ବଲାଙ୍ଗୀର, ୧୮।୨ : ସ୍ବାମୀର ନୃଶଂସ କାଣ୍ଡ । ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସିନ୍ଧେକେଲା ଥାନା ଜାମପଡା ଗାଁରେ। ଜାମପଡା ଗାଁର ବୈଶାଖୁ ରଣା ନିଜ ସ୍ତ୍ରୀ ପୁଷ୍ପାଞ୍ଜଳି ରଣାକୁ ଗତ ରାତିରେ ତଣ୍ଟି ଚିପି ହତ୍ୟା କରିଥିବା ଅଭଯୋଗ କରିଛନ୍ତି ମୃତ ପୁଷ୍ପାଞ୍ଜଳି ର ବାପା।
ଗତ କିଛି ବର୍ଷ ହେଲା ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା। ବିଭିନ୍ନ ସମୟରେ ମଦ୍ୟପାନ କରି ସ୍ତ୍ରୀ କୁ ମାଡ଼ ମାରୁଥିବା ବେଳେ ମଙ୍ଗଳବାର ରାତିରେ ହତ୍ୟା କରିଥିବା କହିଛନ୍ତି ମୃତକଙ୍କ ପରିବାର ଲୋକେ। ସିନ୍ଧେକେଲା ପୋଲିସ ଓ ଟିଟିଲାଗଡ଼ ଏସ୍ଡ଼ିପିଓ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟା କରି ସ୍ୱାମୀ ଜଣକ ଏକ ଘରେ ଲୁଚି ରହିଥିବା ବେଳେ ବୈଶାଖୁ ରଣା କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ କରୁଛି। ଗତ ୧୦ ବର୍ଷ ରୁ ପୂର୍ବରୁ ରଜାମରା ଗ୍ରାମରୁ ବିବାହ କରିଥିଲେ ବୈଶାଖୁ । ଦୁଇ ପୁଅ ରହିଥିବା ବେଳେ ଅନ୍ୟ ଗ୍ରାମରେ ସମ୍ପର୍କୀୟ ଙ୍କ ଘରେ ରଖିଦେଇ ସ୍ତ୍ରୀ କୁ ତଣ୍ଟି ଚିପି ହତ୍ୟା କରିଥିଲା ।