ଭୁବନେଶ୍ଵର, ୫/୧୨ : ଆରମ୍ଭ ହେଲା ପୌଷ ମାସ। ଆଜିଠୁ ପୌଷ ମାସ ଆରମ୍ଭ ହେଉଛି। ୨୦୨୬ ଜାନୁଆରୀ ୩ ତାରିଖରେ ଏହା ସରିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପୌଷ ମାସରେ ବିବାହ ଓ ଅନ୍ୟ ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ। ଏହାକୁ ଖର ମାସ କୁହାଯାଏ। ତେବେ ଏଭଳି କାହିଁକି ଜାଣିଛନ୍ତି କି ? ତାହେଲେ ପଢନ୍ତୁ ଏହି ଖବର...
ହିନ୍ଦୁ ପଞ୍ଚାଙ୍ଗର ୧୦ମ ମାସ ହେଉଛି ପୌଷ ମାସ। ଏହି ମାସ ହେମନ୍ତ ଋତୁରେ ପଡେ। ପୌଷ ମାସରେ ସୂର୍ଯ୍ୟଙ୍କ ପ୍ରଭାବ ଅଧିକ ରୁହେ। ତେଣୁ ଚଳିତ ମାସରେ ସୂର୍ଯ୍ୟଙ୍କ ଉପାସନା କରାଯାଏ। ପୌଷ ମାସରେ ଯଦି ଜଣେ ବ୍ୟକ୍ତି ନିୟମିତ ସୂର୍ଯ୍ୟ ପୂଜା କରିବ ତାହେଲେ ତାଙ୍କୁ ବର୍ଷସାରା ସ୍ଵାସ୍ଥ୍ୟ ସମସ୍ୟା ରହିବ ନାହିଁ। ତେବେ ଏହି ମାସ ବିବାହ ଓ ଅନ୍ୟ ମାଙ୍ଗଳିକ କାର୍ଯ୍ୟ ପାଇଁ ଅନୁକୂଳ ନୁହେଁ। ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କଲେ ଖର ମାସ ଆରମ୍ଭ ହୁଏ। ଏହି ମାସରେ ତୀର୍ଥ ଯାତ୍ରା କଲେ ଏବଂ କୌଣସି ପବିତ୍ର ନଦୀରେ ବୁଡ଼ ପକାଇଲେ ପୁଣ୍ୟଦାୟକ ହୋଇଥାଏ। ଏତଦ୍ ବ୍ୟତିତ ପ୍ରତିଦିନ ତମ୍ଵା ପାତ୍ରରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କଲେ ଫଳପ୍ରଦ ହୁଏ। ପୌଷ ମାସରେ ଦାନ ପୁଣ୍ୟ କଲେ ପାପ କ୍ଷୟ ହୁଏ ଓ ସୁଖ ଶାନ୍ତି ମିଳେ।
ପୌଷ ମାସରେ କେଉଁ କାର୍ଯ୍ୟ କରିବା ଅନୁଚିତ ?
-ବିବାହ, ଗୃହ ପ୍ରବେଶ, ମୁଣ୍ଡନ ଆଦି ଶୁଭ କାର୍ଯ୍ୟ ହୁଏ ନାହିଁ।
-ଏହି ମାସରେ ମଦ, ମାଂସହାରା ଏବଂ କୌଣସି ପ୍ରକାରର ନିଶା କରିବା ଉଚିତ୍ ନୁହେଁ।
-ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ।
-ଅତ୍ୟଧିକ ହରଡ଼ ଡାଲି, ମସୁର ଡାଲି, ବାଇଗଣ, ମୁଳା, ଫୁଲକୋବି ଏବଂ ଅଧିକ ଚିନି-ଘିଅ ସେବନ କରିବା ଉଚିତ୍ ନୁହେଁ।
-ଲୁଣ ମଧ୍ୟ କମ୍ ଖାଇବା ଉଚିତ୍। ଏହାଦ୍ଵାରା ସ୍ଵାସ୍ଥ୍ୟ ଓ ପାଚନ ତନ୍ତ୍ର ଭଲ ରୁହେଁ।