PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଭାରତୀୟ କଫ୍‌ ସିରପ୍ କମ୍ପାନୀ ବିରୋଧରେ WHOର ସତର୍କବାଣୀ; ୬୬ ଶିଶୁଙ୍କ ମୃତ୍ୟୁକୁ ନେଇ ଉଦ୍‌ବେଗ

Image Courtesy: India TV

ନୂଆଦିଲ୍ଲୀ,୦୬/୧୦: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ମେଡେନ ଫାର୍ମାସେଉଟିକାଲ ଦ୍ବାରା ପ୍ରସ୍ତୁତ କରାଯାଇଥିବା ୪ଟି କାଶ ଔଷଧ ବା କଫ୍‌ ସିରପ୍‌ ଉପରେ ଏକ ଡାକ୍ତରୀ ସତର୍କ ସୂଚନା ଜାରୀ କରିଛି। ହୁ’ ପକ୍ଷରୁ ଏହା ଦ୍ବାରା କିଡ୍‌ନୀ ଉପରେ ପ୍ରଭାବ ପଡ଼ୁଥିବା କୁହାଯାଇଥିବା ବେଳେ ଗମ୍ବିଆରେ ୬୬ ଜଣ ଛୁଆଙ୍କ ମୃତ୍ୟର କାରଣ ଏହି କଫ୍‌ ସିରପ୍‌ ହୋଇପାରେ ବୋଲି ହୁ ପକ୍ଷରୁ ରଏଟର୍ସରୁ ମିଳିଥିବା ସୂଚନାରେ କୁହାଯାଇଛି। କମ୍ପାନୀ ଏବଂ ନିୟାମକ କର୍ତ୍ତୃପକ୍ଷଙ୍କ ସହ ଏହା ବିଷୟରେ ଅଧିକ ଅନୁସନ୍ଧାନ କରାଯାଉଛି।

WHO ଏକ ଡାକ୍ତରୀ ସତର୍କସୂଚନା ଜାରି କରି କହିଛି ଯେ ୪ଟି କଫ ସିରଫର ଲାବୋରୋଟରୀ ପରୀକ୍ଷଣରେ ଏହା ଜଣାପଡ଼ିଛି ଯେ ଏଗୁଡ଼ିକରେ ମାତ୍ରାଧିକ ଡାଇଥ୍ଲିନ ଗ୍ଲାଏକୋଲ୍ ଓ ଏଥିଲିନ ଗ୍ଲାଇକୋଲ ବ୍ୟବହାର କରାଯାଇଛି।” ହୁ ଆହୁରି ମଧ୍ୟ କହିଛି ଯେ ଏଭଳି କଫସିରଫ ଗାମ୍ବିଆରେ ଦେଖିବାକୁ ମିଳିଛି।। WHO ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଧାନମ୍ ଗେବ୍ରିଏସସ୍ କହିଛନ୍ତି ଯେ ଗାମ୍ବିଆରେ ଚିହ୍ନଟ ହୋଇଥିବା ଚାରିଟି ଦୂଷିତ ଔଷଧ ପାଇଁ WHO ଏକ ଡାକ୍ତରୀ ସତର୍କ ସୂଚନା ଜାରି କରିଛି। ଏହି ଔଷଧ ଦ୍ବାରା କିଡନୀରେ ଗୁରୁତର ପ୍ରଭାବ ପକାଇବା ସହିତ ୬୬ ଜଣ ଛୁଆଙ୍କ ମୃତ୍ୟୁ ଏହାର କାରଣ ହୋଇପାରେ। ଏହି ପିଲାମାନଙ୍କର ମୃତ୍ୟୁ ସେମାନଙ୍କ ପରିବାର ପାଇଁ ଏକ ଶକ୍ତ ଧକ୍କା।

ଅନ୍ୟ ଦେଶକୁ ଏଗୁଡ଼ିକ ରପ୍ତାନୀ ହୋଇଥିବା ତେଣୁ ସତର୍କ ରହିବାକୁ ହୁ କହିଛି। ତା ସହିତ ଏହି କଫ ସିରଫ ନେଇ ଭାରତର ଔଷଧ ନିୟନ୍ତ୍ରଣ ବିଭାଗ ସହ ମିଶି ହୁ ତଦନ୍ତ କରୁଛି ବୋଲି ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର