PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

କାହିଁକି ପ୍ୟାକେଟ୍‌ରେ କମ୍ ଆସିଥାଏ ଚିପ୍ସ? ଏକ୍ସପର୍ଟ ଦେଲେ ଜବାବ

ନୂଆଦିଲ୍ଲୀ ୨୪/୦୧: ଅଧିକାଂଶ ଲୋକ ଚିପ୍ସ ଖାଇବାକୁ ବହୁତ ପସନ୍ଦ କରନ୍ତି। କାରଣ ଏହାର ସ୍ୱାଦ ଏତେ ସୁନ୍ଦର ହୋଇଥାଏ ଯେ ମନୋବଳକୁ ଭଲ ରଖିବା ପାଇଁ ଅନେକ ଥର ଲୋକମାନେ ଏହାକୁ ଖାଆନ୍ତି। ଆପଣ ମଧ୍ୟ ଅନେକ ଥର ଚିପ୍ସ ଖାଇଥିବେ ଏବଂ ଏହା ମଧ୍ୟ ଦେଖିଥିବେ ଯେ ଏହାର ପ୍ୟାକେଟ୍ କେବେବି ପୂର୍ଣ୍ଣ ରହିନଥାଏ। ଯେତେବେଳେ ବି ଆମେ ପ୍ୟାକେଟ୍ ଖୋଲୁ, ଏଥିରେ ଅଧା ଚିପ୍ସ ରହିଥାଏ। ଅନେକ ସମୟରେ ଆମେ ଅଧା ଭର୍ତି ପ୍ୟାକେଟକୁ ନିର୍ମାତାଙ୍କ ଠକାମି ବୋଲି କହିଥାଉ। କିନ୍ତୁ ଏହା କରିବା ପଛରେ ଏକ ବିଶେଷ କାରଣ ରହିଛି। ଯାହା ଜାଣିବା ପରେ ଆପଣ ଉତ୍ପାଦନକାରୀ କମ୍ପାନୀ ଉପରେ କଦାପି କ୍ରୋଧ କରିବେନି ।

ବ୍ରିଟେନର ସ୍ନାକ୍, ନଟ୍ ଏବଂ କ୍ରିପ୍ ଉତ୍ପାଦକ ଆସୋସିଏସ ନ୍ ଅନୁଯାୟୀ, ପ୍ୟାକେଟର ଅଧା ଖାଲି ରଖାଯାଏ ଯାହା ଦ୍ୱାରା ଚିପ୍ସକୁ ଅଧିକ ସମୟ ସତେଜ ରଖାଯାଇପାରିବ। ଏହା ପଛରେ ଗୋଟିଏ କାରଣ ହେଉଛି ଚିପ୍ସ ବହୁତ ନରମ, ଯାହା ହାଲୁକା ସ୍ପର୍ଶ ଦ୍ୱାରା ମଧ୍ୟ ଭାଙ୍ଗିପାରେ। ପ୍ୟାକେଟ ଫୁଲିବା କାରଣରୁ, ଭିତରେ ଭର୍ତ୍ତି ବାୟୁ ଏହାକୁ ଭାଙ୍ଗିବାରୁ ବଞ୍ଚାଇଥାଏ। ୨୦୧୭ ମସିହାରେ, CDA ଆପ୍ଲାଏନ୍ସ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ହାରାହାରି ଚିପ୍ସର ପ୍ୟାକେଟ୍ ୭୨ ପ୍ରତିଶତ ପର୍ଯ୍ୟନ୍ତ ଖାଲି ରହିଥାଏ। କେବଳ ୨୮ ପ୍ରତିଶତ ଚିପ୍ସରେ ରହିଥାଏ।

ତେବେ ପାକ୍ୟାଟରେ ଖାଲି ୭୨ ପ୍ରତିଶତ ବାୟୁ ନଥାଏ, ବରଂ ନାଇଟ୍ରୋଜେନ ଗ୍ୟାସ ଭରାଯାଇଥାଏ । ଏହି ନାଇଟ୍ରୋଜେନ୍ ଗ୍ୟାସ୍ ଚିପ୍ସକୁ ପ୍ୟାକେଟରେ ଭାଙ୍ଗିବାରେ ରୋକିଥାଏ ଏବଂ ଏହାକୁ ବାସି ହେବାକୁ ମଧ୍ୟ ଦେଇନଥାଏ।