ଗଞ୍ଜାମ ୨୬/୦୭ : ବଡ଼ ଏକାଦଶୀରେ ଘରକୁ ଆସିଲେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା । ମାଆର କୋଳ ମଣ୍ତନ କଲେ ଦୁଇ ଭାଇ ଓ ଏକ ଭଉଣୀ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀପ୍ତି ଗୌଡ ଗତକାଲି ୩ଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ସେଥି ମଧ୍ୟରୁ ଦୁଇ ସନ୍ତାନ ପୁଅ , ଅନ୍ୟ ଜଣେ କନ୍ୟା ସନ୍ତାନ ।
ଆହୁରି ପଢ଼ନ୍ତୁ...Wild Boar Attack : ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗାଁରେ ବାର୍ହା ଆତଙ୍କ : ବାର୍ହା ଆକ୍ରମଣରେ ବୃଦ୍ଧ ମୃତ, ୪ ଜଣ ଗୁରୁତର
ବୃନ୍ଦାବନ ଗଉଡ ଓ ଦୀପ୍ତି ଗୌଡ ୪ ବର୍ଷ ପୂର୍ବେ ବିବାହ କରିଥିଲେ । ସାଧାରଣ ପ୍ରସୂତି ପରେ ସମସ୍ତ ସନ୍ତାନ ଓ ମା ସୁସ୍ଥ ଅଛନ୍ତି । ତେବେ ଅଧିକ ଚିକିତ୍ସା ଓ ସଠିକ୍ ଯତ୍ନ ପାଇଁ ବ୍ରହ୍ମପୁର MKCG ସ୍ଥାନାନ୍ତରଣ କରାଯାଇଛି । ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଏହା ପ୍ରଥମ ଘଟଣା । ଏଥିପାଇଁ ଡାକ୍ତର ଓ ସେବିକା ଖୁବ ଯତ୍ନ ନେଇଥିଲେ । ଆୟୁଷ ଡାକ୍ତର ବନଜା ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଦୀପ୍ତିଙ୍କ ପ୍ରସବ କରାଯାଇଥିଲା । ପ୍ରସବ ପରେ ତିନୋଟି ସନ୍ତାନ ତାହା ପୁଣି ଦୁଇ ପୁଅ, ଗୋଟିଏ ଝିଅଙ୍କୁ ଦେଖି ଡାକ୍ତର ମଧ୍ୟ ସେମାନଙ୍କ ନାମ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବୋଲି ରଖିବାକୁ କହିଥିଲେ।