ନୂଆଦିଲ୍ଲୀ,୧୧/୦୩; ଭାରତକୁ ସମୁଦ୍ର ପଥରେ ପୂର୍ବରୁ ଥିବା ରୁଷ ଅଶୋଧିତ ତୈଳ କିଣି ଏହାକୁ ଭାରତୀୟ ରାଫାଇନାରୀକୁ ପଠାଇବାକୁ ଅନୁମତି ଦେଇଛି ଆମେରିକା । ଏହାପରେ ଏକ ବିବୃତ୍ତି ଜାରି କରିଛି । ଆମେରିକା ଭାରତକୁ ରୁଷ ତୈଳ କିଣିବାକୁ କାହିଁକି ଅନୁମତି ଦେଲା ତାହା ବାଖ୍ୟା କରିଛି । ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି କି, ଭାରତୀୟ ଲୋକ ବହୁତ ଭଲ । ଭାରତରେ ଥିବା ଆମ ସହଯୋଗୀ ଭଲ ଅଭିନେତା । ତେଣୁ ତାଙ୍କୁ ରୁଷ ତେଲ କିଣିବାକୁ ଅନୁମତି ଦିଆଯାଇଛି । ଏହା ମଧ୍ୟ ଦାବି କରିଛି ଯେ, ଭାରତ ପୂର୍ବରୁ ରୁଷ ତୈଳ ନକିଣିବା ସର୍ତ୍ତାବଳୀ ଗ୍ରହଣ କରିଥିଲା । ଯାହା ପାଇଁ ଆମେରିକା ଭାରତକୁ ଏହି ସ୍ୱତନ୍ତ୍ର ଛାଡ ଦେଇଛି ।

ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି, ଏହି ନିଷ୍ପତ୍ତି ନିଆଯାଇଛି କାରଣ ଭାରତରେ ଆମର ଅଂଶୀଦାରମାନେ ଭଲ ଲୋକ । ଆମେ ଏହି ନିଷ୍ପତ୍ତିରେ ପହଞ୍ଚିଛୁ କାରଣ ଭାରତରେ ଆମ ସହଯୋଗୀ ବହୁତ ଭଲ ସେମାନେ ପୂର୍ବରୁ ରୁଷୀୟ ତେଲ କିଣିବା ବନ୍ଦ କରିଦେଇଥିଲେ । ତେଣୁ ଇରାନ ଦ୍ୱାରା ବିଶ୍ୱ ତୈଳ ଯୋଗାଣରେ ଏହି ଅସ୍ଥାୟୀ ଅଭିବାକୁ ଦୂର କରିବାକୁ ଆମେ କାର୍ଯ୍ୟ କରୁଛୁ । ଆମେ ଭାରତକୁ ରୁଷୀୟ ତେଲ କିଣିବାକୁ ଜାରି ରଖିବାକୁ ଅନୁମତି ଦେଇଛି ।''

ଆମେରିକା କରିଥିଲା ଘୋଷଣା- କାରୋଲିନ୍ ଲେଭିଟ୍ ଆହୁରି କହିଛନ୍ତି, ଆମେରିକା ଏହି ନିଷ୍ପତ୍ତିକୁ ମଞୁରୀ ଦେଇଛି କାରଣ ଭାରତକୁ ଆସୁଥିବା ରୁଷ ତେଲ ପୂର୍ବରୁ ସମୁଦ୍ର ପଥରେ ଥିଲା ଏବଂ ରୁଷ ଏଥିରୁ କୌଣସି ବିଶେଷ ଆର୍ଥିକ ଲାଭ ପାଇବ ନାହିଁ । ଆମେରିକା ଅର୍ଥ ମନ୍ତ୍ରୀ ସ୍କଟ୍ ବେସାଣ୍ଟ ଗତ ସପ୍ତାହରେ ଘୋଷଣା କରିଥିଲେ ଯେ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସାରା ବିଶ୍ୱରେ ଶକ୍ତି ଯୋଗାଣକୁ ସହଜ କରିବାକୁ ଭାରତକୁ ସମୁଦ୍ର ପଥରେ ଥିବା ଜାହାଜରେ ଲୋଡ୍ ହୋଇଥିବା ରୁଷ ତେଲ କ୍ରୟ କରିବାକୁ ଅନୁମତି ଦିଆଯାଇଛି । ଏହି ନିଷ୍ପତ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅର୍ଥ ବିଭାଗ ଅନୁମୋଦନ କରିଛନ୍ତି । ସ୍କଟ୍ ବେସାଣ୍ଟ ଭାରତକୁ ଏକ ଭଲ ଅଂଶୀଦାର ଭାବେ ବର୍ଣ୍ଣନା କରିଥିଲେ ।
​​​​​​​

ଏହା ବି ପଢନ୍ତୁ...'ଯୁଦ୍ଧ ନ ଥମିଲେ ବିନାଶକାରୀ ସ୍ଥିତ, ଦୋହଲିବ ତୈଳ ବଜାର'; ସାଉଦି ଆରାମ୍କୋ ସିଇଓଙ୍କ ସତର୍କବାଣୀ  

ଭାରତ ସ୍ପଷ୍ଟ କଲା ମତ- ଭାରତ ସ୍ପଷ୍ଟ କରିଛି କି, ଏହା ତାର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ସମସ୍ତ ଆବଶ୍ୟକତା ପଦକ୍ଷେପ ନେବ । ଏକ ଅସ୍ଥିର ଶକ୍ତି ବଜାର ପରିବେଶରେ ନୂଆଦିଲ୍ଲୀ ୧.୪ ବିଲିୟନ ଜନସଂଖ୍ୟାକୁ ପ୍ରାଥମିକତା ଦେବା ଜାରି ରଖିବ । ଭାରତ ଏହାର ପ୍ରାୟ ୮୮ ପ୍ରତିଶତ ଅଶୋଧିତ ତୈଳ ଆବଶ୍ୟକତା ଆମଦାନୀ କରେ ।