ନୂଆଦିଲ୍ଲୀ,୨୬।୧୦: ଦେଶର ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ବିଆର ଗଭଇ ୨୩ ନଭେମ୍ବରରେ ନିଜ ପଦରୁ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଆଗାମୀ ସିଜେଆଇଙ୍କୁ ଚୟନ କରାଯିବାର ପକ୍ରିୟାର କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇସାରିଛି। ନିୟମ ଅନୁସାରେ, ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ପ୍ରଧାନ ବିଚାରପତିଙ୍କ ପରେ ସବୁଠାରୁ ବରିଷ୍ଠ ବିଚାରପତିଙ୍କୁ ଏହି ପଦ ମିଳିଥାଏ। ଏହାର ସୁପାରିଶ ବର୍ତ୍ତମାନର ସିଜେଆଇ କରିଥାନ୍ତି। ଏବେ ସିଜେଆଇ ବିଆର ଗଭଇ ମଧ୍ୟ ଘୋଷଣା କରିଦେଇଛନ୍ତି ଯେ, ଆଗାମୀ ସିଜେଆଇ ସୁପ୍ରିମକୋର୍ଟରେ ତାଙ୍କ ପରେ ସବୁଠାରୁ ବରିଷ୍ଠ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ହେବେ।
ସୋମବାର ସିଜେଆଇ ବିଆର ଗଭଇ କେନ୍ଦ୍ର ସରକାରଙ୍କୁ ଆଗାମୀ ସିଜେଆଇ ଭାବରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନାମର ସୁପାରିଶ କରିବାକୁ ଯାଉଛନ୍ତି।ବର୍ତ୍ତମାନ ଭୁଟାନ ଗସ୍ତରେ ସିଜେଆଇ ଗଭଇ ରହିଛନ୍ତି। ଏକ ସାକ୍ଷାତକାରେ ସେ କହିଛନ୍ତି, ତାଙ୍କ ଅଫିସକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ ସିଜେଆଇ ପାଇଁ ସୁପାରିସ ମାଗିଥିବା ବାର୍ତ୍ତା ମିଳିଛି। ସେ କହିଛନ୍ତି, ମୁଁ ରବିବାର ସନ୍ଧ୍ୟାରେ ଦିଲ୍ଲୀରେ ପହଁଞ୍ଚିବି। ସୋମବାର ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନାଁର ସୁପାରିଶ ନିଜ ଉତ୍ତରାଧିକାରୀ ଭାବରେ କରିବି।’
ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ କଥା ଯଦି ହେବା ତେବେ ସେ ବର୍ତ୍ତମାନ ସିଜେଆଇ ଗଭଇଙ୍କ ପରେ ସବୁଠାରୁ ବରିଷ୍ଠ ବିଚାରପତି ରହିଛନ୍ତି। ହରିୟାଣାର ହିସାରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ତାଙ୍କ ବାପା ଜଣେ ଶିକ୍ଷକ ଥିଲେ। ଗାଁ ସ୍କୁଲରେ ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ। ୧୯୮୧ ରେ ସରକାରୀ ପୋଷ୍ଟ ଗ୍ରାଜୁଏଟ୍ କଲେଜ, ହିସାରରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ୧୯୮୪ ରେ ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟ ରୋହତକରୁ ଲ’ଡିଗ୍ରୀ ଶେଷ କରିଥିଲା। ସେ ହିମାଚଳ ପ୍ରଦେଶ ହାଇକୋର୍ଟ ମଧ୍ୟ ମୁଖ୍ୟ ବିଚାରପତି ଥିଲା। ଏବେ ୨୪ ନଭେମ୍ବରରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଆଗାମୀ ସିଜେଆଇ ହେବାକୁ ଯାଉଛନ୍ତି