PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ପାଣିରେ ଭାସିଆସିଲା ମଦ ବୋତଲ,ବାହାର କରିବାକୁ ନାଳକୁ ଡେଇଁଲେ ଗାଁ ଲୋକ

ନୂଆଦିଳ୍ଲୀ,୨୫।୬: ମଦ ପିଉଥିବା ବ୍ୟକ୍ତିଙ୍କୁ ଯଦି ମଦ ବୋତଲ ଦେଖାଯା, ତେବେ ତାକୁ ରୋକି ପାରିବା ସମ୍ଭବ ନୁହେଁ। ଏଭଳି କିଛି ଘଟଣା ଓ୍ବେଷ୍ଟ ଉତ୍ତରପ୍ରଦେଶର ସାହାରନପୁରରେ ଦେଖିବାକୁ ମିଳିଛି। ବୁଧବାର ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଚି। ମଧ୍ୟାହ୍ନ ସମୟରେ ବଡଗାଓଁ ଅଞ୍ଚଳରେ ଥିବା ଗଙ୍ଗନହରରେ ମନ ବୋତଲ ଭାସୁଥିବାର ଦେଖିବାକୁ ମିଳିଲା। ମଦ ବୋତଲକୁ ଦେଖି ନାଳରେ ଗାଧୋଉଥିବା ଲୋକମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ପରେ ମଦ ବୋତଲ ବାହାର କରିବା ପାଇଁ ଲୋକଙ୍କ ଭିତରେ ଆରମ୍ଭ ହୋଇଯାଇଥିଲା ଏକ ପ୍ରକାର ପ୍ରତିଯୋଗିତା।ଏହା ଦେଖି ସାରା ଗାଁ ଲୋକ ମଦ ବୋତଲ ଆଣିବାକୁ ନାଳ ଭିତରକୁ ଡେଇଁ ପଡିଥିଲେ।

ବଡଗାଓଁ ଅଞ୍ଚଳରେ ମଧ୍ୟାହ୍ନ ସମୟରେ କିଛି ଲୋକ ଗଙ୍ଗାନହରରେ ଗାଧୋଉଥିଲେ। ଏହି ସମୟରେ ତାଙ୍କର ନଜର ନାଳ ଉପରେ ଭାସୁଥିବା ମଦ ବୋତଲ ଉପରେ ପଡିଥିଲା। ନାଳରେ ଭାସୁଥିବା ଦେଶୀ ମଦ ବୋତଲକୁ କିଛି ଲୋକ ୧୦ରୁ ୨୦ ବୋତଲ ପର୍ଯ୍ୟନ୍ତ ପାଣିରୁ ଛାଣି ବାହାର କରି ସାଙ୍ଗରେ ନେଇଯାଇଥିଲେ। ଏହି ଘଟଣା ସମ୍ପର୍କରେ ପୋଲିସକୁ କେହି ସୂଚନା ଦେଇଥିଲା। ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମଦବୋତଲ ଗୁଡିକୁ ନିଜ କବଜାରେ ନେଇଥିଲା। ପୋଲିସର କହିବା ଅନୁସାରେ ଏହି ମଦ ଅବୈଧ ଓ ବିଷାକ୍ତ ହୋଇପାରେ, ତେଣୁ କେହି ଏହାକୁ ପିଅନ୍ତୁ ନାହିଁ। ପୋଲିସ ଏହି ମାମଲାର ଯାଞ୍ଚ କରି ଖୁବ୍ ଶୀଘ୍ର ଦୋଷୀଙ୍କୁ ଗିରଫ କରିବ।

ଉଲ୍ଲେଖନୀୟ ଯେ, ଗତ କିଛି ଦିନ ହେବ ସାହାରନପୁର ଓ ଉତ୍ତରପ୍ରଦେଶର ଉତ୍ତରାଖଣ୍ଡର ଅଞ୍ଚଳରେ ବିଷାକ୍ତ ମନ ମାମଲା ଦେଖିବାକୁ ମିଳିଥିଲା। ଗତ ସୋମବାର ଉତ୍ତରପ୍ରଦେଶର ମୁଜାଫରନଗରରେ ବିଷାକ୍ତ ମଦ ପିଇବା କାରଣରୁ ଦୁଇଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ, ଦୁଇଜଣ ଯୁବକ ଗାଁର ଦୁଇଜଣ ମଦ ତସ୍କର କେଉଁଆଡୁ ବିଷାକ୍ତ ମଦ ନେଇ ଦେଇଥିଲେ, ଯାହାର ସେବନ କରିବା ପରେ ଦୁହିଁଙ୍କ ସ୍ଥିତି ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ମେରୁଟ ରେଫର କରାଯାଇଥିଲା। ଚିକିତ୍ସା ସମୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା।