ଢେଙ୍କାନାଳ,୨୬\୭ : ବାର୍ହା ନେଲା ବୃଦ୍ଧାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗାଁରେ । ରବିବାର ଭୋରରୁ ବାରହା ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ୬୮ବର୍ଷୀୟ ବଚନ ନାୟକ । ବାରହା ଆକ୍ରମରେ ସେ ଗୁରୁତର ଆହତ ହେବାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି । ସେହିପରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ ଜଣ ଆହତ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ , ରବିବାର ଭୋର ସମୟରେ ୬୮ବର୍ଷୀୟ ବଚନ ଏବଂ ପୁଅ ପାଖ ବିଲରେ କାମ କରୁଥିବା ବେଳେ ଏକ ଜଙ୍ଗଲୀ ବାର୍ହା ତାଙ୍କୁ ଆକ୍ରମଣ କରିଥିଲା । ଏହା ଦେଖି ଅନ୍ୟମାନେ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି । ସ୍ଥାନୀୟ ଲୋକେ ସମସ୍ତ ୬ ଆହତଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ବାରହା ଆକ୍ରମଣକୁ ନେଇ ବର୍ତ୍ତମାନ ଇନ୍ଦିପୁର ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।