​​​​​​​ବଡ଼ଚଣା, ୮।୨: ମହିଳାଙ୍କୁ ଅସଦାଚରଣ ଅଭିଯୋଗ ପରେ ନିର୍ଧୁମ ଛେଚିଲେ । ବଡ଼ଚଣା ଥାନା ତଥା ଧାନମଣ୍ଡଳ ଫାଣ୍ଡି ଅଧୀନ ହୋଲି ଜେସସ୍ ସ୍କୁଲ ପଛ ପଟେ ଥିବା ବସ୍ତି ମହିଳାମାନେ ଫାଣ୍ଡିରେ କାର୍ଯ୍ୟରତ ହୋମଗାର୍ଡଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ହୋମଗାର୍ଡ ଆଲୋକ ପଣ୍ଡା ଧାନମଣ୍ଡଳ ଫାଣ୍ଡିରେ କାର୍ଯ୍ୟରତ ଥିବା ଜଣାପଡ଼ିଛି ।  

ରବିବାର ଭୋରରୁ ହୋମଗାର୍ଡ ଜଣକ ବସ୍ତିର ପହଞ୍ଚିବା ପରେ ମହିଳାଙ୍କୁ ଅସଦାଚରଣ କରିଥିଲେ । ପରେ ବସ୍ତିର ମହିଳାମାନେ ଏକତ୍ରିତ ହୋଇ ଆଲୋକଙ୍କୁ କାବୁ କରିବା ସହ ମାଡ଼ ମାରିଥିଲେ । ହୋମଗାର୍ଡଙ୍କୁ ମହିଳାମାନେ ମାଡ଼ ମାରୁଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରକୃତ ଘଟଣା ସମ୍ପର୍କରେ ଜଣାପଡ଼ିନଥିବା ବେଳେ ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ମହାନ୍ତି କରିଛନ୍ତି, ଏହି ଘଟଣା ନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । ଘଟଣା ସମ୍ପର୍କରେ ଖବର ପାଇ ଆମେ ଜିଲ୍ଲା ପୁଲିସ ମୁଖ୍ୟାଳୟଙ୍କୁ ଅବଗତ କରିଛୁ ।