ନୂଆଦିଲ୍ଲୀ,୩୧।୧୦: ଆଗାମୀ ମାସ ବୁଡାପେଷ୍ଟରେ ପ୍ରସ୍ତାବିତ ଆମେରିକା ଓ ରୁଷ ଭିତରେ ଉଚ୍ଚସ୍ତରୀୟ ବୈଠକ ଏବେ ରଦ୍ଦ କରି ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ଙ୍କ ଭିତରେ ଏହି ସାକ୍ଷାତ ୟୁକ୍ରେନ ଯୁଦ୍ଧକୁ ଶେଷ କରିବାର ଚେଷ୍ଟାର ଅଂଶ ବୋଲି ମନେକରାଯାଉଛି। ରଏଟର୍ସର ଫାଇନାନ୍ସିଆଲ ଟାଇମ୍ସର ରିପୋର୍ଟ ଅନୁସାରେ, ରୁଷ ଦ୍ବାରା ପଠାଯାଇଥିବା ଏକ ଔପଚରିକ ମେମୋ ବୈଠକ ରଦ୍ଦ ହେବା ପଛର କାରଣ ଖୁଲାସା ହୋଇଛି। ରୁଷ ୟୁକ୍ରେନ୍ ଯୁଦ୍ଧକୁ ଶେଷ କରିବା ପାଇଁ ବହୁତ କିଛି ଦାବି ରଖିବ। ଏହାପରେ ହ୍ବାଇଟ ହାଉସ ବୈଠକକୁ ରଦ୍ଦ କରିଦେଇଥିଲା।
ରିପୋର୍ଟ ଅନୁସାରେ, ରୁଷ ନିଜର ପ୍ରସ୍ତାବରେ ଆମେରିକାକୁ କଠୋର କଟକଣା ହଟାଇବା ଓ ନିଜ କବଜାରେ ଥିବା ଅଞ୍ଚଳ ଉପରେ ଫେରାଇବା ଦାବି କରିଥିଲା। ଆମେରିକା ଅଧିକାରୀ ଏହି ଦାବିକୁ ଗ୍ରହଣ କରିନଥିଲେ ଓ ବୈଠକକୁ ରଦ୍ଦ କରିବାର ନିଷ୍ପତ୍ତି ନେଇଥିଲେ। ହ୍ବାଇଟ ହାଉସ୍ ପୁଣିଥରେ ଏହା ଉପରେ କୌଣସି ବୟାନ ଜାୀ କରିନାହିଁ, କିନ୍ତୁ ଆମେରିକୀୟ ପ୍ରଶାସନର ଜଣେ ଅଧିକାରୀ ଚଳିତ ସପ୍ତାହରେ ଏହାର ସଙ୍କେତ ଦେଇଥିଲେ ଯେ, ନିକଟ ଭବିଷ୍ୟତରେ ଟ୍ରମ୍ପ ଓ ପୁଟିନ୍ଙ୍କ ବୈଠକ ହେବାର କୌଣସି ଯୋଜନା ନାହିଁ।
ଗତ ସପ୍ତାହରେ ଟ୍ରମ୍ପ ନିଜେ ସ୍ବୀକାର କରିଥିଲେ ପୁଟିନଙ୍କ ନିକଟରୁ ‘ହତାଶ’ ମିଳୁଛି। ଏହା ତାଙ୍କର ପୂର୍ବ ବୟାନଠାରୁ ପୁରା ଅଲଗା ଥିଲା। ପୂର୍ବରୁ ଟ୍ରମ୍ପ କହୁଥିଲେ ପୁଟିନ୍ଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଓ ବୁଝାମଣା ଭଲ ରହିଛି। କ୍ଷମତାକୁ ଆସିବାର ଦିନ ଭିତରେ ରୁଷ-ୟୁକ୍ରେନ୍ ଯୁଦ୍ଧ ଶେଷ କରିବାରେ ସାହାର୍ଯ୍ୟ କରିବି। ଏପରିକି ଗତ ସପ୍ତାହରେ ଟ୍ରମ୍ପ ଏହା ବି ସ୍ବୀକାର କରିଥିଲେ ପୁଟିନ୍ଙ୍କ ସହ ଶୀର୍ଷ ସ୍ତରର ବୈଠକ ବର୍ତ୍ତମାନ ସମ୍ଭବ ନୁହେଁ। ଏହି ସମୟରେ ଫ୍ଲୋରିଡାରେ ଆମେରିକୀୟ ଅଧିକାରୀ ଓ ଜଣେ ବରିଷ୍ଠ ରୁଷ ପ୍ରତିନିଧିଙ୍କ ଭିତରେ ୟୁକ୍ରେନ୍ ଯୁଦ୍ଧକୁ ଶେଷ କରିବା ଉପରେ ଆଲୋଚନା ହୋଇଥିଲା। ଟ୍ରମ୍ପ ବୈଠକ ପରେ କହିଥିଲେ ମୁଁ ନିଜର ସମୟ ନଷ୍ଟ କରିବାକୁ ଚାହୁଁନି। ବର୍ତ୍ତମାନ କୌଣସି ଔପଚାରିକ ଶିଖର ବାର୍ତ୍ତା ହେବାର ସପକ୍ଷରେ ନାହିଁ।