ପ୍ରମୂଖ ଖବର
  • ବଡମ୍ବା : ପାରିବାରିକ କଳହର କରୁଣ ପରିଣତି . ବିଷ ପିଇ ଶାଶୂ-ବୋହୂ ମୃତ, ପୁଅ ଗୁରୁତର
  • ||
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

୧୦ ଦିନର ପ୍ରସବ ମହିଳାଙ୍କ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକ

Published By : Bijay Swain | June 18, 2025 9:03 PM

ଜଳେଶ୍ୱର, ୧୮/୦୬(ଆପ୍ର): ଝିଅ ଜନ୍ମ ହେଲା ବୋଲି ୧୦ ଦିନର ପ୍ରସବ ମହିଳାକୁ ନିର୍ଯାତନା ଦେଇ ଶାଶୁ ଘର ଲୋକ ମାରିଦେଲେ। କିଛି ଏମିତି ଅଭିଯୋଗ ଆଣିଛନ୍ତି ଝିଅର ବାପ ଘର ଲୋକେ। ପୋଲିସର ଏହି ମାମଲାର ତଦନ୍ତ ଜାରୀ କରିବା ସହ ମହିଳାଙ୍କ ସ୍ୱାମୀ, କକା ଓ ଶଶୁରଙ୍କୁ ଥାନାରେ ଅଟକ ରଖିଛି ।

ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନାପଥରପୁରା ଗ୍ରାମରେ । ଜଳେଶ୍ୱର ପୌପରିଷଦର ଭାଏସ ଚେୟାରମେନ ପୁଷ୍ପପ୍ରିୟା କାମିଳାଙ୍କର ତୃତୀୟ ପୁତ୍ର ରିତେଶ କାମିଳାଙ୍କୁ ଚକବିଷ୍ଣୁ ଗ୍ରାମର ଜଳନ୍ଧର ପ୍ରଧାନଙ୍କର ଝିଅ ନମିତାଙ୍କ ସହିତ ଦୀର୍ଘ ୩ ବର୍ଷ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା। ସେବେଠାରୁ ହସଖୁସିର ସଂସାର ଚାଲି ଆସୁଥିଲା ବେଳେ ତାଙ୍କର ୧୦ଦିନର ଝିଅଟିଏ ରହିଛି। ତେବେ ଆଜି ସକାଳ ୧୦ଟା ସମୟରେ ନମିତାକୁ ଗୁରୁତର ଅବସ୍ଥାରେ ଶାଶୁ ଘର ଲୋକ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ନେଇ ଆସିଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । 

ନମିତା ବେକରେ ରଶିଦେଇ ଆତ୍ମହତ୍ୟା କରିଥିବା କଥା ଶାଶୁ ଘର ଲୋକ କହୁଥିଲା ବେଳେ ନମିତା ଝିଅ ଜନ୍ମ କରିଥିବାରୁ ତାକୁ ଶାଶୁ ଘର ଲୋକ ନିର୍ଯାତନା ଦେଇ ମାରିଥିବା ନେଇ ବାପ ଘର ଲୋକ ଅଭିଯୋଗ ଆଣିଛନ୍ତି। ଖବର ପାଇ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ସ୍ୱାମୀ  ଜଳନ୍ଧର ଓ କକା ଶଶୁର ବସନ୍ତ କାମିଳାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଅନ୍ୟପଟେ ଝିଅର ପରିବାର ପକ୍ଷରୁ ସାଇଣ୍ଟିଫିକ ଟିମକୁ ଖବର ଦିଆଯାଇଛି। ତେବେ ତଦନ୍ତ ପରେ ଏହା ହତ୍ୟାକି ଆତ୍ମହତ୍ୟା ଏନେଇ ଗୁମର ଫିଟିବ ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.