ମୁମ୍ୱାଇ : ମୁକେଶ ଖାନ୍ନା ନିଜର ଷ୍ଟେଟମେଣ୍ଟକୁ ନେଇ ଖୁବ୍ ଚର୍ଚ୍ଚାରେ ରହି ଥାନ୍ତି, ଅନେକ ଥର ତାଙ୍କର ବିବୃତ୍ତିକୁ ନେଇ ବିବାଦ ମଧ୍ୟ ହୋଇଯାଏ। ମୁକେଶ ଖାନ୍ନା ଯିଏ ରଣବୀର ସିଂହ ଓ ତାଙ୍କର ଫିଲ୍ମ ଧୁରନ୍ଧର-୨ର ପ୍ରଶଂସା କରି ସାରିଛନ୍ତି,ସେ ଏବେ କହିଛନ୍ତି କାହିଁକି ସେ ରଣବୀର ସିଂହଙ୍କୁ ଶକ୍ତିମାନ ଫିଲ୍ମରେ ଦେଖିବାକୁ ଚାହାନ୍ତି ନାହିଁ।

ଜୁମ୍ ସହ କଥା ହୋଇ ମୁକେଶ କହିଛନ୍ତି, ରଣବୀର ଏମିତି ଭାବେ ଜଣେ ଭଲ ଅଭିନେତା, ତାଙ୍କର ଏନର୍ଜୀ ଜବରଦସ୍ତ। ସେ ଧୁରନ୍ଧର କରି ପାରିବେ , ସେ ଗଲି ବୟ କରିପାରିବେ , ସେ ଖିଲଜୀ ମଧ୍ୟ କରି ପାରିବେ। କିନ୍ତୁ ଶକ୍ତିମାନ ପାଇଁ ଆପଣଙ୍କୁ କେବଳ ଅଭିନେତା ଦରକାର ନୁହେଁ, ବରଂ ଏକ ଚେହେରା ମଧ୍ୟ ଦରକାର। ଯେମିତି ପୃଥିରାଜ ଚୌହାନଙ୍କୁ ପୃଥ୍ୱୀରାଜ ଚୌହାନ ଭଳି ଦେଖାଇବା ଉଚିତ, ଯେମିତି ଅକ୍ଷୟ କୁମାର କେବେ ବି ସେମିତି ଲାଗିଲେନି ସେହି ଫିଲ୍ମରେ। ଯେବେ ମୁଁ ଐତିହାସିକ ଚରିତ୍ର କରୁଥିଲି ,ତ ମୋତେ ଦେଢ ଘଣ୍ଟା ଲାଗୁଥିଲା କନଷ୍ଟ୍ୟୁମ୍ ବଦଳାଇବାରେ। ମୁଁ ୭ ଇଞ୍ଚର କ୍ରାଉନ୍ ପିନ୍ଧି ଥିଲି।

ମୁକେଶ ଖାନ୍ନା ଆହୁରି କହିଛନ୍ତି, ତାଙ୍କ ବିରୋଧର କାରଣରୁ ସେ ଅନେକ ଟଙ୍କାର କ୍ଷତି ସହୁଛନ୍ତି। ସେ କହିଛନ୍ତି ଯେ, ସୋନି ପିକଚର ଏହି ପ୍ରୋଜେକ୍ଟ ସହ ଆଗକୁ ବଢିବାକୁ ଚାହୁଁଛି। ସେ କହିଛନ୍ତି –ଏହା ମୋର କ୍ଷତି। ମୁଁ କୋଟି କୋଟି ଟଙ୍କା ହରାଉଛି, କାରଣ ସୋନି ପିକଚର୍ସ ମୋତେ କୋଟି କୋଟି ଟଙ୍କା ଦେବାକୁ ପ୍ରସ୍ତୁତ। ମୁଁ କହିଲି ରୁହ ମୋର ଏହି କାଷ୍ଟ ଦରକାର ନାହିଁ। ସେ ଲୋକେ ଜିଦି ଧରି ବସିଛନ୍ତି ଏବ ମୁଁ ମଧ୍ୟ ଜିଦି ଧରିଛି।

ମୁକେଶ ପୁଣି କହିଛନ୍ତି , ଲୋକଙ୍କୁ ଷ୍ଟାର ଦରକରା , ମୋତେ ଷ୍ଟାର ଦରକାର ନାହିଁ। ଯଦି ମୋତେ ଶକ୍ତିମାନ ପାଇଁ ଅନୁମତି କରିଦିଆ ଯିବ ତ ମୁଁ ପୂରା ଦେଶରେ ଅଡ଼ିସନ ରଖିବି। ଆପଣଙ୍କୁ ପବ୍ଲିସିଟି ମିଳିବ ଏବଂ ଏକ ଏମିତି ଯୁବକ ମିଳିବ ଯିଏ ଗୁଡ୍ ଲୁକିଂ ହୋଇଥିବ , ସିମ୍ପଲ ଓ ସରଳ। ମୋ ହିସାବରେ ଏମିତି କେହି ଆକ୍ଟର ନାହାନ୍ତି ,ଯାହାର ଏମିତି ଇମେଜ ଥିବ ଶକ୍ତିମାନ ହୋଇ ପାରିବ। ଚାଲ୍ , ଆଗକୁ ଦେଖିବା ଶେଷରେ ଏବେ କିଏ ଶକ୍ତିମାନ ହେଉଛି।

ଅନ୍ୟପଟେ ‘ଧୁରନ୍ଧର-୨’ର ସଫଳତାକୁ ନେଇ ରଣବୀର ଏନଜୟେ କରୁଛନ୍ତି। ଆଦିତ୍ୟ ଧରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀରଙ୍କ ସହ ଆର ମାଧବନ , ଅର୍ଜୁନ ରାମପାଲ, ସଞ୍ଜୟ ଦତ୍ତ, ରାକେଶ ବେଦି ଓ ସାରା ଅର୍ଜୁନ ମଧ୍ୟ ଅଛନ୍ତି।