PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ହସ୍‌ପିଟାଲରେ ପତ୍ନୀଙ୍କୁ ମଶା କାମୁଡ଼ିବା ଅଭିଯୋଗ କଲେ ସ୍ୱାମୀ, ଅଧା ରାତିରେ ଅଗରବତି ଧରି ପହଞ୍ଚିଲା ପୁଲିସ

ନୂଆଦିଲ୍ଲୀ ୨୩/୦୩: ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି । ସ୍ଥାନୀୟ ଚନ୍ଦୌସି ସ୍ଥିତ ଏକ ପ୍ରାଇଭେଟ୍‌ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳା ମଶା କାମୁଡ଼ାକୁ ନେଇ ବିରକ୍ତ ହୋଇପଡ଼ିଲେ । ତାଙ୍କ ସ୍ୱାମୀ ଅଧା ରାତିରେ ୟୁପି ପୁଲିସକୁ ଟ୍ୱିଟ୍‌ କରି ସାହାଯ୍ୟ ମାଗିଲେ । ପୁଲିସ ମଧ୍ୟ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା । ଜଣେ ପୁଲିସକର୍ମୀ ମଶା ନାଶକ ଅଗରବତୀ ଧରି ମହିଳାଙ୍କ ପାଖରେ ପହଞ୍ଚିଗଲେ ।

ବ୍ୟକ୍ତି ଜଣକ ୟୁପି ପୁଲିସକୁ ଟ୍ୱିଟ୍‌ କରି ଉଲ୍ଲେଖ କରିଛନ୍ତି, ଚନ୍ଦୌସି ସ୍ଥିତ ହରି ପ୍ରକାଶ ନର୍ସିଂହୋମ୍‌ରେ ମୋ ପତ୍ନୀ ଏକ କୁନି ପରୀ(କନ୍ୟା ସନ୍ତାନ)କୁ ଜନ୍ମ ଦେଇଛନ୍ତି । କିନ୍ତୁ ସେ ଏଠାରେ ଖୁବ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାରଣ ମଶା ତାଙ୍କୁ ଖୁବ୍‌ ଯନ୍ତ୍ରଣା ଦେଉଛନ୍ତି । ଦୟାକରି ମୋତେ ସଙ୍ଗେସଙ୍ଗେ ଏକ ମୋର୍ଟିନ୍‌ ପ୍ରଦାନ କରନ୍ତୁ ।’

ତାଙ୍କର ଟ୍ୱିଟ୍‌ ପରେ ୟୁପି ପୁଲିସ ସଙ୍ଗେସଙ୍ଗେ ଆକ୍ସନ୍‌ ମୋଡ୍‌କୁ ଆସିଲା । ଜଣେ ପୁଲିସକର୍ମୀ ମଶା ଅଗରବତି ଧରି ହସ୍‌ପିଟାଲରେ ପହଞ୍ଚିଲେ । ତତ୍କାଳ ଆକ୍ସନ୍‌ ପାଇଁ ବ୍ୟକ୍ତି ଜଣକ ସମ୍ଭଲ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି ।