PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ଓୟୁଏଟିରେ ଶୀତକାଳୀନ ଶିକ୍ଷାତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୦ା୨(ବ୍ୟୁରୋ): ଭାରତୀୟ କୃଷି ଗବେଷଣା ପରିଷଦ(ଆଇସିଏଆର୍‌) ପ୍ରାୟୋଜିତ ଏକ ୨୧ଦିନିଆ ଶୀତକାଳିନ ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ସମ୍ପ୍ରସାରଣ ଶିକ୍ଷା ବିଭାଗ ପରିସରରେ ଆୟୋଜିତ ହୋଇଯାଇଛି । କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ପ୍ରାରମ୍ଭରେ ଡିନ୍‌ ପ୍ରଫେସର କୁମ୍ଭକର୍ଣ୍ଣ ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ମୁଖ୍ୟ ପ୍ରଫେସର ବିଭୁତି ପ୍ରସାଦ ମହାପାତ୍ର ଶୀତକାଳିନ ଶିକ୍ଷା ତାଲିମରେ ଭାରତର ବିଭିନ୍ନ କୃଷି ବିଶ୍ୱବିଦ୍ୟାଳୟକୁ ୨୫ଜଣ କୃଷି ସମ୍ପ୍ରସାରଣ ବିଶେଷଜ୍ଞ ଯୋଗ ଦେବେ ବୋଲି କହିଥିଲେ । କୁଳପତି ପ୍ରଫେସର ପଶୁପାଳକ କୃଷି ବୈଜ୍ଞାନିକମାନଙ୍କୁ ଉଦବୋଧନ ଦେଇ କୃଷି ଓ କୃଷିଭିତ୍ତିକ ଶିଳ୍ପ ଉଦ୍ୟୋଗ ଓ ଏହାର ବାଣିଜ୍ୟ ଗ୍ରାମାଞ୍ଚଳ ଚାଷୀମାନଙ୍କ ପାଇଁ ଉପଲବ୍ଧ ଜ୍ଞାନ କୌଶଳ ବାବଦରେ କହିଥିଲେ । କୃଷି ସମ୍ପ୍ରସାରଣ ବିଭାଗର ପ୍ରଫେସର ପ୍ରଦୀପ କୁମାର ବାନାର୍ଜୀ, ଡ. ରାଧାଶ୍ୟାମ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଶେଷରେ ନିର୍ଦ୍ଦେଶିକା ପ୍ରଫେସର ବିଷ୍ଣୁପ୍ରିୟା ମିଶ୍ର ଧନ୍ୟବାଦ ଦେଇଥିଲେ ବୋଲି ବୈଜ୍ଞାନିକ ଦେବପ୍ରସାଦ ମଲ୍ଲିକ ସୂଚନା ଦେଇଛନ୍ତି ।