ଇଣ୍ଡଷ୍ଟ୍ରୀରେ କାହିଁକି ବଢ଼ୁ ନାହିଁ ହିରୋଙ୍କ ବୟସ ? ଅଭିନେତ୍ରୀ କାଜୋଲ ଦେଲେ ଉତ୍ତର

ମୁମ୍ୱାଇ – ବଲିଉଡ୍ ଅଭିନେତ୍ରୀ କାଜୋଲ ଫିଲ୍ମ ସଲାମ୍ ଭେଙ୍କିରେ ଜଣେ ମାଆର ଚରିତ୍ରରେ ନଜର ଆସିଛନ୍ତି । କାଜୋଲଙ୍କର କ୍ୟାରିୟର ଗ୍ରାଫ୍ ଦେଖିବା ତ ସେ ଅନେକ ପ୍ରକାରର ରୋଲ୍ସ କରିଛନ୍ତି। ତାଙ୍କ ସହ କାମ କରିଥିବା ହିରୋ ମାନେ ଏବେ ବି ସ୍କ୍ରିନ୍ରେ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଛନ୍ତି। ଆଜତକ୍ର ଏଜେଣ୍ଡା ୨୦୨୨ ରେ କାଜୋଲ କହିଛନ୍ତି , କାହିଁକି ଆଜି ବି ଇଣ୍ଡଷ୍ଟ୍ରୀର ହିରୋଙ୍କର ବୟସ ବଢ଼ୁ ନାହିଁ , କେବଳ ଅଭିନେତ୍ରୀମାନେ ବୟସ୍କ ଭୂମିକାରେ ନଜର ଆସୁଛନ୍ତି।

କାଜୋଲଙ୍କ ମତରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଏକ ବିଜନେସ୍। ସବୁ ହିରୋଙ୍କ ଉପରେ ଏତେ ସବୁ ଇନଭେଷ୍ଟ କରାଯାଏ କି ଫିଲ୍ମର ହିଟ୍ ହେବା ତାଙ୍କ ପାଇଁ ବଡ଼ ଦାୟିତ୍ୱ ହୋଇଯାଏ। ବାସ୍ତବ କଥା ଏହା କି କେଉଁଠି ନା କେଉଁଠି ହିରୋ ମଧ୍ୟ ନମ୍ୱର ଗେମ୍ କାରଣରୁ ଫସି ଯାଇଛନ୍ତି। ଏହା ତାଙ୍କର ଦାୟିତ୍ୱ ହୋଇ ଯାଇଛି । କାଜୋଲଙ୍କ ସ୍ୱାମୀ ଅଜୟ ଦେବଗନ ନିଜର ଲମ୍ୱା କ୍ୟାରିୟରରେ ଅନେକ ପ୍ରକାରର କ୍ୟାରେକ୍ଟର ତଥା ବୟସ୍କ ରୋଲ୍ କରିଛନ୍ତି। ସ୍ୱାମୀଙ୍କ ବିଷୟରେ କଥା ହୋଇ କାଜୋଲ କହିଛନ୍ତି – ଅଜୟ ହିଁ ଏମିତି ଅଭିନେତା , ଯିଏ ଆକ୍ଟିଂର ସବୁ ଜୋନ୍ରେ ସଫଳ ହୋଇଛନ୍ତି। ଅକ୍ଷୟ କୁମାର ଲଞ୍ଚ କଲେ ନିଜର ଫ୍ୟାଶନ ବ୍ରାଣ୍ଡ୍, ପ୍ରଥମଥର…

ସାକ୍ଷାତ୍କାରରେ କାଜୋଲ ଏହା ବି କହିଛନ୍ତି, ସେ ଓ ଅଜୟ ଦେବଗନ ଘରେ ଫିଲ୍ମ ବିଷୟରେ ଆଲୋଚନ କରନ୍ତି ନାହିଁ । ଏପଟ ସେପଟ କଥା , ପିଲାଙ୍କ କଥା, ଘରର ଜିନିଷ ଓ ଅଧିକ କିଛି ଗସିପ୍ ହୋଇଥାଏ । ଘରେ ଆମେ ଷ୍ଟାର୍ ନୁହେଁ । ସାଧାରଣ ଜୀବନ ବିତାଇ ଥାଉ ।