PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

କୋର୍ଟ ରୁମରେ ଝାଳରେ ଭିଜିଲେ ଅନିଲ ଅମ୍ବାନୀ: ପଚାରିଲେ ଏସି କାହିଁକି ଚାଲୁନି, ମିଳିଲା ଏମିତି ଉତ୍ତର…

source:www.jansatta.com

ନୂଆଦିଲ୍ଲୀ,୧୫/୨: ଏରିକ୍ସନ୍ କମ୍ପାନୀର ୫୫୦ କୋଟି ଟଙ୍କାର ଋଣ ପରିଶୋଧ ନ କରିବା ନେଇ  ବୁଧବାର ରିଲାୟନ୍ସ  କମ୍ୟୁନିକେସନର ଚେୟାରମ୍ୟାନ ଅନିଲ ଅମ୍ବାନୀ କୋର୍ଟ ରୁମରେ ହାଜର ହୋଇଥିଲେ। ମାମଲାର ଶୁଣାଣି ପୂର୍ବରୁ କୋର୍ଟରୁମ୍ ଭିତରକୁ ସୁଟ୍-ବୁଟ୍ ଓ ଟାଇ ପିନ୍ଧି  ଆସିଥିଲେ ଅନିଲ୍ । ତେବେ କୋର୍ଟ ରୁମରେ କିଛି ସମୟ ରହିବା ପରେ ସେ  ଝାଳରେ  ଭିଜି ଯାଇଥିଲେ । ପ୍ରବଳ ଗରମ ଲାଗିବାରୁ ଅନିଲ ପଚାରିଥିଲେ ଏୟାର କଣ୍ଡିସନର (ଏସି) କାହିଁକି ଚାଲୁନାହିଁ। ଅମ୍ବାନୀଙ୍କୁ  ଏସି ନଚାଲିବାର କାରଣ କୁହାଯିବା ପରେ ସେ ଝାଳ ପୋଛି ଶାନ୍ତ ହୋଇଯାଇଥିଲେ।

ସକାଳ ୧୦ ଟା ସମୟରେ କୋର୍ଟରେ ପହଞ୍ଚିଥିଲେ ଅନିଲ୍ । ସେ ନୀଳ ରଙ୍ଗର ସାର୍ଟ, କଳା ସୁଟ୍ ଓ ଟାଇ ପିନ୍ଧିଥିଲେ।   ତାଙ୍କର  ପରିଚିତ ଲୋକଙ୍କ  ସହ କଥା ହୋଇ ସେ କୋର୍ଟ ରୁମ୍ ଭିତରକୁ  ପ୍ରବେଶ କରିଥିଲେ। କୋର୍ଟ ରୁମରେ ସେ ପଛପଟ ଲାଇନରେ ରିଲାୟନ୍ସ ଟେଲିକମର ଅଧ୍ୟକ୍ଷ ସତୀଶ ସେଠଙ୍କ ପାଖରେ  ବସି ଯାଇଥିଲେ। କିଛି ସମୟ ପରେ କୋର୍ଟ ରୁମ୍ ଭିତରେ ପ୍ରବଳ ଗରମ ଲାଗିଥିଲା ।  ଅନିଲ ପଚାରିଥିଲେ  ଏସି କାହିଁକି ବନ୍ଦ ରହିଛି ?  ତାଙ୍କର ଓକିଲ କହିଥିଲେ କୋର୍ଟଙ୍କ ନିମୟ ଅନୁସାରେ ଏସି କେବଳ ମାର୍ଚ୍ଚ ମାସରେ ଚଲାଯାଇଥାଏ । ଅମ୍ବାନୀ ଏହା  ଶୁଣିବାପରେ ନିଜ ମଥାରୁ ଝାଳ ପୋଛିବା ଆରମ୍ଭ କରିଦେଇଥିଲେ।କହିରଖୁଛୁ ୨ଜି ସ୍ପେକ୍ଟ୍ରମ ଦୁର୍ନୀତି ମାମଲାକୁ ନେଇ ୨୦୧୩ରେ ପଟିୟାଲା ହାଉସ୍ କୋର୍ଟରେ ହାଜର ହେବାପରେ ଦ୍ବିତୀୟ ଥର ପାଇଁ ଅମ୍ବାନୀ କୋର୍ଟରେ ହାଜର ହୋଇଥିଲେ ।

ସମ୍ବନ୍ଧିତ ଖବର