PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ, ୨୩ ଦିନରେ ହେବ ୧୭ ଅଧିବେଶନ : ସୂଚନା ଦେଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ, ୧୯/୧୧: ଡିସେମ୍ବର ୭ ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ୨୯ ଡିସେମ୍ବର ଯାଏ ଚାଲିବ । ଏ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ଆସନ୍ତା ଶୀତ ଅଧିବେଶନ ୨୩ ଦିନ ଧରି ଚାଲିବ । ଏଥି ମଧ୍ୟରୁ ୧୭ଟି କାର୍ଯ୍ୟ ଦିବସ ରହିଛି । ଦୀବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଅଧିବେଶନର ପ୍ରଥମ ଦିନ ମୁଲତବୀ ରହିବ । କହିରଖୁ କି, ଉପରାଷ୍ଟ୍ରପତି ହେବା ପରେ ଜଗଦୀପ ଧନକର ପ୍ରଥମ ଥର ପାଇଁ ରାଜ୍ୟସଭା ଦାୟିତ୍ୱ ତୁଲାଇବେ । 

ସୂଚନା ଅନୁସାରେ, ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣାରେ ଚାଲୁଥିଲା ଅଧିବେଶନ ।  ଆସନ୍ତା ଅଧିବେଶନ ବିନା କରୋନା କଟକଣାରେ ଚାଲିବ । ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବେ କେନ୍ଦ୍ର ସରକାର । ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରିବାକୁ ବିରୋଧୀ ପ୍ରସ୍ତୁତ ଅଛନ୍ତି । କାଉଣ୍ଟର ପାଇଁ ବି ସରକାର ପ୍ରସ୍ତୁତ । ଅନ୍ୟପକ୍ଷେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ରହିବା କାରଣରୁ ଏହି ଅଧିବେଶନରେ ଯୋଗ ଦେଇପାରିବେ ନାହିଁ ବୋଲି ଜୟରାମ ରମେଶ କହିଛନ୍ତି ।
ତେବେ ସଂସଦର ଶୀତକାଳୀନ ଅଧିବେଶନ ସାଧାରଣତଃ ନଭେମ୍ବରର ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । କିନ୍ତୁ ୨୦୧୭ ଏବଂ ୨୦୧୮ ମଧ୍ୟରେ ଡିସେମ୍ବର ମାସରେ ଶୀତକାଳୀନ ଅଧିବେଶନ ବସିଥିଲା । ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ଆସନର ନିର୍ବାଚନ ଫଳାଫଳ ପ୍ରକାଶ ସମୟରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେଣୁ ସଂସଦର ଉଭୟ ସଦନରେ ବିଜୟୀ ଏବଂ ପରାଜିତ ଦଳର ନେତାଙ୍କ ମଧ୍ୟରେ ଟିକାଟିପ୍ପଣୀ ଦେଖିବାକୁ ମିଳିବ ।

ସମ୍ବନ୍ଧିତ ଖବର