ଫିଲ୍ମ ‘ଲାଲ୍ ସିଂହ ଚଢ଼ା’ରେ ବାବ୍ରୀ ମସଜିଦ ଘଟଣା ! ଆମିର ଖାନ କେଉଁ ଭୂମିକାରେ ନଜର ଆସିବେ ?

ମୁମ୍ୱାଇ – ଆମିର ଖାନଙ୍କର ଫିଲ୍ମ ଲାଲ୍ ସିଂହ ଚଢ଼ା ଆନାଉନ୍ସମେଣ୍ଟ ପରେ ହିଁ ଚର୍ଚ୍ଚାରେ ରହିଛି । ଫିଲ୍ମର ରିଲିଜ୍ ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା ରହିଛି। ଫାଇନାଲି ଏହା ଚଳିତ ବର୍ଷ ୧୧ ଅଗଷ୍ଟରେ ରିଲିଜ୍ ହେବାକୁ ଯାଉଛି। ଏମିତି ତ ସମସ୍ତେ ଜାଣନ୍ତି ଫିଲ୍ମଟି ହଲିଉଡ ଫିଲ୍ମ Forrest Gumpର ରିମେକ୍ । ଏବେ ଲାଟେଷ୍ଟ ଖବର ଆସୁଛି କି ଫିଲ୍ମରେ ୧୯୯୨ର ବାବ୍ରୀ ମସଜିଦ ଘଟଣା ବିଷୟରେ ବି କୁହାଯାଇଛି । ହଲିଉଡ ଫିଲ୍ମରେ ଟମ୍ ହ୍ୟାଙ୍କସଙ୍କ ଉପରେ ଆମେରିକାର ଇତିହାସରେ ହୋଇଥିବା କିଛି ଘଟଣାର ପ୍ରଭାବ ଥିଲା । ଏହି ପରି ବଲିଉଡ ରିମେକ୍ରେ ଆମିର ଖାନଙ୍କ ବାବ୍ରୀ ମସଜିଦ ଘଟଣାର ଗଭୀର ପ୍ରଭାବ ଦେଖାଯିବ।
ଆମିର ଖାନଙ୍କ ଏହି ଫିଲ୍ମ ଲାଲ୍ ସିଂହ ଚଢ଼ା ର ସୁଟିଂ ଶେଷ ହୋଇ ସାରିଛି ଏବଂ ଫିଲ୍ମଟି ରିଲିଜ ହେବା ଖାଲି ବାକି ରହିଛି । ଏବେ ବଲିଉଡ୍ ଲାଇଫ୍ର ରିପୋର୍ଟ ଆଧାରରେ ,ଫିଲମରେ ବାବ୍ରୀ ମସଜିଦ ଘଟଣାର ପ୍ରଭାବ ଆମିର ଖାନଙ୍କ ଉପରେ ଦେଖାଯିବ । ରିପୋର୍ଟରେ କୁହାଯାଇଛି କି ଆମିର ଖାନଙ୍କର ଭୂମିକା ଏହି ଘଟଣା ଗୁଡ଼ିକର ପ୍ରଭାବରେ ବହୁତ ବଦଳି ଯିବ । ପ୍ରଥମେ ରିପୋର୍ଟ ଥିଲା କି ଲାଲ୍ ସିଂହ ଚଢ଼ା ରେ ଭାରତ ଉପରେ କରୋନାର ପ୍ରଭାବକୁ ଦେଖାଯିବ ।
ସୂଚନା ଆଧାରରେ , ଫିଲ୍ମ ଲାଲ୍ ସିଂହ ଚଢ଼ା ୧୪ ଅପ୍ରେଲରେ ରିଲିଜ ହେବାର ଥିଲା , ଯାହାକି ଏବେ ୧୧ ଅଗଷ୍ଟ ୨୦୨୨ରେ ରିଲିଜ ହେବ । ଏମିତି ବି କୁହାଯାଉଛି କି କେଜିଏଫ୍ ୨ର କ୍ଲାସ୍ରୁ ରକ୍ଷା ପାଇବା ପାଇଁ ଫିଲ୍ମର ରିଲିଜ ଡେଟ୍ ଆଗକୁ ବଢ଼ା ଯାଇଛି । ହେଲେ ଆମିର ଖାନଙ୍କ ପ୍ରଡକ୍ସନ ପକ୍ଷରୁ କୁହାଯାଇ ଥିଲା କି ଫିଲ୍ମର ପ୍ରମୁଖ ଅଂଶ ସୁଟ୍ ହୋଇ ପାରିନଥିଲା । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି କରୀନା କପୁର , ଯିଏକି ପ୍ରେଗ୍ନେନ୍ସି ବେଳେ ମଧ୍ୟ ଫିଲ୍ମର ସୁଟିଂ କରିଥିଲେ ।