ଆର୍ୟନ ଖାନଙ୍କୁ କ୍ଲିନ୍ ଚିଟ୍ ମିଳିବା ପରେ ଖୋଲିବ ରିୟା ଚକ୍ରବର୍ତ୍ତୀଙ୍କ ଫାଇଲ୍ ? ତଦନ୍ତ ଦାବି କଲେ ଓକିଲ

ନୂଆଦିଲ୍ଲୀ : ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପକ୍ଷରୁ ଆର୍ୟନ ଖାନଙ୍କୁ ମିଳିଛି କ୍ଲିନ୍ଚିଟ୍। ଆଉ ଏହାର ଗୋଟିଏ ଦିନ ପରେ ରିୟା ଚକ୍ରବର୍ତ୍ତୀଙ୍କର ଡ୍ରଗ୍ସ ମାମଲାରେ ଏହିପରି ଯାଞ୍ଚ ଦାବି କରାଯାଇଛି। ସୂଚନା ଯେ, ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ କେସ୍ରେ ଗିରଫ କରାଯାଇ ଥିଲା।
ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବିକ , ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲାର ସ୍ପେଶାଲ ଟିମ୍ ଦ୍ୱାରା ଯାଞ୍ଚ ଦାବି କରି ଓକିଲ ସତିଶ ମାନସିନ୍ଦେ କହିଛନ୍ତି , ରିୟା ଚକ୍ରବର୍ତ୍ତୀ ଓ ଶୋଭିକ ମାମଲାର ମଧ୍ୟ ଯାଞ୍ଚ ହେବା ଉଚିତ। ତାଙ୍କ ପାଖରୁ କୌଣସି ଔଷଧ ମିଳିନାହିଁ । କୌଣସି ଟେଷ୍ଟ ମଧ୍ୟ କରାଯାଇ ନାହିଁ। ସତିଶ ମାନସିନ୍ଦେ ସେହି ଓକିଲ ଯିଏ ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କ ପ୍ରତିନିଧିତ୍ୱ କରିଥିଲେ। ଏହା ପୂର୍ବରୁ ମଧ୍ୟ ସେ ରିୟା ଚକ୍ରବର୍ତ୍ତୀଙ୍କର ପ୍ରତିନିଧିତ୍ୱ କରିଥିଲେ।
ମାନସିନ୍ଦେ କହିଛନ୍ତି , ଗତ ୩ ବର୍ଷ ହେଲା ଏନସିବି ବହୁ ଲୋକଙ୍କୁ ସମସ୍ୟାରେ ପକାଇଛି। ଏହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ । କେବଳ ହ୍ୱାଟ୍ସ ଆପ୍ ଚାଟ୍ ଥିଲା । କୌଣସି ଟେଷ୍ଟ କରାଯାଇ ନଥିଲା ।