ମୁମ୍ୱାଇ : ଭାରତ-ପାକିସ୍ତାନ ମଧ୍ୟରେ ଯଦିଓ ଘୃଣାର ପାଚେରୀ ଠିଆ ହୋଇଛି , କିନ୍ତୁ କଳା ଓ କଳାକାରଙ୍କୁ କେହି ଅଙ୍କୁଶ ଲଗେଇ ପାରି ନାହାନ୍ତି। ପାକିସ୍ତାନର ଅନେକ ସିଙ୍ଗର ଓ ଷ୍ଟାରଙ୍କୁ ଭାରତରୁ ମଧ୍ୟ ସେତିକି ଶ୍ରଦ୍ଧା ଓ ସମ୍ମାନ ମିଳିଛି, ଯେତିକି ଏଠାର କଳାକାରଙ୍କୁ ଦିଆଯାଏ। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜେ ଜଣେ ପାକିସ୍ତାନୀ ଲୋକ ଗାୟିକାଙ୍କ ସ୍ୱର ଓ କଳାର ପ୍ରଶଂସକ ଥିଲେ। ଖାଲି ଏତିକି ନୁହେଁ, ଦୁଇ ଦେଶ ମଧ୍ୟରେ ଚାଲୁ ଥିବା ଯୁଦ୍ଧ ଓ ଘୃଣା ମଧ୍ୟରେ ଇନ୍ଦିରା ସେହି ପାକିସ୍ତାନୀ ଗାୟିକାଙ୍କୁ ଭାରତ ନିମନ୍ତ୍ରଣ କରି ଥିଲେ। ଆସନ୍ତୁ ଜାଣିବା କିଏ ସେହି ସିଙ୍ଗର ଓ ତତ୍କାଳୀନ ପିଏମ୍ , ତାଙ୍କୁ କାହିଁକି ଭାରତ ଡକାଇ ଥିଲେ ?

ଆମେ ଯେଉଁ ପାକିସ୍ତାନୀ ଲୋକ ଗାୟିକାଙ୍କ ବିଷୟରେ ଆଲୋଚନା କରୁଛେ, ସେ ଆଉ କେହି ନୁହେ, ସେହି ଲୋକପ୍ରିୟ ‘ଲମ୍ୱି ଜୁଦାଇ’ ଭଳି ଗୀତର ଗାୟିକା ରେଶମା। ରେଶମାଙ୍କ ଜନ୍ମ ରାଜସ୍ଥାନ ,ଭାରତରେ ହୋଇ ଥିଲା। କିନ୍ତୁ ଦେଶ ବିଭାଜନ ପରେ ତାଙ୍କ ପରିବାର ପାକିସ୍ତାନ ଚାଲି ଯାଇ ଥିଲେ। ରେଶମା ନିଜର କ୍ୟାରିୟରରେ ‘ଆଖିୟାଁ ନୁ ରହନେ ଦେ’ ଓ ‘ଦମାଦମ୍ ମସ୍ତ କଲନ୍ଦର’ ଭଳି ଗୀତ ଗାଇ ଇତିହାସ ରଚି ଥିଲେ।

ରେଶମାଙ୍କ ସ୍ୱରରେ ରେଗିସ୍ତାନ ମାଟିର ବାସ୍ନା ଓ ଲୋକ ସଙ୍ଗିତର ମଧୁରତା ଥିଲା। ଏମିତି କହିବାକୁ ଗଲେ ରେଶମା କେତେ ଯେ ଗୀତ ଗାଇଛନ୍ତି, ହେଲେ ଭାରତରେ ତାଙ୍କୁ ‘ଲମ୍ୱି ଜୁଦାଇ’ ଗୀତ ପାଇଁ ସ୍ମରଣ କରାଯାଏ। ୧୯୮୩ ମସିହାରେ ଫିଲ୍ମ ‘ହିରୋ’ରେ ‘ଲମ୍ୱି ଜୁଦାଇ’ ଗାଇ ରେଶମା ଭାରତରେ ମଧ୍ୟ ଖୁବ୍ ଲୋକପ୍ରିୟତା ହାସଲ କରି ଥିଲେ। ଏହି ଗୀତ ଆଜି ବି ଚିରସବୁଜ ହୋଇ ରହିଛି। ଏହି ଫିଲ୍ମରେ ଜ୍ୟାକି ଶ୍ରଫ୍ ଓ ମିନାକ୍ଷୀ ଶେଷାଦ୍ରି ମୁଖ୍ୟ ଭୂମିକାରେ ଥିଲେ।

