PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

କିଏ ଲେଖିଥିଲେ ଗାନ୍ଧୀଜୀଙ୍କ ସର୍ବଶ୍ରେଷ୍ଠ ଜୀବନୀ? ଯାହାକୁ ପଢ଼ି ଦୁନିଆ ବାପୁଙ୍କୁ ଜାଣିଥିଲା

pic- internet

ନୂଆଦିଲ୍ଲୀ: ଗାନ୍ଧୀଜୀଙ୍କ ଜୀବନୀକୁ ନେଇ ଅନେକ ପୁସ୍ତକ ରହିଛି। ଅନେକ ପାଠକ ଗାନ୍ଧୀଜୀଙ୍କ ମୃତ୍ୟୁର ସତ୍ୟତା ଜାଣିବା ପାଇଁ ଅନଲାଇନରେ ଢେର ପୁସ୍ତକ ମଗାଉଛନ୍ତି। ହେଲେ ଜଣେ ବିଦେଶୀ ଲେଖକ ଲୁଇସ ପିସରଙ୍କ ‘ଦି ଲାଇଫ ଅଫ ମହତ୍ମା ଗାନ୍ଧୀ’ ପୁସ୍ତକକୁ ପଢ଼ିବା ପାଇଁ କାହିଁକି ପାଠକଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖାଯାଉଛି?

ଏନେଇ କନ୍ନାଟ ପ୍ଲେସର ସ୍ୟାଣ୍ଟ୍ରାଲ ନ୍ୟୁଜ ଏଜେନ୍ସି (ସିଏଏନଏ)ର ଜଣେ ସ୍ୟାଲ୍ସମ୍ୟାନ କହିଥିଲେ ଯେ ଯଦିଓ ଅନେକ ସଂଖ୍ୟାରେ ଗାନ୍ଧୀଜୀଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଅନଲାଇନରେ ମଗାଯାଉଛି, ହେଲେ ତାଙ୍କ ପାଖରେ ଲଗାତାର ଆମେରିକା ଲେଖକ ଲୁଇସ ପିସରଙ୍କ ଦ୍ୱାରା ଲିଖିତ ଗାନ୍ଧୀଜୀଙ୍କ ଜୀବନୀ ‘ଦି ଲାଇଫ ଅଫ ମହତ୍ମା ଗାନ୍ଧୀ’ ପୁସ୍ତକ କିଣୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛନ୍ତି। ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି।

ବାସ୍ତବରେ ଗାନ୍ଧୀଜୀଙ୍କୁ ଆହୁରି ଅଧିକ ନିକଟରୁ ଜାଣିବା ପାଇଁ ହେଲେ ଏହି ପୁସ୍ତକ ପଢ଼ିବା ଆବଶ୍ୟକ। ଏହି ପୁସ୍ତକ ଲେଖିଥିବା ଲେଖକ ଲୁଇସ ଫିସର ଥରେ ୧୯୪୬ ଜୁନ ୨୫ରେ ଦିଲ୍ଲୀ ଆସିଥିଲେ। ସେ ସଫଦରଜଙ୍ଗ ବିମାନବନ୍ଦରରେ ଓହ୍ଲାଇବା ପରେ ସିଧା ଟ୍ୟାକ୍ସିରେ ଜନପଥ ସ୍ଥିତ ଇମ୍ପିରିଆଲ ହୋଟେଲରେ ପହଞ୍ଚିଥିଲେ। ସେତେବେଳେ ପାଲମ ବିମାନବନ୍ଦର ନିର୍ମାଣ ହୋଇନଥିଲା।

ଫିସର ଲମ୍ୱିରେ ତାଙ୍କର ଆସବା ପତ୍ର ରଖି ହୋଟେଲରୁ ପଞ୍ଚକୁଇଆ ରୋଡ୍‌ରେ ବାହିରିଥିଲେ। ସେ ବାଲ୍ମୀକି ମନ୍ଦିରରେ ମହାତ୍ମା ଗାନ୍ଧୀଙ୍କ ସହ ସାକ୍ଷାତ କରିବାର ଥିଲା। ସେତେବେଳେ ସେ ବାପୁଙ୍କ ଜୀବନୀ ଲେଖୁଥିଲେ। ବାପୁ ସେତେବେଳେ ବାଲ୍ମିକୀ ମନ୍ଦିର ଭିତରେ ନିର୍ମାଣ ହୋଇଥିବା ଏକ ଛୋଟ ରୁମରେ ରହିଥିଲେ। ଫିସର ସନ୍ଧ୍ୟା ୫ ଟା ସମୟରେ ବାଲ୍ମିକି ମନ୍ଦିରରେ ପହଞ୍ଚିଥିଲେ। ଫିସର କନ୍ନାଘାଟ ପ୍ଲେସ୍ ଏବଂ ଗୋଲ୍ ମାର୍କେଟ୍ ଦେଇ ବାଲ୍ମିକୀ ମନ୍ଦିରରେ ପହଞ୍ଚିଥିଲେ। ସେତେବେଳେ ବର୍ତ୍ତମାନ ପରି ରାସ୍ତାରେ ଟ୍ରାଫିକ ନଥିଲା। ମନ୍ଦିର ମାର୍ଗ ପୂରା ଜନବସତି ରହିଥିଲା। ମନ୍ଦିର ଆଖପାଖରେ ବିଡ଼ଲା ମନ୍ଦିର, ନୂଆ ଦିଲ୍ଲୀ କାଳିବାଡ଼ୀ, ହାଇକୋର୍ଟ, ବଟଲର ସ୍କୁଲ, ସେଣ୍ଟ ଥାମସ ସ୍କୁଲ ଇତ୍ୟାଦି ରହିଥିଲା।

