PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଶୀତଦିନେ ଶୁଷ୍କ ତ୍ୱଚାରେ କରନ୍ତୁ ଏପରି ମେକଅପ୍, ଚେହେରା ଦେଖାଯିବ ଉଜ୍ଜ୍ୱଳ

ନୂଆଦିଲ୍ଲୀ ୨୦/୧୧: ଶୀତଦିନେ ବିବାହ, ଉତ୍ସବ ଆଦି ବହୁତ ହୋଇଥାଏ । ତେଣୁ ମେକଅପ୍‌  ମଧ୍ୟ ଜରୁରୀ । କିନ୍ତୁ ମେକଅପ୍‌ କରିବା ପରେ ମଧ୍ୟ ଚେହେରା ଉଜ୍ଜ୍ୱଳ ଦେଖାଯିବା ବଦଳରେ ନିଷ୍ପ୍ରଭ ଦେଖାଗଲେ ମନ ଊଣା କରିବା  ସ୍ୱାଭାବିକ । ଶୀତଦିନେ ତ୍ୱଚା ଶୁଷ୍କ ଥିବାରୁ ମେକଅପ୍‌ ବ୍ୟବହାର  ପରେ ଆହୁରି ଖରାପ ଲାଗିଥାଏ ଚେହେରା । ତେଣୁ ଶୀତଦିନେ ଶୁଷ୍କ ତ୍ୱଚାରେ କିପରି ମେକଅପ୍‌ ବ୍ୟବହାର  କରିବେ ଜାଣନ୍ତୁ କିଛି ଟିପ୍ସ ।

ମେକଅପ୍‌ ପୂର୍ବରୁ ମଏଶ୍ଚରାଇଜ :

ଶୀତଦିନେ ତ୍ୱଚା ମଏଶ୍ଚରାଇଜ କରିବା ଜରୁରୀ । ଥଣ୍ଡା  ପବନ ଯୋଗୁ ତ୍ୱଚା ଶୁଖିଲା ଲାଗିଥାଏ । ଏମିତିରେ ଯଦି  ଅଧିକ କେମିକାଲ ଥିବା ମେକଅପ୍‌ ବ୍ୟବହାର କରିବା  ତା’ହେଲେ ଚେହେରା ଆହୁରି ଖରାପ ଦେଖାଯିବ । ତେଣୁ ଶୀତଦିନେ ମେକଅପ୍‌ ବ୍ୟବହାର କରୁଥିଲେ ଭଲ କ୍ୱାଲିଟିର ମେକଅପ୍‌ ବ୍ୟବହାର କରିବା ଉଚିତ । ଯାହାକି ଶୁଷ୍କ ତ୍ୱଚା ପାଇଁ ତିଆରି ହୋଇଥିବ । ଏହା ବ୍ୟତୀତ ମେକଅପ୍‌ କରିବା  ପୂର୍ବରୁ ଚେହେରାକୁ ସଫା କରି ହାଲୁକା ମଏଶ୍ଚରାଇଜର୍‌  ବ୍ୟବହାର କରିବାକୁ ହୋଇଥାଏ । ଏହା ପରେ ଫାଉଣ୍ଡେସନ  ଲଗାଇପାରିବେ ।

ଫାଉଣ୍ଡେସନରେ ମିଶାନ୍ତୁ ଫେସ୍‌ ଅଏଲ୍‌ :

ବେଳେ ବେଳେ ଗାଢ଼ ମେକଅପ୍‌ ଚେହେରାକୁ ଆହୁରି ଅସୁନ୍ଦର କରିଦିଏ । କାରଣ ଏହା ତ୍ୱଚା ସହିତ ମିଶି  ନପାରିଲେ ଚେହେରାରେ ମେକଅପ୍‌ ପ୍ୟାଚ୍ ନଜର ଆସିଥାଏ । ତେଣୁ ଯେବେ ବି ହେଭି ମେକଅପ୍‌ କରିବାକୁ  ମନ ଥିବ, ଫାଉଣ୍ଡେସନ ବ୍ୟବହାର କରିବା ସମୟରେ ଦୁଇ ବୁନ୍ଦା ଫେସ୍‌ ତେଲ ମିଶାଇ ଦେବେ । ଫଳରେ ଚେହେରାରେ ଫାଉଣ୍ଡେସନ ମିଶିଯିବ ଏବଂ ଚେହେରା ଉଜ୍ଜ୍ୱଳ ଦିଶିବ।

ଲିକ୍ୱିଡ୍ ହାଇଲାଇଟର୍‌ :

ଶୀତଦିନେ ମେକଅପ୍‌ କିଟ୍‌ରେ ଏକ ଭଲ କ୍ୱାଲିଟିର ଲିକ୍ୱିଡ ଫାଉଣ୍ଡେସନ ଥିବା ନିହାତି ଜରୁରୀ । ଏହାକୁ ସ୍ପଞ୍ଜ ସାହାଯ୍ୟରେ ମେକଅପ୍‌ ଟଚ୍‌ ଦେଇପାରିବେ । ଏହା ଲୁକ୍‌କୁ ସହଜରେ ଗ୍ଲୋଇଙ୍ଗ୍‌ କରିଥାଏ ।

ପାଉଡର୍‌ଠାରୁ ଦୂରେଇ ରୁହନ୍ତୁ :

ପାଉଡର ବ୍ୟବହାର କରିବା ଦ୍ୱାରା ତ୍ୱଚା ଆହୁରି ଶୁଷ୍କ ଏବଂ ନିଷ୍ପ୍ରଭ ଲାଗିଥାଏ । ତେଣୁ ଯେତେସମ୍ଭବ ଚେଷ୍ଟା କରିବେ ଏମିତି ମେକଅପ୍‌ ସାମଗ୍ରୀ ବ୍ୟବହାର କରିବାକୁ ଯାହା ଲିକ୍ୱିଡ କିମ୍ବା କ୍ରିମି ହୋଇଥିବ । ଆପଣ ବିବି ଏବଂ ସିସି କ୍ରିମ ବ୍ୟବହାର କରିପାରିବେ ।

ଶୁଷ୍କ ତ୍ୱଚା ପାଇଁ ଆଇ ମେକଅପ୍‌ :

ଶୁଷ୍କ ତ୍ୱଚାରେ ଆଇ ମେକଅପ୍‌ କରିବା ସମୟରେ ସବୁବେଳେ କ୍ରିମି ଆଇସ୍ୟାଡୋ ବ୍ୟବହାର କରନ୍ତୁ । ଏହା ପାଉଡର ଆଇସ୍ୟାଡୋଠାରୁ ବହୁତ ଭଲ ଲୁକ୍‌ ଦେଇଥାଏ । ସେମିତି ପେନ୍ସିଲ୍‌ ଆଇ ଲାଇନର କିମ୍ବା କାଜଲ ପରିବର୍ତ୍ତେ ଲିକ୍ୱିଡ ଆଇ ଲାଇନର ବ୍ୟବହାର କରନ୍ତୁ । ଏହା ଅଧିକ ଭଲ ଲାଗିଥାଏ ।