ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଅଳିଆ ଗଦାରେ ନିଆଁ ଲଗାଇବା ବେଳେ ଜଳିଗଲେ ମହିଳା

Published By : Rasmita Pradhan | November 23, 2024 12:29 PM

ରିଆମାଳ, ୨୩/୧୧ : ଅଳିଆ ଗଦାରେ ନିଆଁ ଲଗାଇବା ବେଳେ ଜଳିଗଲେ ମହିଳା। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ମଲେହିପଡା ପଞ୍ଚାୟତ ହରିହରପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳେ ଜଣେ ମହିଳା ନିଆଁରେ ପୋଡ଼ିହୋଇ ଗୁରୁତର ହୋଇଛନ୍ତି। 

ସୂଚନାନୁଯାୟୀ, ହରିହରପୁର ଗ୍ରାମର ସ୍ୱର୍ଗତ ଗଗନ ବିହାରୀ ସାହୁଙ୍କ ସ୍ତ୍ରୀ ସାଧବାଣୀ ସାହୁ (୬୧ ବର୍ଷ) ଶନିବାର ସକାଳେ ଘର ପାଖରେ ଥିବା ଅଳିଆ ଗଦାରେ ନିଆଁ ଲଗାଉଥିଲେ। ଅସାବଧାନତାବଶତଃ ତାଙ୍କ ଶାଢୀରେ ନିଆଁ ଲାଗି ଯାଇଥିଲା। ଫଳରେ ତାଙ୍କର ଦୁଇ ଜଙ୍ଘ ସହ ଶରୀରର ଅନ୍ୟ ଭାଗ ପୋଡି ଯାଇଥିଲା। ପରିବାର ଲୋକେ ତାଙ୍କୁ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସାଧବାଣୀଙ୍କର ଚିକିତ୍ସା ଚାଲିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.