PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

୭ଦିନିଆ କଣ୍ଟ ପୂରିଲା: ଏମ୍‌ଜିକ୍ୟୁ ଉଠେଇ ପାରିଲେନି ବ୍ୟବସାୟୀ, ରାଜଧାନୀରେ ଅଧା ମଦ ଦୋକାନ ବନ୍ଦ

ଭୁବନେଶ୍ୱର,୦୨/୦୪: ଯାହା ଅନୁମାନ କରାଯାଉଥିଲା ସେଇଆ ହେଲା । ଗତ ମାର୍ଚ୍ଚ ୨୪ରେ ସରକାର ଏମ୍‌ଜିକ୍ୟୁ(ସର୍ବନିମ୍ନ ନିଶ୍ଚିତ କୋଟା) ଉଠାଇବା ଲାଗି ମଦ ବ୍ୟବସାୟୀଙ୍କ ପାଇଁ ଯେଉଁ ୭ଦିନିଆ କଣ୍ଟ ରଖିଥିଲେ ତାହା ପୂରଣ ହେଲାନାହିଁ । ଅବକାରୀ ଟିକସ ଲକ୍ଷ୍ୟ ପୂରଣ ହେଲାନାହିଁ । ବ୍ୟବସାୟୀମାନେ ମଦ ଉଠାଇଲେ ନାହିଁ କି ସେହି ବାବଦ ଟିକସ ପୈଠ କଲେନାହିଁ । ଏପ୍ରିଲ୍‌ ୧ରେ ଅବକାରୀ ବିଭାଗର ନିରୀକ୍ଷକ ସକାଳୁ ସହର ସାରା ବୁଲି ତାଲିକା ଧରି ମଦ ଦୋକାନକୁ ବନ୍ଦ କରିଥିଲେ । ଅପରାହ୍ଣ ବେଳକୁ ରାଜଧାନୀରେ ୩୦ରୁ ଅଧିକ ମଦ ଦୋକାନ ବନ୍ଦ ହୋଇଯାଇଛି ।

ମାର୍ଚ୍ଚ ୨୪ ତାରିଖରେ ଅବକାରୀ ବିଭାଗ ପକ୍ଷରୁ ଅବକାରୀ କମିସନରଙ୍କୁ ଏମ୍‌ଜିକ୍ୟୁ ବାବଦ ୨୦୨୧-୨୨ରେ ମଦ ଉଠାଯାଇ ନ ଥିବାରୁ ରାଜ୍ୟ ସରକାରଙ୍କ ୯୭୨.୨୨ କୋଟି ଟଙ୍କା ଅବକାରୀ ଟିକସ କ୍ଷତି ହୋଇଛି । ସପ୍ତାହକ ମଧ୍ୟରେ ଏମ୍‌ଜିକ୍ୟୁ ଉଠାଇବା ଲାଗି ବ୍ୟବସାୟୀଙ୍କୁ ସତର୍କ କରି ଦିଆଯାଇଥିଲା । ଯଦି ନ ଉଠାଇ ପାରିବ, ତେବେ ସେ ବାବଦ ଯେତିକି ଟିକସ ତାହାକୁ ଜରିମାନା ହିସାବରେ ପୈଠ କର । ନଚେତ୍‌ ଲାଇସେନ୍ସ ନବୀକରଣ ହେବନି । ଅବକାରୀ ବିଭାଗର ଏଭଳି ତାଗିଦ୍‌ ପାଇବା ପରେ ବ୍ୟବସାୟୀଙ୍କର ହୋସ୍‌ ଉଡ଼ିଯାଇଥିଲା । ଅନେକ ବ୍ୟବସାୟୀ ମାର୍ଚ୍ଚ ୩୧ ସୁଦ୍ଧା ଏମ୍‌ଜିକ୍ୟୁ ଉଠାଇ ପାରି ନ ଥିଲେ । ସେସବୁ ଦୋକାନୀଙ୍କର ତାଲିକା ପ୍ରସ୍ତୁତ କରାଯାଇଥିଲା । ଆଜି ଖିଲାପକାରୀଙ୍କୁ ଦୋକାନ ବନ୍ଦ କରିବାକୁ କୁହାଯାଇଥିଲା । ଦୋକାନ ବନ୍ଦ ନ କଲେ ସେମାନଙ୍କ ଲାଇସେନ୍ସ ବାତିଲ୍‌ କରି ଦିଆଯିବ ବୋଲି ସତର୍କବାଣୀ ଶୁଣାଇ ଦିଆଯାଇଥିଲା । ଏହି ଭୟରେ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଦେଇଥିବା କିଛି ବ୍ୟବସାୟୀ କହିଛନ୍ତି ।

