ନୂଆଦିଲ୍ଲୀ,୨।୩: ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ଶୁକ୍ରବାର ରାତିରେ ଓ୍ବାଘା ବର୍ଡର ଦେଇ ଭାରତ ଫେରି ଆସିଛନ୍ତି। ଅଭିନନ୍ଦନ ଭାରତ ଫେରିବା ପରେ ତାଙ୍କର ଫଟୋ ଦୀର୍ଘ ଦିନ ଧରି ଅନେକଙ୍କ ମନ ଭିତରେ ତାଜା ରହିବ। ତାଙ୍କୁ ଛାଡ଼ିବାକୁ ଅଟ୍ଟାରି-ୱାଘା ସୀମା ପର୍ଯ୍ୟନ୍ତ ପାକିସ୍ତାନର ବୈଦେଶିକ ବିଭାଗର କିଛି ଅଧିକାରୀଙ୍କ ସହିତ ପାକିସ୍ତାନୀ ରେଞ୍ଜର୍ସର ଅଧିକାରୀ ଆସିଥିଲେ। କିନ୍ତୁ ଅଭିନନ୍ଦନ ଭାରତ ଫେରିବା ବେଳେ ତାଙ୍କ ସହ ଜଣେ ମହିଳାଙ୍କୁ ଦେଖିବାକୁ ମିଳିଥିଲା। ଏବେ ସେ ମହିଳାଙ୍କୁ ନେଇ ଚର୍ଚ୍ଚା ହେଉଛି। ସେ ମହିଳା ଜଣଙ୍କ କିଏ?ଆରମ୍ଭରୁ କିଛି ଲୋକଙ୍କୁ ଲାଗିଥିଲା ସେ ଅଭିନନ୍ଦନଙ୍କ ସ୍ତ୍ରୀ, କିନ୍ତୁ କିଛି ସମୟ ପରେ ସେ ସୀମା ପାର କରି ଫେରି ଯାଇଥିଲେ।
{"id":5811,"width":732,"height":488}ପ୍ରକୃତରେ ଏହି ମହିଳା ଜଣକ ହେଉଛନ୍ତି ପାକିସ୍ତାନର ବୈଦେଶିକ ବିଭାଗରେ ଭାରତ ସଂପର୍କିତ ବ୍ୟାପାରର ନିର୍ଦ୍ଦେଶକ ଅଛନ୍ତି। ତାଙ୍କ ନାଁ ଡ. ଫରିହା ବୁଗତୀ। ସେ ଜଣେ ଏଫ୍ଏସ୍ପି (ପାକିସ୍ତାନ ବିଦେଶ ସେବା) ଅଧିକାରୀ, ଅର୍ଥାତ୍ ଆମ ଦେଶର ଆଇଏଫ୍ଏସ୍ (ଭାରତୀୟ ବୈଦେଶିକ ସେବା) ଅଧିକାରୀଙ୍କ ସମକକ୍ଷ।ପାକିସ୍ତାନରେ ବନ୍ଦୀ ନୌସେନାର ପୂର୍ବତନ ଅଧିକାରୀ କୂଲଭୂଷଣ ଯାଦବଙ୍କୁ ଯେତେବେଳେ ତାଙ୍କ ମା’ ଓ ପତ୍ନୀ ସାକ୍ଷାତ କରିବାକୁ ଯାଇଥିଲେ, ସେତେବେଳେ ମଧ୍ୟ ଫରିହା ବୁଗତୀ ଉପସ୍ଥିତ ଥିଲେ।