PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବାଇକ୍ ଦୁର୍ଘଟଣାରେ ମହିଳା ମୃତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ସ୍ୱାମୀ

ଆଠମଲ୍ଲିକ, ୧୯/୧୧: ବାଇକ ଦୁର୍ଘଟଣାରେ ଜଣେ ମହିଳା ମୃତ । ଆଠମଲ୍ଲିକ ହଣ୍ଡପା ଥାନା ଅନ୍ତର୍ଗତ ଉରୁକୁଳା ଛକରେ ଦୁର୍ଘଟଣା ଘଟିଥିବା ସୂଚନା । ମୃତ ମହିଳା ଜଣକ ଉରୁକୁଳା ଗ୍ରାମ ପଞ୍ଚାୟତ ଘନପୁର ଗ୍ରାମର ଭଗବତୀ ମୁଖୀ ଓ ତାଙ୍କ ସ୍ୱାମୀ ବିପିନ୍ନ ମୁଖୀ । ଉଭୟ ବାଇକ ଯୋଗେ ନାକଚି ଯାଉଥିବା ସମୟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଟେମ୍ପୋ ସହିତ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଭଗବତୀ ମୁଖୀଙ୍କ ମୃତୁ ହେଇଥିବା ବେଳେ ବିପିନ୍ନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ମୃତଦେହ ଘରେ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।