ଉଲ୍ଲେଖନୀୟ ଯେ, ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ପାକିସ୍ତାନୀ ଲୋକ ଗାୟିକା ରେଶମାଙ୍କ ନିଆରା ଓ ଆତ୍ମିକ ସ୍ୱରର ବହୁତ ବଡ଼ ପ୍ରଶଂସକ ଥିଲେ। ସେ ରେଶମାଙ୍କୁ ସ୍ୱତନ୍ତ୍ର ରୂପେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକରେ ପ୍ରଦର୍ଶନ ପାଇଁ ପାକିସ୍ତାନରୁ ଭାରତକୁ ନିମନ୍ତ୍ରଣ କରି ଥିଲେ, ଯାହାକି ଦୁଇ ଦେଶ ମଧ୍ୟରେ ସଙ୍ଗିତ ଓ କଳା ମାଧ୍ୟମରେ ସାଂସ୍କୃତିକ ସମ୍ୱନ୍ଧ ଦୃଢ ହୋଇ ପାରିବ। ରେଶମାଙ୍କ ନିଆରା ଭଏସ୍ କେବଳ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କର ନୁହେଁ , ଇନ୍ଦିରା ଗାନ୍ଧୀଙ୍କ ମଧ୍ୟ ହୃଦୟ ଜିତି ନେଇଥିଲା।

ଯେତେବେଳେ ରେଶମା ମାତ୍ର ୧୨ ବର୍ଷ ବୟସର ଥିଲେ, ସେ ଥରେ ଲାଲ ଶାହବାଜ କଲନ୍ଦରଙ୍କ ସ୍ମାରକୀ ସ୍ଥଳୀରେ ଗୀତ ଗାଉ ଥିଲେ, ସେତେବେଳେ ‘ରେଡିଓ ପାକିସ୍ତାନ’ର ନିର୍ମାତା ସଲିମ ଗିଲାନୀ ତାଙ୍କର ସ୍ୱରକୁ ଶୁଣିଲେ। ଏହାପରେ ସେ ପାକିସ୍ତାନ ଟେଲିଭିଜନ (ପିଟିଭି)ରେ ଗାଇବା ଆରମ୍ଭ କଲେ। ତାଙ୍କର ଦୃଢ ଓ ଆତ୍ମିକ ସ୍ୱର ଖୁବ୍ ଶୀଘ୍ର ସାରା ଦେଶକୁ ନିଜର ଦିୱାନା କରି ଦେଇଥିଲା। ତାଙ୍କର ସବୁଠୁ ପ୍ରସିଦ୍ଧ ଗୀତ ଗୁଡ଼ିକ ମଧ୍ୟରେ ‘ ହାୟ ଓ ରବ୍ବା ’ , ‘କିତେ ନୈନ ନା ଜୋଡି’ ଓ ‘ଲମ୍ୱି ଜୁଦାଇ’ ଅନ୍ତର୍ଭୁକ୍ତ। ବଲିଉଡ ଫିଲ୍ମ ‘ହିରୋ’ ( ୧୯୮୩)ର ଗୀତ ‘ଲମ୍ୱି ଜୁଦାଇ’ ତାଙ୍କର ମୂଳ ଗୀତ ସହ ପ୍ରେରିତ ଥିଲା।

କହି ରଖୁଛୁ କି, ରେଶମାଙ୍କର ୬୬ ବର୍ଷ ବୟସରେ ୩ ନଭେମ୍ୱର ୨୦୧୩ରେ ଲାହୋର , ପାକିସ୍ତାନରେ ଗଳା କର୍କଟ ଭଳି ଗୁରୁତର ରୋଗ ଯୋଗୁଁ ଦେହାନ୍ତ ହୋଇ ଥିଲା।

ଆହୁରି ମଧ୍ୟ ପଢନ୍ତୁ :  ‘ଜନ ନାୟକ’ଲିକ୍ ମାମଲାରେ ବଡ଼ ଖୁଲାସା, ୧.୨କୋଟି ଲୋକ ଦେଖିଛନ୍ତି ଥଲାପତି ବିଜୟଙ୍କ ଫିଲ୍ମ