ନୂଆଦିଲ୍ଲୀ,୩୦/୧୧: ସଂସଦର ଶୀତ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ରବିବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏଥିଲାଗି ସବୁ ଦଳର ନେତାଙ୍କୁ ଚିଠି ଲେଖିଛନ୍ତି । ରବିବାର ପୂର୍ବାହ୍ନ ୧୧ଟାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ସେଥିରେ ସରକାର ସଂସଦ କାର୍ଯ୍ୟପ୍ରକ୍ରିୟା ସମୟରେ ଯେଉଁ ବିଲ୍ ଗୁଡିକ ସଂପର୍କରେ ଚର୍ଚ୍ଚା କରାଯିବାର ଅଛି ସେଥିନେଇ ବିରୋଧୀ ଦଳର ନେତାଙ୍କୁ ଜଣାଇବେ । ଏଥିସହ ଅଧିବେଶନକୁ ସୂଚାରୂ ରୂପେ ଚଲାଇବା ଲାଗି ବିରୋଧୀ ଦଳଙ୍କର ସହଯୋଗ କାମନା କରିବେ ।
ସଂସଦର ଶୀତ ଅଧିବେଶନ ଡିସେମ୍ବର ୧ରୁ ୧୯ ତାରିଖ ଯାଏ ଚାଲିବ । ୧୯ ଦିନର ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟଦିବସ ରହିବ । ଏହି ସମୟରେ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବେ । ସେପଟେ ଶୀତ ଅଧିବେଶନ ପୂର୍ବରୁ ‘ଇଣ୍ଡିଆ’ ବ୍ଲକ୍ର ନେତାମାନେ ମଧ୍ୟ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଅଫିସ୍ରେ ଏକ ବୈଠକ କରିବେ । ଡିସେମ୍ବର ୧ ଅର୍ଥାତ୍ ସୋମବାର ତାହା ଆୟୋଜିତ ହେବ । ସେଥିରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ ହେବ