ଆଉ ଏକ ଭୟଙ୍କର ହତ୍ୟାକାଣ୍ଡ: ସ୍ବାମୀଙ୍କୁ ହତ୍ୟା ପରେ ୨୨ ଖଣ୍ଡ କରି ଫ୍ରିଜ୍ରେ ରଖିଥିଲା ପତ୍ନୀ, ସହଯୋଗ କରୁଥିଲା ପୁଅ

ନୂଆଦିଲ୍ଲୀ ୧୮/ ୧୧: ଶ୍ରଦ୍ଧା ଓ୍ବାଲକର ହତ୍ୟାକାଣ୍ଡ ଘଟଣା ପୂରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଏବେ ଦିଲ୍ଲୀରୁ ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ପୂର୍ବ ଦିଲ୍ଲୀରେ ଏକ ଭୟଙ୍କର ହତ୍ୟାକାଣ୍ଡର ଚାଞ୍ଚଲ୍ୟକର ଖୁଲାସା କରିଛି କ୍ରାଇମ୍ ବ୍ରାଞ୍ଚ । ସ୍ବାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ମହିଳା ଏବଂ ତା’ର ପୁଅକୁ ସୋମବାର ଗିରଫ କରାଯାଇଛି । ଏପରିକି ହତ୍ୟା କରିବା ପରେ ସ୍ବାମୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜ୍ରେ ରଖିଥିଲେ ମା’ ପୁଅ । ସମୟ ସୁବିଧା ଦେଖି ଶରୀରର କିଛିକିଛି ଅଂଶ ନେଇ ଫିଙ୍ଗୁଥିଲେ ।
ମିଳିଥିବା ସୂଚନା ଅନୁସାରେ, ପୂର୍ବ ଦିଲ୍ଲୀର ପାଣ୍ଡବ ନଗରରେ ଅଞ୍ଜନ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି ଫ୍ରିଜ୍ରେ ରଖିଥିଲେ ପତ୍ନୀ ଏବଂ ପୁଅ । ସମସ୍ତେ ଶୋଇବା ପରେ ସୁବିଧା ଦେଖି ଅଳିହା ଗଦାରେ ଫିଙ୍ଗୁଥିଲେ ଖଣ୍ଡଖଣ୍ଡ ମୃତଦେହ । ଏଭଳି ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ଶ୍ରଦ୍ଧା ଓ୍ବାଲକର ହତ୍ୟାକାଣ୍ଡର ପୂରାପୂରି ନକଲ । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୫ଖଣ୍ଡ କରିଥିଲା ଲିଭ୍-ଇନ୍ ପାର୍ଟନର ଆଫତାବ୍ ଅମିନ । ଏବେ ପୁଣି ଦିଲ୍ଲୀରୁ ଆସିଛି ଲୋମଟାଙ୍କୁରା ଖବର ।
୨୦୧୭ରେ ଅଞ୍ଜନ ଦାସଙ୍କୁ ବିବାହ କରିଥିଲା ପୁନମ । ଯିଏକି ପୂର୍ବରୁ ମଧ୍ୟ ବିବାହିତ ଥିଲେ । ୨୦୧୬ରେ ସ୍ବାମୀ କାଲୁଙ୍କ ଦେହାନ୍ତ ପରେ ଅଞ୍ଜନଙ୍କୁ ବିବାହ କରିଥିଲା ପୁନମ । ମୃତକ ଅଞ୍ଜନ ଦାସ ମଧ୍ୟ ବିହାରରେ ବିବାହ କରିଥିଲେ ଏବଂ ସେଠାରେ ତାର ୮ ସନ୍ତାନ ରହିଛନ୍ତି । ତେବେ କିଛି ରୋଜଗାର କରୁନଥିବାରୁ ପ୍ରତିଦିନ ପାରିବାରିକ କଳହ ଲାଗିରହୁଥିଲା ବୋଲି କ୍ରାଇମ୍ ବ୍ରାଞ୍ଚ ଡିସିପି ଅମିତ ଗୋଏଲ କହିଛନ୍ତି ।
A woman along with her son arrested by Crime Branch in Delhi's Pandav Nagar for murdering her husband. They chopped off body in several pieces,kept in refrigerator & used to dispose of pieces in nearby ground: Delhi Police Crime Branch
— ANI (@ANI) November 28, 2022
(CCTV visuals confirmed by police) pic.twitter.com/QD3o5RwF8X