ନୂଆଦିଲ୍ଲୀ : ସ୍ୱପ୍ନର ନଗରୀ ମୁମ୍ୱାଇ ବିଷୟରେ ପ୍ରସିଦ୍ଧ କଥାଟିଏ ଅଛି । ଏହା କେବେ କାହାକୁ ଭୋକରେ ଶୁଆଇବାକୁ ଦିଏ ନାହିଁ। ଏଠାକୁ ପ୍ରତିଦିନ ଲୋକେ ବଡ଼ ବଡ଼ ଆଶା ନେଇ ଆସନ୍ତି। ଦେଶର ଏହି ଆର୍ଥିକ ରାଜଧାନୀକୁ ଦେଶର କୋଣ ଅନୁକୋଣରୁ ଆସୁଥିବା ଲୋକଙ୍କୁ ପ୍ରକୃତରେ ବଦଳାଇ ଦେଇଛି। କିନ୍ତୁ , ଏବେ ଏଠାରେ ମହଙ୍ଗା ଏତେ ବଢି ଯାଇଛି ଯେ, ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତି ପାଇଁ ଛୋଟିଆ ଘରଟିଏ ନେବା କଷ୍ଟକର ହୋଇ ଯାଇଛି। ଆକାଶଛୁଆଁ ପ୍ରପର୍ଟିର ମୂଲ୍ୟ ଓ ବର୍ଷ ବର୍ଷ ଧରି ଗୋଟିଏ ହିଁ ସ୍ଥାନରେ ଥିବା ଦରମା କାରଣରୁ ମଧ୍ୟବର୍ତ୍ତୀ ପରିବାରର ସଙ୍କଟକୁ ଏବେ ଏକ ସୋସିଆଲ ମିଡିଆ ପୋଷ୍ଟ ,ପୁଣି ଥରେ ସ୍ପଷ୍ଟ କରିଛି ଏବଂ ମୁମ୍ୱାଇର ପ୍ରପର୍ଟି ବଜାରକୁ ନେଇ ଏକ ନୂଆ ଯୁକ୍ତିତର୍କ ସୋସିଆଲ ମିଡିଆରେ ଆରମ୍ଭ ହୋଇ ଯାଇଛି।
ଏହି ଯୁକ୍ତିତର୍କର ଆରମ୍ଭ ସେତେବେଳେ ହୋଇଛି , ଯେବେ ଜଣାଶୁଣା ଉଦ୍ୟୋଗୀ ଗୁନିତ ସିଂହ ତଲୱାର ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଥିଲେ। ‘ବ୍ରୋକନ ସିଷ୍ଟମ’ କ୍ୟାପସନ ସହ ପୋଷ୍ଟ କରାଯାଇ ଥିବା ଏହି ଭିଡିଓରେ ସେ ମୁମ୍ୱାଇରେ ଦରମା ଓ ସମ୍ପତ୍ତିର ମୂଲ୍ୟ ମଧ୍ୟରେ ଲଗାତାର ପାର୍ଥକ୍ୟକୁ ପ୍ରକାଶ କରିଛି। ତାଙ୍କର କଥା ଇଣ୍ଟରନେଟ୍ ୟୁଜରଙ୍କ ହୃଦୟକୁ ଏମିତି ସ୍ପର୍ଶ କରିଛି ଯେ, ଏହି ଭିଡିଓକୁ ଦେଖୁ ଦେଖୁ ଭାଇରାଲ ହୋଇଛି। ତଲୱାର ଭିଡିଓରେ କହୁଛନ୍ତି, ଯେବେ ତାଙ୍କୁ ମୁମ୍ୱାଇର ବର୍ତ୍ତମାନର ରିୟଲ ଏଷ୍ଟେଟ୍ ମାର୍କେଟର ଗ୍ରାଉଣ୍ଡର ବାସ୍ତବତା ଜଣା ପଡ଼ିଲା , ତ ତାଙ୍କୁ ଗଭୀର ଝଟକା ଲାଗିଲା। ସେ କହିଛନ୍ତି , ଆଜି ମୋତେ ଜଣାପଡ଼ିଲା ଯେ, ମୁମ୍ୱାଇ ଭଳି ସହରରେ ଏକ ସାଧାରଣ 2BHK ଫ୍ଲାଟର ମୂଲ୍ୟ ଏବେ ୨ କୋଟି ଟଙ୍କାରୁ ୩ କୋଟି ଟଙ୍କା ମଧ୍ୟରେ ପହଞ୍ଚି ସାରିଛି।
ତଲୱାରଙ୍କ ମୁତାବିକ , ଯେଉଁ ଲୋକ ପ୍ରତି ମାସରେ ୩ ଲକ୍ଷ ଟଙ୍କା କିମ୍ୱା ଏହାଠାରୁ ଅଧିକ ଆୟ କରନ୍ତି , ସେ ଭାରତର ଟପ୍ ୧ ପ୍ରତିଶତ ଧନୀ ଆୟ ବର୍ଗରେ ଆସନ୍ତି। ଏମିତି ମନେକରାଯାଏ ଯେ, ଯେଉଁ ମଣିଷ ମାସକୁ ତିନି ଲକ୍ଷ ଟଙ୍କା ଆୟ କରୁଛନ୍ତି , ତାଙ୍କର ଜୀବନ ଖୁବ୍ ବିଳାସପୂର୍ଣ୍ଣ ହେବ ଏବଂ ସେ ଯାହା ଚାହିଁବେ କିଣି ପାରିବେ। କିନ୍ତୁ ଗୁନିତ କୁହନ୍ତି ଯେ, ବର୍ଷକରେ ୩୬ ଲକ୍ଷ ଆୟ କରୁଥିବା ମଧ୍ୟ ଆଜିର ମୁମ୍ୱାଇରେ ଏକ ଭଲ ଫ୍ଲାଟ କିଣିବା ପାଇଁ ସଂଘର୍ଷ କରୁଛନ୍ତି।
ସେ କହିଛନ୍ତି ଯେ, ଯଦି ଆପଣ ଭାରତର ଟପ୍ ୧ ପ୍ରତିଶତ ଧନୀଙ୍କ ମଧ୍ୟରେ ଆସୁଥାନ୍ତି ଏବଂ ନିଜର ଆୟର ଗୋଟେ ଗୋଟେ ଟଙ୍କା ଅର୍ଥାତ୍ ପୂରା ୧୦୦ ପ୍ରତିଶତ ଭାଗର ସଞ୍ଚୟ କରି ନିଅନ୍ତି ଅର୍ଥାତ୍ ଆପଣ କିଛି ନଖାଇ , ଭଡ଼ା ନଦେଇ , ଗାଡ଼ିରେ ପେଟ୍ରୋଲ ନପକାଇ ଓ ପୋଷାକ କ୍ରୟ ନକରି ମଧ୍ୟ ଆପଣଙ୍କୁ ମୁମ୍ୱାଇରେ ଏକ ସାଧାରଣ ଘର ସଂପୂର୍ଣ୍ଣ ରୂପେ ନିଜ ଦମରେ କିଣିବାରେ ୧୦ରୁ ୧୨ ବର୍ଷ ଲାଗି ଯିବ।
ଗୁନିତ ସିଂହ ତଲୱାର ଏହି ସମସ୍ୟାର ଗଭୀରତାକୁ ବୁଝିବା ପାଇଁ ମୁମ୍ୱାଇର ତୁଳନା ଦୁନିଆର ସବୁଠୁ ମହଙ୍ଗା ସହର ମଧ୍ୟରୁ ଗୋଟିଏ, ନ୍ୟୁୟର୍କ ସିଟି ସହ କରିଛନ୍ତି । ସେ ମ୍ୟାନହଟ୍ଟନ ଭଳି ଭିଆଇପି ଅଞ୍ଚଳକୁ ଛାଡ଼ି ଅନ୍ୟ ନ୍ୟୁୟର୍କର ହାଉସିଂ ଖର୍ଚ୍ଚର ଉଲ୍ଲେଖ କରି କହିଛନ୍ତି ଯେ, ନନ୍-ମ୍ୟାନହଟ୍ଟନ ନ୍ୟୁୟର୍କରେ , ଅର୍ଥାତ୍ ମୁମ୍ୱାଇର