ବିନିକା,୦୬/୧୨: ମେଘୁଆ ପାଗ ପରେ ପୁଣି କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଦେଖା ଦେଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଲାଗି ରହିଛି । କିଛି ଦିନ ପୂର୍ବରୁ ଶୀତର ଲହରୀ ଦେଖାଦେବା ପରେ ପାଗରେ ପରିବର୍ତ୍ତନ ଆସିଥିବାରୁ ମେଘୂଆ ପାଗ ରହିଥିଲା । ଫଳରେ ଶୀତର ମାତ୍ରା କମି ଯାଇଥିଲା । ଏବେ କିନ୍ତୁ କିଛି ଦିନର ମେଘୁଆ ପାଗ ପରେ ପୁଣି ଜିଲ୍ଲାରେ କୁହୁଡ଼ି ସାଙ୍ଗକୁ ଶିତର ଲହରୀ ଦେଖାଦେଲାଣି ।
ସକାଲୁ ସକାଳୁ ଲୋକେ ଶୀତର ମଜା ନେବା ସହିତ ମର୍ଣ୍ଣିଙ୍ଗ ୱାକ୍ କରୁଛନ୍ତି । ରାସ୍ତାରେ କୁହୁଡ଼ି ପାଇଁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି । ଯାନବାହାନ ଗୁଡିକ ଲାଇଟ୍ ଜାଳି ଯାତାୟତ କରୁଛନ୍ତି । ଶୀତରୁ ବର୍ତ୍ତିବା ପାଇଁ ଲୋକେ ଗରମ ଗରମ ଜିନିଷ ଖାଇବାକୁ ପସନ୍ଦ କରୁଛନ୍ତି । ସକାଳୁ ସକାଳୁ ଲୋକେ ନିଆଁ ଜାଳି ଶୀତରୁ ରକ୍ଷା ପାଉଛନ୍ତି । ଜିଲ୍ଲାରେ ଏବେ ଶୀତ ପାଇଁ ଚା ଦୋକାନ ଗୁଡିକରେ ଭିଡ ରହୁଛି ।