PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ପୁଣି ଚର୍ଚ୍ଚାରେ ରେଶମ ସିଟି: ସ୍ବାମୀଙ୍କ ଘର ତାଲା ଭାଙ୍ଗିଲେ, ଧାରଣାରେ ବସିଲେ ପତ୍ନୀ ସ୍ବପ୍ନା

ବ୍ରହ୍ମପୁର ୨୩/୦୯: ପୁଣି ଚର୍ଚ୍ଚାରେ ରେଶମ ସିଟି। ପୁଣି ସ୍ବାମୀ ଘର ଆଗରେ ଧାରଣାାରେ ବସିଲେ ଆଉ ଜଣେ ମହିଳା।ବ୍ରହ୍ମପୁର ରେଳୱେ ଷ୍ଟେସନରେ କାର୍ଯ୍ଯରତ ଟିଟିଆଇ କାହ୍ନୁ ନାୟକଙ୍କ ପତ୍ନୀ ସ୍ବପ୍ନା ନାୟକ ଧାରଣାରେ ବସିଛନ୍ତି ।ଏଥି ସହିତ କାହ୍ନୁଙ୍କ ଘରର ଚାବି ଭାଙ୍ଗି ଘରେ ପଶିବାକୁ ଚେଷ୍ଟା କରିଛନ୍ତି ସ୍ବପ୍ନା। ଏହା ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ଜିଆର୍‌ପି ପୋଲିସ ମୁତୟନ ହୋଇଛନ୍ତି।ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି ଜିଆର୍‌ପି ଥାନା ଅଧିକାରୀ ଜ୍ଯୋତି ପ୍ରକାଶ ନାୟକ । ସେପଟେ ଘର ସମ୍ମୁଖରେ ସ୍ବପ୍ନା ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ଧାରଣାରେ ବସିଛନ୍ତି ।

ସୂଚନା ମୁତାବିକ, ୨୦୧୨ ମସିହାରେ କାହ୍ନୁ ନାୟକଙ୍କ ସହ ସ୍ବପ୍ନାଙ୍କ ବିବାହ ହୋଇଥିଲା।୨୦୧୮ ମସିହାରେ ଅଧିକା ୨୦ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ କହିଥିଲେ।ଯୌତୁକ ନ ଆଣିବାରୁ ଘରୁ ବାହାର କରିଥିବା ଅଭିଯୋଗ କରିଛନ୍ତି ସ୍ବପ୍ନା। ଅନ୍ୟପଟେ ଭଣଜାଙ୍କ ସହ ଅନୈତିକ ସଂପର୍କ ରଖିଥିବା ସ୍ବାମୀ ଅଭିଯୋଗ କରି ସ୍ତ୍ରୀ ସ୍ବପ୍ନାଙ୍କୁ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଏନେଇ ଜିଆର୍‌ପି ଥାନାରେ ସ୍ବାମୀ କାହ୍ନୁଙ୍କ ବିରୁଦ୍ଧରେ ପତ୍ନୀ ଅଭିଯୋଗ କରିଛନ୍ତି ସ୍ବପ୍ନା।