PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଅଶୋକ ଗେହଲଟଙ୍କୁ କରିବାକୁ ପଡ଼ିବ ତ୍ୟାଗ, ରାଜନୈତିକ ସଙ୍କଟ ଭିତରେ ସୋନିଆଙ୍କ ବଡ଼ ପ୍ଲାନ, ପାଇଲଟ ବି ହେବେ ଖୁସି   

ନୂଆଦିଲ୍ଲୀ: ଅଶୋକ ଗେହଲଟଙ୍କର ଯଦିଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମୋହ ଛାଡ଼ୁନି ହେଲେ କଂଗ୍ରେସ ଏଥିପାଇଁ ତ୍ୟାଗ କରିବାକୁ ମନାଉଛି। ଆନନ୍ଦ ଶର୍ମା ଓ ଅମ୍ୱିକା ସୋନୀଙ୍କ ସମେତ କିଛି ବରିଷ୍ଠ ନେତାଙ୍କୁ ସୋନିଆ ଗାନ୍ଧୀ ଦାୟିତ୍ୱ ଦେଇଛନ୍ତି ଯେ ସେମାନେ ଅଶୋକ ଗେହଲଟଙ୍କୁ ରାଜି କରାନ୍ତୁ କି ସେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରନ୍ତୁ। କେବଳ ଏତିକି ନୁହେଁ ଗେହଲଟଙ୍କୁ କୁହାଯାଇଛି ଯେ ଯଦି ସେ ହାଇକମାଣ୍ଡଙ୍କ ଆକ୍ସନରୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ ସେ ଅଧ୍ୟକ୍ଷ ପଦ ସ୍ୱୀକାର କରନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ବାଛିବା ନିଷ୍ପତ୍ତି ସୋନିଆ ଗାନ୍ଧୀଙ୍କ ଉପରେ ଛାଡ଼ନ୍ତୁ। ସୂଚନା ଥାଉକି ରବିବାର ହୋଇଥିବା ବିଧାୟକ ଦଳ ବୈଠକ ବହିଷ୍କାର କରିଥିବା ଗେହଲଟଙ୍କ ଗୋଷ୍ଠୀର ତିନି ଜଣ ବିଧାୟକଙ୍କୁ ହାଇକମାଣ୍ଡ ନୋଟିସ ଜାରି କରିଛନ୍ତି। ହେଲେ ବର୍ତ୍ତମାନର ରାଜନୈତିକ ସଙ୍କଟକୁ ଦେଖି ସେମାନଙ୍କ ବିରୁଦ୍ଧରେ ଏପରି କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁ ନାହାନ୍ତି ହାଇକମାଣ୍ଡ।   

ରାଜସ୍ଥାନ ରାଜନୈତିକ ସଙ୍କଟର ସମାଧାନ କେମିତି ହେବ ସେ ନେଇ ଉଦ୍ୟମ ଚଲାଇଛନ୍ତି କଂଗ୍ରେସର ଶୀର୍ଷ ନେତା। ଏହି ବିବାଦ ଭିତରେ ମଲ୍ଲିକାର୍ଜୁନ ଖଡ଼ଗେ, ଆନନ୍ଦ ଶର୍ମା ଏବଂ ଅମ୍ୱିକା ସୋନୀ ଗେହଲଟଙ୍କ ସହ ଆଲୋଚନା କରୁଛନ୍ତି। ଏହା ବ୍ୟତୀତ ଦଳର ରଣନୀତି ଉପରେ ମଧ୍ୟ ସେମାନେ କାମ କରୁଛନ୍ତି। ଏଥିପାଇଁ କିଛି ନେତାଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ଯେ ଯଦି ଗେହଲଟ ରାଜି ନ ହୁଅନ୍ତି ତେବେ ସେମାନଙ୍କ ଭିତରୁ ଯାହାଙ୍କୁ କୁହାଯିବ ସେ ନାମାଙ୍କନ ଭରିବେ। ଅନୁମାନ କରାଯାଉଛି ଯେ ଏଥିପାଇଁ କିଛି ବରିଷ୍ଠ ନେତାଙ୍କୁ ସେପ୍ଟେମ୍ୱର ୨୯ ଓ ୩୦ ତାରିଖରେ ଦିଲ୍ଲୀରେ ରହିବା ପାଇଁ କୁହାଯାଇଛି। ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଏକେ ଆଣ୍ଟନିଙ୍କୁ ମଧ୍ୟ ସୋନିଆ ଗାନ୍ଧୀ ଦିଲ୍ଲୀ ଡକାଇଛନ୍ତି, ଯାହାଙ୍କୁ କଂଗ୍ରେସର ସଙ୍କଟମୋଚନ ବୋଲି କୁହାଯାଇଥାଏ।      

ସୂଚନା ଥାଉକି, ଗେହଲଟ ଗୋଷ୍ଠୀର ତିନି ଜଣ ବିଧାୟକ କଂଗ୍ରେସ ବିଧାୟକ ଦଳ ବୈଠକକୁ ବହିଷ୍କାର କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନୋଟିସ ଜାରି କରିଛନ୍ତି ଦଳର ହାଇକମାଣ୍ଡ। ସଂସଦୀୟ କାର୍ଯ୍ୟମନ୍ତ୍ରୀ ଶାନ୍ତି ଧାରିବାଲ, ମୁଖ୍ୟ ସଚେତକ ମହେଶ ଯୋଶୀ ଓ ଆରଟିଡିସି ଚ୍ୟାରମ୍ୟାନ ଧମେନ୍ଦ୍ର ସିଂହ ରାଠୋଡ଼ଙ୍କୁ କଂଗ୍ରେସ ଅନୁଶାସନ କିମିଟି ମଙ୍ଗଳବାର ରାତିରେ ନୋଟିସ ଜାରି କରିଛି। ଏହି ତିନି ଜଣ ବିଧାୟକଙ୍କୁ ୧୦ ଦିନ ଭିତରେ ଜବାବ ଦେବା ପାଇଁ କୁହାଯାଇଛି।

ନୋଟିସରେ ଲେଖାଯାଇଛି ଯେ ସରକାରୀ ଦଳର ମୁଖ୍ୟ ସଚେତକ ରହି ମଧ୍ୟ ବିଧାୟକ ଦଳ ବୈଠକକୁ ବହିଷ୍କାର କରିଛନ୍ତି। ଅନ୍ୟପଟେ ପ୍ୟାରାଲାଲ ବୈଠକରେ ନିଜେ ଭାଗ ନେବା ସହ ଅନ୍ୟ ବିଧାୟକଙ୍କୁ ମଧ୍ୟ ଏଥିପାଇଁ ରାଜି କରାଇବା ଓ ଦ୍ୱନ୍ଦ୍ୱରେ ପକାଇବା ଭଳି କାମ କରିଛନ୍ତି। ଏସବୁ ଦେଖି କଂଗ୍ରେସ ଅନୁଶାସନ କିମିଟି ସେମାନଙ୍କ ନିକଟକୁ ନୋଟିସ ଜାରି କରିଛି।

ସମ୍ବନ୍ଧିତ ଖବର