ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅନ୍ଧବିଶ୍ୱାସ ଯୋଗୁଁ ଶିଶୁକୁ ପାଣି ଟାଙ୍କିରେ ବୁଡ଼ାଇ ହତ୍ୟା କଲା ମାଆ

Published By : Anindita Ratha | October 26, 2024 1:48 PM

ନୂଆଦିଲ୍ଲୀ,୨୬/୧୦: ଅନ୍ଧବିଶ୍ୱାସ ଯୋଗୁଁ  ୧୯ ଦିନର ଶିଶୁକୁ  ପାଣି ଟାଙ୍କିରେ ବୁଡ଼ାଇ ହତ୍ୟା କଲା ଜନ୍ମକଲା ମାଆ। ତେବେ ରାଜସ୍ଥାନର ସିକରରୁ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏନେଇ ପୋଲିସ ଅଭିଯୁକ୍ତ ମା’କୁ ଗିରଫ କରିଛି। ଏହି ଘଟଣା ସିକରର ଜେଲୋ ଗାଁର ନା ବସ୍ତିରେ ଘଟିଛି।

ଏନେଇ ଏଏସପି ଗିରିଧାରୀ ଲାଲ ଶର୍ମା କହିଛନ୍ତି ଯେ, ମହିଳାଙ୍କ ଆଚରଣ ଯୋଗୁଁ ସନ୍ଦେହ ହୋଇଥିବାରୁ ତାଙ୍କୁ ପଚରାଉଚରା କରାଯାଇଥିଲା । ଯାହପରେ ମହିଳା ଜଣକ ନିଜ ଅପରାଧ ସ୍ବିକାର କରିଛନ୍ତି । ତେବେ ଯେତେବେଳେ ସେ ମହିଳାଙ୍କୁ ତାଙ୍କ ପିଲାକୁ କାହିଁକି ହତ୍ୟା କଲା ବୋଲି ପଚାରିଥିଲେ। ସେତେବେଳେ ମହିଳା ଜଣକ କହିଥିଲେ ଯେ , “ମଙ୍ଗଳବାର ରାତିରେ ମୁଁ ଶିଶୁକୁ ନେଇ  ଶୋଇଥିଲି। ଧଳା ଶାଢୀ ପିନ୍ଧିଥିବା ଜଣେ ମହିଳା ମୋ ସ୍ୱପ୍ନରେ ଆସିଲେ ଏବଂ ତାଙ୍କ ପୁଅ ଭଲ ନୁହେଁ ବୋଲି କହିଥିଲେ। ତାଙ୍କୁ ହତ୍ୟା କରିବାକୁ ପଡିବ। ତା’ପରେ ସେ ଅଦୃଶ୍ୟ ହୋଇଗଲେ। ” ଯାହା ପରେ ମହିଳା ଜଣକ ଭୟଭୀତ ହୋଇପଡିଥିଲେ । ଏହାପରେ ସେ  ନିଜ ପିଲାକୁ ଉଠାଇ କୋଠରୀ ବାହାରେ ଥିବା ପାଣି ଟାଙ୍କିରେ ରଖି ଫେରି ଆସି ତାଙ୍କ ବିଛଣାରେ ପୁଣି ଶୋଇପଡିଥିଲେ। ତେବେ ଘଟଣାର  ପରଦିନ ମୃତଦେହ ପାଣି ଟାଙ୍କିରେ ଭାସୁଥିବା ଦେଖିବାକୁ ମିଳିଥିଲା। ତେବେ ଶିଶୁର ପିତା କୃଷ୍ଣ କୁମାର ରାଜସ୍ଥାନର ରତନଗଡରେ ଅଗ୍ନିଶମ ବିଭାଗରେ କାର୍ଯ୍ୟ କରନ୍ତି। ସେ କହିଛନ୍ତି ଯେ ମୃତ ଜଣକ ସେମାନଙ୍କର ପ୍ରଥମ ସନ୍ତାନ, ଆଠ ବର୍ଷ ପରେ ଜନ୍ମ ହୋଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.