ନୂଆଦିଲ୍ଲୀ : ଦୁବାଇରେ ପ୍ରତିଷ୍ଠିତ ଏୟାର ଶୋ’ ବେଳେ ଶୁକ୍ରବାର ଭାରତୀୟ ବାୟୁ ସେନାର ସ୍ୱଦେଶୀ ଫାଇଟର ବିମାନ ତେଜସ ମାର୍କ ୧ ପ୍ରଦର୍ଶନ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁଃର୍ଭାଗ୍ୟବଶତଃ, ଏହି ଦୁର୍ଘଟଣାରେ ବିମାନକୁ ଚଲାଉ ଥିବା ବାୟୁସେନାର ପାଇଲଟ୍ ୱିଙ୍ଗ କମାଣ୍ଡର ନାମନାଶ ଶ୍ୟାଲଙ୍କ ମୃତ୍ୟୁ ହୋଇଛି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି।
ଦୁର୍ଘଟଣାର କିଛି ଘଣ୍ଟା ପରେ, ସିଏମ୍ ସୁଖୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି- ଦୁବାଇ ଏୟାର ଶୋ'ରେ ତେଜସ୍ ବିମାନ ଦୁର୍ଘଟଣାରେ ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାର ଜଣେ ବୀରପୁତ୍ର ନମନ ଶ୍ୟାଲଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ। ଦେଶ ଜଣେ ସାହସୀ, ଉତ୍ସର୍ଗୀକୃତ ଏବଂ ସାହସୀ ପାଇଲଟ୍ଙ୍କୁ ହରାଇଲା। ମୁଁ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। ସାହସୀ ପୁଅ ନାମନାଶ ଶ୍ୟାଲଙ୍କ ଦେଶ ପ୍ରତି ଥିବା ଅଦମ୍ୟ ସାହସ, ଓ ସମର୍ପଣକୁ ମୁଁ ସାଲ୍ୟୁଟ୍ କରୁଛି।
ରିପୋର୍ଟ ଅନୁଯାୟୀ, କାଙ୍ଗଡ଼ା ଜିଲ୍ଲାରେ ରହୁଥିବା ୱିଙ୍ଗ କମାଣ୍ଡର ନାମନାଶ ସିଆଲଙ୍କୁ ତାଙ୍କ ପ୍ରୋଫେସନଲିଜିମ୍ ଓ ଶାନ୍ତ ସ୍ୱଭାବ ପାଇଁ ଜଣାଶୁଣା ଥିଲେ। ଏହା ପୂର୍ବରୁ, ଭାରତୀୟ ବାୟୁସେନାର ସ୍ୱଦେଶୀ ଲଢୁଆ ବିମାନ ତେଜସ୍ ମାର୍କ- ଦୁବାଇର ମକତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଯୁଦ୍ଧକୌଶଳର ପ୍ରଦର୍ଶନ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭାରତୀୟ ବାୟୁସେନାର ଜଣେ ମୁଖପାତ୍ର କହିଛନ୍ତି ଦୁବାଇ ଏୟାର ଶୋ' ସମୟରେ ବାୟୁସେନାର ଏକ ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଦୁର୍ଘଟଣାରେ ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଛି।
ପାଇଲଟଙ୍କ ମୃତ୍ୟୁରେ ବାୟୁସେନା ଦୁଃଖ ପ୍ରକାଶ କରିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରାଯାଉଛି ବୋଲି ବାୟୁସେନାର ମୁଖପାତ୍ର ମଧ୍ୟ କହିଛନ୍ତି। ରିପୋର୍ଟ ଅନୁସାରେ, ଦୁର୍ଘଟଣାଟି ସ୍ଥାନୀୟ ସମୟ ଅପରାହ୍ନ ୨ଟା ୧୦ମିନିଟ୍ ସମୟରେ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ , ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ପଡ଼ିବା ମାତ୍ରେ ଏଥିରେ ନିଆଁ ଲାଗି ଯାଇ ଥିଲା, ଯାହା ଫଳରେ ଧୂଆଁର ଆସ୍ତରଣ ସବୁ ଉପରକୁ ଉଠିଥିଲା।