ନୂଆଦିଲ୍ଲୀ,୩୦/୦୩; ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ୧୯ରେ ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଏବଂ କୋଲକାତା ମୁହାମୁହିଁ ହୋଇଥିଲେ । ମୁମ୍ବାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି । କୋଲକାତାକୁ ୬ ୱିକେଟରେ ପରାସ୍ତ କରିଛି । ୱାଙ୍ଖଡେର ହାଇସ୍କୋରିଂ କ୍ରିଜରେ ‘ହିଟ୍ମ୍ୟାନ’ ରୋହିତ ଶର୍ମା ଓ ରିୟାନ ରିକେଲଟନ ଯେଉଁଭଳି ଭୟଙ୍କର ବ୍ୟାଟିଂ କରିଥିଲେ, କୋଲକାତା ନାଇଟ୍ ରାଇଡର୍ସର ସବୁ ଦମ୍ଭ ପାଣି ଫୋଟକା ଭଳି ମିଳେଇ ଯାଇଥିଲା । ସବୁ ରଣନୀତି ଫେଲ୍ ମାରିଥିଲା । ଶେଷରେ ୨୨୧ ରନର ଟାର୍ଗେଟକୁ ମୁମ୍ବାଇ ଇଣ୍ଡିଆନ୍ସ ୧୯.୧ ଓଭରରେ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା । ମୁମ୍ବାଇ ବିପକ୍ଷରେ କାହିଁକି କୋଲକାତାର ଶୋଚନୀୟ ପରାଜୟ ହେଲା ତାର କାରଣ କହିଛନ୍ତି ଅଧିନାୟକ ଅଜିଙ୍କ୍ୟ ରାହାଣେ ।
ମ୍ୟାଚ ପରେ କ୍ୟାପ୍ଟେନ ଅଜିଙ୍କ୍ୟ ରାହାଣେ କହିଛନ୍ତି, '' ବୋଲିଂ ଅଭିଜ୍ଞତା ଅଭାବରୁ ଦଳ ହାରିଗଲା । ମୁଁ ଭାବୁଥିଲି ଯେ ୨୨୦-୨୨୫ ଏକ ଭଲ ସ୍କୋର ଥିଲା । ଆମେ ପ୍ରକୃତରେ ଭଲ ବ୍ୟାଟିଂ କରିଥିଲୁ, କିନ୍ତୁ ପୁଣିଥରେ ଏହା ଏକ ଅନଭିଜ୍ଞ ବୋଲିଂ ଆକ୍ରମଣ ଥିଲା । ଏହା ଆମକୁ ଶିଶାଇଛି । ମୁମ୍ବାଇ ଇଣ୍ଡିଆନ୍ସ ଏକ ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ ବିପକ୍ଷପରେ ଖେଳିବା ଆମ ପାଇଁ ଏକ ଶିଖିବାର ସୁଯୋଗ । ଆଇପିଏଲରେ ନୂଆ ବୈଭବ, କାର୍ତ୍ତିକ, ମୁଦାରବାନିଙ୍କ ବ୍ୟତୀୟ ଦୁଇଜଣ ଅଭିଜ୍ଞ ସ୍ପିନର ଅଛନ୍ତି, କିନ୍ତୁ ମୁଁ ଭାବୁଥିଲି ମୁମ୍ବାଇ ଇଣ୍ଡିଆନ୍ସ ଭଲ ବ୍ୟାଟିଂ କରିଥିଲା । ତେଣୁ ଆମର ବୋଲରମାନେ ନିଶ୍ଚିତ ଭାବରେ ଶିଖିବେ ।''
ଏହା ବି ପଢନ୍ତୁ...ଓ୍ବାଙ୍ଖଡେରୁ ମୁମ୍ବାଇର ବିଜୟ ଅଭିଯାନ, KKRକୁ ୬ ଓ୍ବିକେଟରେ ହରାଇଲା MI
ତାଙ୍କ ବ୍ୟାଟିଂ ବିଷୟରେ ରାହାଣେ କହିଛନ୍ତି, ମୁଁ ଏବେ ବି ଯୁବ, ୩୭ ବର୍ଷ ବୟସରେ ଭଲ ଅନୁଭବ କରୁଛି, କିନ୍ତୁ ହଁ ମୁଁ କ୍ରାମ୍ପ ସହିତ ସଂଘର୍ଷ କରୁଛି । ମୁମ୍ବାଇରେ ଏହା ଘଟେ, ସେଠାରେ ଆର୍ଦ୍ରତା ଅଛି, କିନ୍ତୁ ମୁଁ ବର୍ତ୍ତମାନ ଯେଉଁଭଳି ଭାବରେ ବ୍ୟାଟିଂ କରୁଛି ସେଥିରେ ମୁଁ ପ୍ରକୃତରେ ଖୁସି । ତାଙ୍କ ଦଳର ବୋଲିଂ ବିଭାଗ ବିଷୟରେ ଅଧିନାୟକ କହିଛନ୍ତି, ଆମକୁ ସନ୍ତୁଳନ ଖୋଜିବାକୁ ପଡିବ, ବ୍ୟାଟିଂ ଦୃଷ୍ଟିରୁ ଯେଉଁମାନେ ଆମ ପାଇଁ ଭଲ ବୋଲିଂ କରିପାରିବେ । ବଲ ସହିତ ସନ୍ତୁଳନ ହାସଲ କରିବା ଗୁରୁତ୍ୱପୂର୍ଣ୍ଣ । ଆଶା କରୁଛୁ ଗ୍ରୀନ ଶୀଘ୍ର ବୋଲିଂ ଆରମ୍ଭ କରିବେ । ଗ୍ରୀନ କାହିଁକି ବୋଲିଂ କରିପାରିଲେ ନାହିଁ ପ୍ରଶ୍ନରେ ରାହାଣେ କହିଛନ୍ତି, ତୁମେ ଅଷ୍ଟ୍ରେଲିଆକୁ ପ୍ରଶ୍ନ ପଚାରିବା ଉଚିତ୍ ।