ଫିସର ଯେତେବେଳେ ବାଲ୍ମିକୀ ମନ୍ଦିରରେ ପହଞ୍ଚିଥିଲେ, ସେତେବେଳେ ସେଠାରେ ପଣ୍ଡିତ ଜବାହାର ନେହେରୁ ଓ ମୁଦୁଲା ସାରାଭାଇ ବଗୈରହ ସେମତ ଅନେକ ଲୋକ ଉପସ୍ଥିତ ରହିଥିଲେ। କିଛି ସମୟ ପରେ ବାପୁ ନିଜ ମନ୍ଦିର ଭିତରେ ଥିବା ରୁମରୁ ବାହାରକୁ ଆସିଥିଲେ। ବାପୁ ଫିସରୁଙ୍କୁ ଦେଖି ଚିହ୍ନି ଯାଇଥିଲେ। କାରଣ ବାପୁ ପୂର୍ବରୁ ଅହମଦାବାଦରେ ଫିସରଙ୍କ ସହ ସାକ୍ଷାତ ହୋଇଥିଲା। ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ରହିଥିଲା। ସେ ଫିସରଙ୍କୁ ହାଲ-ଚାଲ ପଚାରିଥିଲେ। ଦୁଇ ଜଣଙ୍କ ମଧ୍ୟରେ ଅନେକ ଆଲୋଚନା ହୋଇଛି। ଫିସର ଆଲୋଚନାରେ ହେଉଥିବା ସବୁ କଥାକୁ ତାଙ୍କ ପୁସ୍ତକ ‘ଦି ଲାଇଫ ଅଫ ମହତ୍ମା ଗାନ୍ଧୀ’ ରେ ଉଲ୍ଲେଖ କରିଛନ୍ତି।

ତେବେ ଆମେରିକାର ଏହି ୟହୁଦି ଲେଖକ ଲୁଇସ ଫିସର ଯଦି ବାପୁଙ୍କ ଜୀବନୀ ଲେଖି ନଥାନ୍ତେ, ହୁଏତ ବାପୁଙ୍କ ବିଷୟରେ ଦୁନିଆ ଜଣିନଥାନ୍ତା। ତାଙ୍କ ବାବଦରେ ଜାଣିବା ପାଇଁ ପ୍ରବଳରୁ ପ୍ରବଳ ଇଚ୍ଛା କାହାର ହୋଇନଥାନ୍ତା। ବାସ୍ତବରେ, ରିଚାର୍ଡ ଆଟନବର୍ଗ ଏହା ସ୍ୱୀକାର କରିଛନ୍ତି ଯେ ‘ଦି ଲାଇଫ ଅଫ ମହତ୍ମା ଗାନ୍ଧୀ’ ବହି ପଢ଼ିବା ପରେ ଗାନ୍ଧୀ ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ ଚିନ୍ତା କରିଥିଲେ। ଏହା ନିଶ୍ଚିତ ୟେ ‘ଗାନ୍ଧୀ’ ଚଳଚ୍ଚିତ୍ର ଦେଖିବା ପରେ ବିଶ୍ୱର କୋଟି କୋଟି ଲୋକ ଗାନ୍ଧୀଙ୍କୁ ଅଧିକ ଜାଣିବା ଆରମ୍ଭ କରିଛନ୍ତି। ଗାନ୍ଧୀ ଫିଲ୍ମ ରିଲିଜ ହେବାର ୪୦ ବର୍ଷ ହୋଇଗଲାଣି।  ଏହି ଚଳଚ୍ଚିତ୍ର ୧୯୮୨ ରେ ମୁକ୍ତିଲାଭ କରିଥିଲା।

ଲୁଇସ ଫିସର ଗାନ୍ଧୀ ଜୀଙ୍କ ଜୀବନୀକୁ ଏକ ଉପନ୍ୟାସ ଶୈଳିରେ ଲେଖିଛନ୍ତି। ଏହା ପଢ଼ିବା ପରେ ଯେ କେହି ବି ଗାନ୍ଧୀଙ୍କ ବାବଦରେ ଅଧିକରୁ ଅଧିକ ପଢ଼ିବା ଆରମ୍ଭ କରିବେ।  ଏହା ଆପଣଙ୍କ ଉପରେ ଏକ ଚୁମ୍ବକୀୟ ପ୍ରଭାବ ନିଶ୍ଚିତ ପକାଇବ।  ସାହିତ୍ୟ ପଣ୍ଡିତଙ୍କ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀମାନଙ୍କ ପାଇଁ ଏହା ଏକ ଉପଯୋଗୀ ପୁସ୍ତକ। ଲୁଇସ୍ ଫିସରଙ୍କ ଦ୍ୱାରା ଲିଖିତ ଜୀବନୀର ପ୍ରଥମ ଅଧ୍ୟାୟ ବାପୁଙ୍କ ହତ୍ୟା ଏବଂ ତାଙ୍କର ଅନ୍ତିମ ସଂସ୍କାର ଉପରେ ଆଧାରିତ । ଏହାକୁ ପଢ଼ିଲେ ପାଠକଙ୍କୁ ନିରୁତ୍ସାହ ଲାଗିବ ନାହିଁ। ଯେଉଁ ତଥ୍ୟ ସହିତ ସେ ଗାନ୍ଧିଜୀଙ୍କ ହତ୍ୟାକୁ ତାଙ୍କ ଅନ୍ତିମ ସଂସ୍କାରରେ ବର୍ଣ୍ଣନା କରିଛନ୍ତି, ତାହା ଅନ୍ୟମାନଙ୍କଠାରୁ ଭିନ୍ନ ରହିଛି।     

ସମ୍ବନ୍ଧିତ ଖବର