟନ୍ତୀ । ଏହି ମାମଲାର ତାଙ୍କୁ ଦେଇଥିଲା ପରିଚୟ । ନାଇଟ୍ କ୍ଲବରୁ ଫେରୁଥିବା ବେଳେ ଜଣେ ମହିଳାଙ୍କୁ ଚଳନ୍ତା କାରରେ ଗଣଦୁଷ୍କର୍ମ କରାଯାଇଥିଲା । ଦେଶରେ ଚହଳ ପକାଇଥିଲା ଘଟଣା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାକୁ ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ମନଗଢା କାହାଣୀ ବୋଲି କହିଥିଲେ । ତଥାପି ଦମୟନ୍ତୀ ସେନ ଯାଞ୍ଚ କରିଥିଲେ ସତ ସାମ୍ନାକୁ ଆସିଥିଲା । ପ୍ରମାଣ ଆଧାରରେ ଗଣଦୁଷ୍କର୍ମ ସତ ବୋଲି ପ୍ରମାଣିତ ହୋଇଥିଲା । କିଛି ଦିନରେ ଅଭିଯୁକ୍ତ ଗିରଫ ହୋଇଥିଲେ । ସତ ସାମ୍ନାକୁ ଆଣି ଥିବାରୁ ଦମୟନ୍ତୀଙ୍କୁ ସାଇଡଲାଇନ କରିଦିଆଯାଇଥିଲା । କୋଲକାତା ପୁଲିସ ମୁଖ୍ୟାଳୟ ଲାଲବଜାରରୁ ବାରାକପୁର କମିଶନରେଟ ଏକ ପଦବୀକୁ ଟ୍ରାନ୍ସପର କରିଦିଆଯାଇଥିଲା । ଦୀର୍ଘ ଦିନ ଯାଏ ତାଙ୍କୁ କୌଣସି ବଡ଼ ମାମଲାରେ ଦାୟିତ୍ୱ ଦିଆଯାଇନଥିଲା । ଏବେ ୧୪ ବର୍ଷ ପରେ ପୁଣି ଦମୟନ୍ତୀ ସେନ୍ ଫେରିଛନ୍ତି ।

ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ଦମୟନ୍ତୀଙ୍କ ସହ ଆଉ ଜଣେ ଆଇପିଏସ ଅଧିକାରୀ ଚର୍ଚ୍ଚାରେ ଅଛନ୍ତି । ସେ ହେଉଛନ୍ତି କେ. ଜୟରାମନ । ସେ ବି ଜଣେ ସଚ୍ଚୋଟ ପୁଲିସ୍ ଅଧିକାରୀ । ଟିଏମସିର ୧୫ ବର୍ଷ ଶାସନ କାଳରେ ସାଂସ୍ଥାଗତ ଦୁର୍ନୀତି ଏବଂ ମହିଳା ବିରୋଧୀ ଅପରାଧର ତଦନ୍ତ ପାଇଁ ଗଠିତ କମିଟିର ଲିଡ୍ କରିବେ ଏହି ଦୁଇ ଆଇପିଏସ ଅଫିସର । ୧୯୯୭ ବ୍ୟାଚର ଆଇପିଏସ ଅଧିକାରୀ ଜୟରାମନ । ଏବେ ସେ ଉତ୍ତର ବଙ୍ଗ ରେଞ୍ଜର ଏଡିଜି ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୩ ନଭେମ୍ବର ୩୦ ତାଙ୍କୁ ନିଲମ୍ବିତ କରାଯାଇଥିଲା । ଏବେ ପୁଣି ଦମୟନ୍ତୀଙ୍କ ସହ ଜୟରାମନଙ୍କ ଏଣ୍ଟ୍ରୀ ପରେ ପଶ୍ଚିମବଙ୍ଗ ଶିରୋନାମା ପାଲଟିଛି ।