ପଶ୍ଚିମା ଝଡ : ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

ମାଲକାନଗିରି , ୧୯।୩ ମାଲକାନଗିରି ଜିଲ୍ଲାରେ ଶନିବାର ରାତିରେ ପ୍ରବଳ ବର୍ଷାରେ ଜିଲ୍ଲାରେ ବ୍ୟାପକ କ୍ଷୟ କ୍ଷତି ଘଟିବା ସହିତ ଅନେକ ଘର ଭାଙ୍ଗିଯାଇଛି। ରବିବାର ଠାରୁ ବିଭିନ୍ନ ତହସିଲ ପକ୍ଷରୁ କ୍ଷୟକ୍ଷତି ର ଵିଵରଣୀ ସଂଗ୍ରହ ଚାଲିଛି। ୧୨ ଘଣ୍ଟା ରେ ମାଲକାନଗିରି ଜିଲ୍ଲାର ସାତଟି ଯାକ ବ୍ଲକରେ ମୋଟ ୫୬୩.୧୦ ମିଲିମିଟର ବର୍ଷା ହୋଇଛି । ଜିଲ୍ଲାରେ ସର୍ବମୋଟ ୮୦.୪୪ ପ୍ରତିଶତ ମିଲିମିଟର ବର୍ଷା ହୋଇଥିବା ବେଳେ ମାଲକାନଗିରି ବ୍ଲକରେ ୭୪.୧ମିଲିମିଟର , ମାଥିଲି ବ୍ଲକରେ ୧୨୯ ଏମଏମ , ଖଇରପୁଟବ୍ଲକରେ ୯୬ ଏମଏମ , ଚିତ୍ରକୋଣ୍ଡା ବ୍ଲକରେ ୩୨ ଏମ୍ଏମ୍ , କୋରକୁଣ୍ଡା ବ୍ଲକରେ ୯୭ଏସ୍ଏମ୍ , କାଲିମେଳା ବ୍ଲକରେ ୫୫ ଏମ୍ଏମ୍ , ପଡିଆବ୍ଲକରେ ୮୦ ମିଲିମିଟର ବର୍ଷା ହୋଇଥିବାର ଜିଲ୍ଲା ଜରୁରୀକାଳିନ ବିଭାଗ ସୁତ୍ରରୁ ଜଣାପଡିଛି ।
ଜିଲ୍ଲାରେ ପ୍ରବଳବର୍ଷା ହେବା ଦ୍ବାରା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମେକା ପଚଂୟତ ରେ ପ୍ରାୟ ୧୫ଟି ଘର ଛପର ଉଡାଇ ନେବେ ସହିତ ଅନେକ ଗଛ ଉପୁଡି ଘର ଓ କାନ୍ଥ ଭାଙ୍ଗି ଯାଇଛି। କାଲିମେଳା ବ୍ଳକର ନାଲିଗୁଡା ଓ ଏମପିଭି୪ ୧ ଗ୍ରାମରେ ଝଡ଼ବର୍ଷାରେ ପ୍ରାୟ ୧୨ଟି ଘର ଭାଙ୍ଗି ଯିବା ସହିତ ଜଣେ ମହିଳା ଆହତ ହୋଇଛନ୍ତି । ପଡିଆ ବ୍ଲକର ସିମିଳିବାଛା ପଞ୍ଚାୟତରେ ଅନେକ ଘର ଭାଙ୍ଗି ଯାଇଛି । ଶେଷ ସୀମାରେ ଥିବା ମୋଟୁ ତହସିଲର ଆଲମା , ପେଟା , ବିନାୟକପୁର , ପୁଷୁଗୁଡା , ମୋଟୁଘାଟ , କମଳାପୁରମ , ମୁରଲିଗୁଡା , ଚିନାମାଦଗୁର ଗ୍ରାମ ରେ ବର୍ଷାରେ ବ୍ୟାପକ କ୍ଷତିଘଟିଛି। ପ୍ରବଳ ବର୍ଷାଦ୍ୱାରା ମାଲକାନଗିରି ଜିଲ୍ଲାର ସାବେରୀ , ସିଲେରୁ , ସପ୍ତଧାରା , ତମସା ନଦୀଗୁଡିକରେ ଜଳସ୍ତର ବୃଦ୍ଧିପାଇଛି ।

ମାଲକାନଗିରି ଜିଲ୍ଲାରେ ପ୍ରାକ୍ ବନ୍ୟା ଆଶଙ୍କା କୁ ଆଖିଆଗରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ମାଲକାନଗିରି , କାଲିମେଳା , ପଡିଆ , ମାଥିଲି , କେ.ଗୁମ୍ମା , ଖଇରପୁଟ , କୋରକୁଣ୍ଡା ସାତଟି ଯାକ ବ୍ଲକର ବିଡିଓ , ତହସିଲଦାର ମାନେ ସଜାଗ ରହି ନଦୀକୂଳିଆ ଗ୍ରାମଗୁଡିକୁ ନିୟମତି ପରିଦର୍ଶନରେ ଯାଇ ସେଠାକର ପରିସ୍ଥିତି ଅନୁଧ୍ୟାନ କରି ତୁରତ ପ୍ରତିକାର ବ୍ୟବସ୍ଥାର କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାସଦର ମହକୁମା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସ୍ଵତନ୍ତ୍ର କଂଟ୍ରୋଲ ରୁମ ଖୋଲା ଯାଇ ୨୪ଘଟିଂଆ ଜରୁରୀକାଳିନ ସେବାର ବ୍ୟବସ୍ଥାରଖା ଯାଇଛି । ସମସ୍ତ ନଦୀ ଘାଟକୁ ଡଙ୍ଗା , ମଟୋରକୋଟ , ଲାଇଫ କାକେଟ୍ ର ବ୍ୟବସ୍ଥା କରାଯାଇଛି । କୌଣସି ନଦୀରେ ବନ୍ୟାଜଳ ପ୍ରଭାବିତ ହେବାର ଦେଖାଗଲେ ତୁରନ୍ତ ଖାଲୁଆସ୍ଥାନର ଗ୍ରାମବାସୀ ମାନଙ୍କୁ ଉଚସ୍ଥାନକୁ ସ୍ଥାନାନ୍ତରିତ କରି ସେମାନଙ୍କୁ ରିଲିଫ ଦେବାର ବ୍ୟବସ୍ଥା କରିବା ପାଇଁ ବିଡିଓ , ତହସିଲଦାର , ପଞ୍ଚାୟତ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି।