ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଥାନାରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ , ଅହମଦାବାଦରୁ ଆସି ଭଦ୍ରକରେ ସ୍ବାମୀକୁ ଖୋଜୁଥିଲେ

Published By : Suraj Kumar | January 18, 2025 6:12 PM

ଭଦ୍ରକ,୧୮।୧  ଥାନା ଭିତରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଥାନା ଭିତରେ ଫିନାଇଲ ପିଇଲେ ମହିଳା । ଗୁରୁତର ମହିଳା ଜଣକ ହେଲେ  ନିରଲ ମୋଦି।ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ବନ୍ତ ଥାନାରେ ଏହି ଘଟଣା ଘଟିଛି। ଅହମଦାବାଦରୁ ନିରଳ  ଆସି ଭଦ୍ରକରେ ଦୀର୍ଘ ଦିନ ହେବ ସ୍ବାମୀଙ୍କୁ ଖୋଜୁଥିଲେ।

ଗୁଜୁରାଟ ଅହମ୍ମଦାବାଦ ରିମିପୁର ଅଞ୍ଚଳର ନିରଲ ମୋଦୀଙ୍କ ଏକ ଆଇଟି କମ୍ପାନୀ ଥିଲା। ଏଠାରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ନରସିଂହପୁର ଅଞ୍ଚଳର ମନୋଜ ନାୟକ କାମ କରୁଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରବର୍ତ୍ତୀ ସମୟରେ ଉଭୟ ବିବାହ କରିଥିଲେ। ଉଭୟଙ୍କର ଦୁଇ ବର୍ଷର ପୁତ୍ର ସନ୍ତାନ ମଧ୍ୟ ଅଛି ।

ତେବେ ପ୍ରେମ ବିବାହ ପରେ ମନୋଜ ଗାଁରେ ବ୍ୟବସାୟ ଆରମ୍ଭ କରିବାକୁ କହି ନିରଲଙ୍କୁ ଲୋନ ଆଣିବାକୁ କହିଥିଲେ। ନିରଲ ମଧ୍ୟ ନିଜ ଘର ଏବଂ କମ୍ପାନି ବନ୍ଧକ ରଖି ପର୍ଯ୍ୟାୟ କ୍ରମେ ପ୍ରାୟ ୫ କୋଟି ଟଙ୍କା ଦେଇଥିଲେ । ହେଲେ ଟଙ୍କା ନେଇ ସ୍ତ୍ରୀ ଓ ପୁଅକୁ ଛାଡ଼ି ମନୋଜ  ଫେରାର ହୋଇଯାଇଥିଲେ। ଏହାରି ମଧ୍ୟରେ କମ୍ପାନୀ ବନ୍ଦ ହୋଇଗଲାଣି। ବନ୍ଧା ରଖିଥିବା ଘର ମଧ୍ୟ ନିଲାମ ହେବାକୁ ବସିଲାଣି। 

ମନୋଜଙ୍କୁ ଖୋଜି ଖୋଜି ଆସି ଭଦ୍ରକ ବନ୍ତରେ ନିରଲ ପହଞ୍ଚିଥିଲେ। ଥାନରେ ଅଭିଯୋଗ କରିଥିଲେ। ଏପରିକି ପୋଲିସ ଡିଜିଙ୍କୁ ଭେଟି  ମଧ୍ୟ ଗୁହାରି କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା। ଶେଷରେ ଥାନା ଭିତରେ ଫିନାଇଲ୍ ପିଇ ନିରଲ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.