ନନ-କୋଲାବ ଭଳି ଅଞ୍ଚଳରେ , ଏକ ସାଧାରଣ 2BHK ଫ୍ଲାଟ ସାଧାରଣରେ ୫ କୋଟି ଟଙ୍କାର ମିଳି ଥାଏ। ଦେଖିବାରେ ନ୍ୟୁୟର୍କର ଘର ମହଙ୍ଗା ଲାଗିପାରେ। କିନ୍ତୁ ବାସ୍ତବରେ ଖେଳ ଦୁଇ ସହରର ଲୋକଙ୍କ ଆୟରେ ଲୁଚି ରହିଛି। ନ୍ୟୁୟର୍କରେ ଟପ୍ ୧ ପ୍ରତିଶତ ହାରାହାରି ଆୟ ପ୍ରାୟ ୮ କୋଟି ଟଙ୍କା। ମୁମ୍ୱାଇରେ ଟପ୍ ୧ ପ୍ରତିଶତ ବାର୍ଷିକ ୩୬ ଲକ୍ଷ ଟଙ୍କା ଆୟ କରି ପାରନ୍ତି । ତଲୱାରଙ୍କ କହିବାନୁସାରେ , ଏହି ହାଉସିଂ ସଙ୍କଟ ଏବେ କେବଳ ମିଡିଲ କ୍ଲାସଙ୍କ ସମସ୍ୟା ହୋଇ ରହି ନାହିଁ, ବରଂ ଏହା ଦେଶର ଟପ୍ ୧ ପ୍ରତିଶତ ଆୟ ବର୍ଗର ମଧ୍ୟ ବହୁତ ବଡ଼ ସମସ୍ୟା ହୋଇ ଯାଇଛି।
ଗୁନୀତ କୁହନ୍ତି , ଟିକେ ଥଣ୍ଡା ମସ୍ତିଷ୍କରେ ଭାବନ୍ତୁ ତ ସେହି ସ୍ୱିଗୀ ଡେଲିଭରୀ ବୟ ବିଷୟରେ ଯିଏ ପ୍ରଖର ଖରାରେ ଓ ଖୁବ୍ ବର୍ଷାରେ ୧୨-୧୨ ଘଣ୍ଟା ମୋଟର ସାଇକେଲ ଚଲାନ୍ତି। ସେହି ଶିକ୍ଷକଙ୍କ ବିଷୟରେ ଭାବନ୍ତୁ , ଯିଏ ପ୍ରାୟ ୩୫ ହଜାର ଟଙ୍କାର ଦରମାରେ ଆମର ପିଲାଙ୍କ ଭବିଷ୍ୟତ ସମ୍ଭାଳନ୍ତି। ତାଙ୍କ ପାଇଁ ତ ମୁମ୍ୱାଇରେ ଏକ 2BHK ଫ୍ଲାଟର ସ୍ୱପ୍ନ ମଧ୍ୟ ଦେଖିବା ସଂପୂର୍ଣ୍ଣ ଅସମ୍ଭବ।
ଗୁନୀତଙ୍କ ଭିଡ଼ିଓରେ ୟୁଜର ଖୁବ୍ କମେଣ୍ଟ କରୁଛନ୍ତି। ଜଣେ ୟୁଜର ଦେଶର ଇନଫ୍ରାଷ୍ଟ୍ରକଚର ଓ ମହଙ୍ଗା ଉପରେ କଡ଼ା ମନ୍ତବ୍ୟ ଦେଇ କହିଛନ୍ତି , ଆମ ଦେଶରେ ଆଜିର ସମୟରେ ସବୁକିଛି ଓଭରପ୍ରାଇସ୍ଡ ହୋଇ ସାରିଛି...ଏଠାରେ ମୂଲ୍ୟ ୟୁରୋପ ଭଳି ଆଦାୟ କରାଯାଉଛି ଏବଂ ବଦଳରେ ମିଳୁ ଥିବା ଅନୁଭୂତି ଆଫ୍ରିକା ଭଳି ହୋଇଥାଏ।
ଆହୁରି ମଧ୍ୟ ପଢନ୍ତୁ : ଠିକ୍ ଭାବେ କାମ ନକରି ଚାକିରି ହରାଇଲା AI, ପୁଣି ମଣିଷର ସାହାଯ୍ୟ ନେଲା କମ୍ପାନୀ