ମମତାଙ୍କୁ ‘ଜୟ ଶ୍ରୀ ରାମ’ ଲେଖି ୧୦ ଲକ୍ଷ ପୋଷ୍ଟର ପଠାଇବ ବିଜେପି,ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୨।୬: ପଶ୍ଚିମବଙ୍ଗରେ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ନେଇ ରାଜନୀତି ସରଗରମ ହୋଇଯାଇଛି। ଶୁକ୍ରବାର ମମତା ବାନାର୍ଜୀ ଏହି ଲୋକଙ୍କ ଉପରେ ରାଗୁଥିବାର ଦେଖିବାକୁ ମିଳିଥିଲା। ସୋସିଆଲ ମଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ସେଭଳି ପଶ୍ଚିମବଙ୍ଗ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଶ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପରେ ପଶ୍ଚିମବଙ୍ଗ ବିଜେପିର ମମତା ବାନାର୍ଜୀଙ୍କୁ ‘ଜୟ ଶ୍ରୀ ରାମ’ ଲେଖି ୧୦ ଲକ୍ଷ ପୋଷ୍ଟକାର୍ଡ ପଠାଇବାର ନିଷ୍ପତ୍ତି ନେଇଛନ୍ତି। ବ୍ୟାରକପୁରରୁ ନବନିର୍ବାଚିତ ସାଂସଦ ଅର୍ଜୁନ ସିଂ ଏହାର ସୂଚନା ଦେଇଛନ୍ତି।
ସାଂସଦ ଅର୍ଜୁନ ସିଂ କହିଛନ୍ତି ‘ଆମେ ମୁଖ୍ୟମନ୍ତ୍ରୀ ଆବାସରେ ୧୦ ଲକ୍ଷ ଟଙ୍କାର ପୋଷ୍ଟକାର୍ଡ ପଠାଇବାର ନିଷ୍ପତ୍ତି ନେଇଛନ୍ତି। ଏ ସମସ୍ତଙ୍କ ଉପରେ ‘ଜୟ ଶ୍ରୀ ରାମ’ ଲେଖା ହେବ। ମମତା ବାନାର୍ଜୀ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେଉଥିବା ୧୦ ଜଣ ଲୋକଙ୍କୁ ଗିରଫ କରିଥିଲେ। ଏବେ ବିଜେପି ୧୦ ଲକ୍ଷ ପୋଷ୍ଟକାର୍ଡ ପଠାଇବ। ଏବେ ସେ ୧୦ ଲକ୍ଷ ଲୋକଙ୍କୁ ଗିରଫ କରି ଦେଖାନ୍ତୁ। ଲାଗୁଛି ସେ ମାନସିକ ସନ୍ତୁଳନ ହରାଇ ବସିଛନ୍ତି।’
ଉଲ୍ଲେଖନୀୟ ଯେ, ନିକଟରେ ଟିଏମସିର ଏକ ବୈଠକ ସମୟରେ କିଛି ଲୋକ ମମତାଙ୍କୁ ଦେଖି ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେଇଥିଲେ। ଯାହାକୁ ଶୁଣିବା ପରେ ମମତା ରାଗିଯାଇ ଲୋକମାନଙ୍କୁ ଦେହରୁ ଚମଡା ଉତ୍ତାରିଦେବି ବୋଲି ଧମକ ଦେଇଥିଲେ। ଯାହାଫଳରେ ଆଜି ଅର୍ଜୁନ ସିଂ ଏହା କହିଛନ୍ତି। ପୂର୍ବରୁ ଅର୍ଜୁନ ଟିଏମସିର ବିଧାୟକ ଥିଲେ। କିନ୍ତୁ ଲୋକସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଛନ୍ତି।