ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ହରଭଙ୍ଗା: ଗଳି କନ୍ଦିରେ ମଦ ଦୋକାନ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ହରଭଙ୍ଗା ୮/୬: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗ୍ରାମଞ୍ଚଳଠୁ ଆରମ୍ଭ କରି ସହର, ରାସନ ଦୋକାନ, ପାନ ଦୋକାନ, ମନ୍ଦିର ପାଖ, ସ୍କୁଲ କଲେଜ ନିକଟରେ ଛତୁ ଫୁଟିଲା ଭଳି ଚୋରା ଚାଲାଣରେ ମଦ ଦୋକାନ ଗୁଡିକ ଖୋଲି ଖୁଲମ ଖୁଲା ଭାବେ ମଦ ବିକ୍ରି ଚାଲିଥିଲେ ମଧ୍ୟ ବିଭାଗୀୟ ଅବକାରୀ ଓ ପୋଲିସ ଜାଣି ଶୁଣି ନୀରବ ଦ୍ରଷ୍ଟା ସାଜିଥିବାରୁ ଅହେତୁକ ଭାବେ ମଦ ବିକ୍ରି ସହ ସମାଜରେ ବିଶୃଙ୍ଖଳା ଓ ପାରିବାରିକ କଳହ ଲାଗି ରହୁଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ବ୍ଲକର ତିଲେଶ୍ୱର, ଖଜୁରୀପଡା, ,ପୁରୁଣାକଟକ, ଉପର କଟା ଆଦି ସ୍ଥାନରେ ଦେଶୀ ମଦ ଭାଟି ରହିଛି l ପୁରୁଣା କଟକ, ଚାରିଛକ, ବିରନରସିଂହପୁର ଭଳି ସ୍ଥାନ ଗୁଡିକରେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ରହିଛି l କିନ୍ତୁ ଏମାନେ ଗାଁ ଗାଁରେ କୁଚିଆଙ୍କୁ ଧରି ଖୁଲୁମ ଖୁଲା ମଦ ବିକ୍ରି ପାଇଁ ପ୍ରୋହୋତ୍ସନ ଯୋଗାଉଥିବା ବେଳେ ମଦ ମାଲିକ ଓ କୁଚିଆ ବେପାରୀମାନେ ଅବକାରୀ ଓ ପୋଲିସକୁ ହାତ କରି କିଛି ମାସିକିଆ ହାତ ଗୁଂଜା ଯୋଗାଇ ଦେଉଥିବାରୁ କୁଚିଆଙ୍କ ପlଦ୍ରୁଭlବରେ ବଢ଼ୁଛି ମଦ କାରବାର l ଫଳରେ ଗ୍ରାମଞ୍ଚଳ ଗୁଡିକରେ ସନ୍ଧ୍ୟା ହେଲେ କୁଚିଆ ଦୋକାନରେ ଭିଡ଼ ସହ ବଢ଼ୁଛି ବିଶୃଙ୍ଖଳା l ଯାହାକି ସମାଜ ଉପରେ ଖରାପ ପ୍ରଭାବ ପଡିବା ସହ ଏଥିରେ ଛୋଟ ପିଲାଠାରୁ ଆରମ୍ଭ କରି ଯୁବ ପିଢ଼ିମାନେ ଶିକାର ହୋଇ ଖରାପ ଦିଗ ଆଡ଼କୁ ମୁହାଁଉ ଥିବାନେଇ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି l

ଅନ୍ୟପଟେ ଦୋଷ ଦୁର୍ବଳତାକୁ ଘୋଡାଇବା ପାଇଁ ଅବକାରୀ ବିଭାଗ ଓ ପୋଲିସ ନାମକୁ ମାତ୍ର ଗ୍ରାମଞ୍ଚଳର ଆଦିବାସୀ ନୀରିହ ଲୋକମାନେ ଦୁଇ, ଚାରି କିଲୋ ମହୁଳରାନ୍ଧି ମଦ ସଂଗ୍ରହ କରୁଥିବା ବେଳେ ନିରହ ଲୋକଙ୍କ ଠିକଣା ନେଇ କୌଣସି ମତେ ଖବର ରଖି ବିଭାଗ ପାରିବା ପଣିଆକୁ ଦେଖାଇ ଚଢ଼ାଉ କରି ନିଜ କାର୍ଯ୍ୟକୁ ସ୍ୱଚ୍ଛତା ଦେଖାଉଥିବା ଅଭିଯୋଗ ହେଉଛି l କିନ୍ତୁ ଖୋଦ ଜନ ଗହଳି, ଦୋକାନ ବଜାର, ସ୍କୁଲ, ମନ୍ଦିର ଓ ଗ୍ରାମଞ୍ଚଳ ଗୁଡିକରେ ଖୋଲାରେ ବିକ୍ରି ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନ ଥିବାରୁ ବିଭାଗର ପାତର ଅନ୍ତର କାର୍ଯ୍ୟ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ତେଣୁ ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାସହ କୁଚିଆ ମଦ ବିକ୍ରିକୁ ସମ୍ପୂର୍ଣ ରୂପେ ବନ୍ଦ ରଖିବା ପାଇଁ ପଦକ୍ଷେପ ନେବାକୁ ସାଧରଣରେ ଦାବି ହେଉଛି l ଏନେଇ ଜିଲ୍ଲା ଅବକାରୀ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବା ସହ କୁଚିଆ ମଦ ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି l

ନଜର ପକାନ୍ତୁ ଭିରୁଡାରେ ଅବକାରୀ ଚଡାଉ, ବିପୁଳ ପରିମାଣର ରନ୍ଧା ଦେଶୀ ମଦ ଓ ଗୁଡ ପୋଚ ଜବତ…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.