ମୁମ୍ବାଇ,୨୩/୬ :  ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆକୁ ହ୍ବାଇଟ୍ ବଲ୍ ସିରିଜ ଖେଳିବାକୁ ଅଛି । ଯେଉଁଥିରେ ପ୍ରଥମେ ୫ ଟି-୨୦ ଏବଂ ପରେ ୩ ଓ୍ବାନଡେ ହେବ । ୧ ଜୁଲାଇରୁ ଆରମ୍ଭ ହେଉଥିବା ଟି-୨୦ ସିରିଜ ଲାଗି ଆୟୋଜକ ଇଂଲଣ୍ଡର ଗତ ସୋମବାର ୧୭ସଦସ୍ୟ ବିଶିଷ୍ଟ ଟିମର ଘୋଷଣା କରାଯାଇଛି । ଯେଉଁଥିରେ ଅନକ୍ୟାପ୍ଡ ଯୁବ ଅଲରାଉଣ୍ଡର ଜେମ୍ସ କୋଲ୍ସଙ୍କ ନାଁ ବି ସାମିଲ ରହିଛି । ୨୨ବର୍ଷୀୟ କୋଲ୍ସଙ୍କୁ ପ୍ରଥମ ଥର ଇଂଲିଶ ଟିମ୍ ଭାଗିଦାରୀ କରାଯାଇଛି । ଏବେ ପ୍ରଶ୍ନ ଉଠୁଛି କି କୋଲ୍ସ କିଏ ?

କୋଲ୍ସଙ୍କ ଜନ୍ମ ୨ଏପ୍ରିଲ୍ ୨୦୨୪ରେ ଇଂଲଣ୍ଡର ଏଲିସବରୀରେ ହୋଇଥିଲା । ଘରୋଇ କ୍ରିକେଟ ଏବଂ ଟି-୨୦ ଲିଗ୍ସରେ ଭଲ ପ୍ରଦର୍ଶନ ପରେ କୋଲ୍ସଙ୍କୁ ଇଂଲଣ୍ଡ ଟିମରେ ସ୍ଥାନ ମିଳିଛି । ଇଂଲଣ୍ଡ ଅଲରାଉଣ୍ଡର ଜେମ୍ସ ଦ ହଣ୍ଡେ୍ରଡ ୨୦୨୬ ଲାଗି ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଖୋଳାଳୀ ହେଲେ । କୋଲ୍ସଙ୍କୁ ଲଣ୍ଡନ ସ୍ପିରିଟ୍ ୪କୋଟି ୮୦ଲକ୍ଷ ଟଙ୍କା ମୂଲ୍ୟରେ କିଣିଥିଲା । ୨୦୨୪ ଏବଂ ୨୦୨୫ରେ କୋଲ୍ସ ସାଉଦର୍ନ ବ୍ରେବ ଲାଗି ଖେଳୁଥିବା ନଜର ଆସିଥିଲେ । ଟିମ୍ ଲାଗି ପ୍ରଥମ ସିଜନରେ କୋଲ୍ସ ୪୪ରନ୍ ଏବଂ ଦ୍ବିତୀୟ ସିଜନରେ ୧୨୪ରନ୍ କରିଥିଲେ । ଜେମ୍ସ କୋଲ୍ସ ୧୬ବର୍ଷ ଏବଂ ୧୫୭ ଦିନ ବୟସରେ ସସେକ୍ସ ଲାଗି ଫାଷ୍ଟ-କ୍ଲାସ ଡେବ୍ୟୁ କରିଥିବା ସବୁଠାରୁ ଯୁବ ଖେଳାଳୀ ହୋଇଥିଲେ । ଯେତେବେଳେ ତାଙ୍କୁ ଓବେଲରେ ସରେ ବିପକ୍ଷ ବବ ବିଲିସ ଟ୍ରଫିରେ ଖେଳିବାକୁ ସୁଯୋଗ ମିଳିଥିଲା ।

ଆସନ୍ତୁ ନଜର ପକାଇବା କୋଲ୍ସଙ୍କ ଘରୋଇ କ୍ୟାରିୟର ଉପରେ । ଏବେ ପର୍ଯ୍ୟନ୍ତ ସେ ୫୮ଫାଷ୍ଟ କ୍ଲାସ, ୨୪ଲିଷ୍ଟ-ଏ ଏବଂ ୭୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଫାଷ୍ଟ କ୍ଲାସରେ କୋଲ୍ସ ବ୍ୟାଟିଂ କରି ୩୪୪୧ରନ୍ କରିଛନ୍ତି ଏବଂ ବୋଲିଂରେ ୭୪ ଓ୍ବିକେଟ ନେଇଛନ୍ତି । ଲିଷ୍ଟ-ଏରେ କୋଲ୍ସ ୪୨୫ରନ ସ୍କୋର କରିଛନ୍ତି ଏବଂ ବୋଲିଂ କରି ୨୬ଓ୍ବିକେଟ ନିଜ ପକେଟକୁ ନେଇଛନ୍ତି । ବାକି ଟି-୨୦ରେ କୋଲ୍ସଙ୍କ ବ୍ୟାଟରୁ ୧୩୭୩ରନ୍ ବାହାରିଛି ଏବଂ ବୋଲିଂ କରି ୫୩ଓ୍ବିକେଟ ନେଇଛନ୍ତି ।

ଭାରତ ବିପକ୍ଷ ଟି-୨୦ ସରିଜ ଲାଗି ଇଂଲଣ୍ଡର ୧୭ସଦସ୍ୟ ବିଶିଷ୍ଟ ସ୍କ୍ବାର୍ଡ଼

ହ୍ୟାରି ବ୍ରକ(ଅଧିନାୟକ), ରୋହନ ଅହମଦ, ଜୋଫ୍ରା ଆର୍ଚର, ସୋନୀ ବେକର, ଟମ ବ୍ୟାଣ୍ଟନ, ଜ୍ୟାକବ ବେଥେଲ, ଜୋସ ବଟଲର, ଜେମ୍ସ କୋଲ୍ସ, ଜାର୍ଡନ କାକ୍ସ, ସ୍ୟାମ କରନ, ଲିୟାମ ହାସନ, ବିଲ୍ ଜ୍ୟାକ୍ସ, ସାକିବ ମହମୁଦ, ଆଦିଲ୍ ରଶୀଦ, ଫିଲ ସାଲ୍ଟ, ଜୋଶ ଟ୍ୟାଗ, ଲ୍ୟୁକ୍ ବୁଡ଼ ।