୨୦୨୨-୨୩ ଆର୍ଥିକ ବର୍ଷର ଶେଷ ସପ୍ତାହରେ ପୂର୍ବ ଆର୍ଥିକ ବର୍ଷ ୨୦୨୧-୨୨ର ଯେଉଁ ଏମ୍‌ଜିକ୍ୟୁ ବକେୟା ଥିଲା ତାକୁ ମିଶାଇ କୋଟା ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ୨୦୨୧-୨୨ରେ କରୋନା ପ୍ରଭାବ ଯୋଗୁଁ ବ୍ୟବସାୟ ମାନ୍ଦା ଥିଲା ବୋଲି ବ୍ୟବସାୟୀମାନେ ଏମ୍‌ଜିକ୍ୟୁ ଉଠାଇ ପାରି ନ ଥିଲେ । ୨୦୨୨-୨୩ ଆର୍ଥିକ ବର୍ଷ କଟକଣା ମୁକ୍ତ ଥିବାରୁ ଅବକାରୀ ବିଭାଗ ୨ବର୍ଷର ଏମ୍‌ଜିକ୍ୟୁ ଉଠାଇବାକୁ ତାଗିଦ୍‌ କରାଯାଇଥିଲା । କିଛି ବ୍ୟବସାୟୀ ସୀମିତ ସମୟ ମଧ୍ୟରେ ୨ବର୍ଷର ଏମ୍‌ଜିକ୍ୟୁ ଉଠାଇବା ସମ୍ଭବ ନୁହେଁ ବୋଲି କହିଥିଲେ । ‘ବୋପା ରାଣ ଢ଼ିଙ୍କି ଗିଳ’ ନ୍ୟାୟରେ ମଦ ବ୍ୟବସାୟୀଙ୍କୁ ଏମ୍‌ଜିକ୍ୟୁ ଉଠାଇବାକୁ ଅବକାରୀ ବିଭାଗ ବାଧ୍ୟ କରିଥିଲା ।

ରାଜଧାନୀରେ ଠିପି ବନ୍ଦ ମଦ ବ୍ୟବସାୟୀଙ୍କ ପାଇଁ ଯେଉଁ ଏମ୍‌ଜିକ୍ୟୁ ରଖାଯାଇଛି ତାହା ହାସଲ କରିବା ମୁସ୍କିଲ ହୋଇପଡୁଛି ବୋଲି କିଛି ବ୍ୟବସାୟୀ କହିଛନ୍ତି । ଏହାପରେ ସରକାର ନୂତନ ଅବକାରୀ ନୀତିରେ ପୁଣି ଏମ୍‌ଜିକ୍ୟୁ ବଢ଼ାଇ ଦେଇଛନ୍ତି । ଏହା ବ୍ୟତୀତ ଲାଇସେନ୍ସ ନବୀକରଣ ଦେୟକୁ ବୃଦ୍ଧି କରାଯାଇ ୧.୨୦ ଲକ୍ଷ ଟଙ୍କା କରାଯାଇଛି । ଠିପି ଖୋଲା ମଦ ଦୋକାନୀଙ୍କ ପାଇଁ ଏମ୍‌ଜିକ୍ୟୁ କମ ଥିବା ବେଳେ ଠିପି ବନ୍ଦ ମଦ ଦୋକାନୀଙ୍କ ପାଇଁ ଏହା ଢ଼େର ଅଧିକ । ଠିପି ଖୋଲା ମଦ ଦୋକାନୀଙ୍କୁ ସମସ୍ତ ପ୍ରକାର ମଦ ବୋତଲ ବିକ୍ରି ପାଇଁ ଅନୁମତି ଦିଆଯିବା ଫଳରେ ଠିପି ବନ୍ଦ ଦୋକାନ ପାଇଁ ଏହା ଅଡୁଆ ହୋଇଛି ବୋଲି କିଛି ବ୍ୟବସାୟୀ କହିଛନ୍ତି । ସରକାରଙ୍କର ମତ ନୀତି ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି ।