PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଏମିତି କ୍ଷମତା ପସନ୍ଦ ନୁହେଁ … ମହାରାଷ୍ଟ୍ର ସଙ୍କଟ ସମୟରେ ଅଟଳ ଜୀଙ୍କ ଭାଷଣ କାହିଁକି ଭାଇରାଲ ହେଉଛି ?

ମୁମ୍ୱାଇ : ଏହି ସମୟରେ ମହାରାଷ୍ଟ୍ରରେ ରାଜନୀତି ଡ୍ରାମା ଶିଖର ସ୍ତରରେ । ପ୍ରତି କ୍ଷଣରେ କିଛି ନା କିଛି ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳୁଛି। ଶିବସେନାଙ୍କ ଠାରୁ ସଂପର୍କ ତୁଟାଇବା ପରେ ପାର୍ଟି ବିଧାୟକଙ୍କ ସହ ଆସାମରେ ଏକାଠି ହୋଇଛନ୍ତି ଏକନାଥ ସିନ୍ଦେ , ଯାହାକି ତାଙ୍କ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାବଳ ଥିବାର ଦାବି କରିଛନ୍ତି । ଏହି ଭିତରେ ସୋସିଆଲ ମିଡ଼ିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଭାଷଣ ଭାଇରାଲ ହେଉଛି । ଲୋକ ଏହି ଭାଷଣର ଅଟଳଜୀଙ୍କ ଦ୍ୱାରା  କରାଯାଇ ଥିବା କଥାକୁ ମହାରାଷ୍ଟ୍ରର ବର୍ତ୍ତମାନର ରାଜନୀତିତ ସଙ୍କଟ ସହ ରିଲେଟ୍‌ କରୁଛନ୍ତି ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କର ଏହି ଭାଷଣ ୧୯୯୬ ମସିହାର। ସେତେବେଳେ ପାଖାପାଖି ୧୩ ଦିନ ପରେ ତାଙ୍କ ସରକାରର ପତନ ଘଟିଥିଲା । ରାଷ୍ଟ୍ରପତିଙ୍କୁ ଇସ୍ତଫା ଦେବାକୁ ଯିବା ପୂର୍ବରୁ ଅଟଳ ବିହାରୀ ବାଜପେୟୀ ସଂସଦ ଭବନକୁ ସମ୍ୱୋଧିତ କରି ଭାଷଣ ଦେଇଥିଲେ। ସେତେବେଳେ ସେ ସରକାର ଭାଙ୍ଗିବା ଓ ଗଠବନ୍ଧନକୁ ନେଇ ବହୁତ କଥା କହିଥିଲେ। ଯଦି ଦଳକୁ ଭାଙ୍ଗି କ୍ଷମତା ପାଇଁ ଗଠବନ୍ଧନ କରିବାକୁ ପଡ଼ିବ ତ, ତାହେଲେ  ମୁଁ ଏମିତି କ୍ଷମତାକୁ ଚିମୁଟାରେ ବି ଛୁଇଁବାକୁ ପସନ୍ଦ କରିବି ନାହିଁ ବୋଲି ସେ କହିଥିଲେ ।

କାହିଁକି ମହାରାଷ୍ଟ୍ର ସହ କରାଯାଉଛି ରିଲେଟ୍‌ –

ଏହି ସମୟରେ ମହାରାଷ୍ଟ୍ରରେ ଶିବସେନାର ବିଧାୟକ ଏକନାଥ ସିନ୍ଦେ ପାର୍ଚିକୁ ଭାଙ୍ଗିବା ଉଦ୍ଦେଶ୍ୟରେ । ସେ ଉଦ୍ଧବ ସରକାରକୁ ସଙ୍କଟରେ ପକାଇବା ସହ ଶିବସେନା ଦଳ ଉପରେ ମଧ୍ୟ ପ୍ରଭାବ ପକାଇବାକୁ ଚେଷ୍ଟା କରିଛନ୍ତି । ଏହାସହ ନିର୍ଦ୍ଦଳୀୟ ବିଧାୟକଙ୍କୁ ଯୋଡ଼ି ପର୍ଯ୍ୟାପ୍ତ ସଂଖ୍ୟାବଳ ସଂଗ୍ରହ କରିବାକୁ ଦାବି କରୁଛନ୍ତି । ଏହି କ୍ରମରେ ଲୋକେ ଅଟଳଜୀ ଙ୍କ ପୁରୁଣା ଭାଷଣକୁ ଏହି ସ୍ଥିତିରେ ଯୋଡ଼ୁଛନ୍ତି । କିଛି ଲୋକଙ୍କର ଏହି ଦାବି କି ଅଟଳଜୀଙ୍କର ଏହି ଭାଷଣ ଯଦିଓ ପୁରୁଣା , ହେଲେ ବର୍ତ୍ତମାନର ସ୍ଥିତିରେ ଏହା ଶିବସେନା ସହ ରିଲେଟେଡ୍‌ ।