ନୂଆଦିଲ୍ଲୀ : ଦିଲ୍ଲୀର କୃଷ୍ଣ ବିହାର ଅଞ୍ଚଳରେ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଘରେ ସିଲିଣ୍ଡର ବ୍ଲାଷ୍ଟ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଘଟଣାଟି ଆରଡି ପବ୍ଲିକ୍‌ ସ୍କୁଲ ନିକଟ କ୍ୟୁ ବ୍ଲକ୍‌ର ଥିବା କୁହାଯାଉଛି। ବ୍ଲାଷ୍ଟ ଏତେ ଜୋରଦାର ଥିଲା ଯେ, ଘରର ଅଧା ଭାଗ ଭୁଶୁଡ଼ି ପଡ଼ିଛି , ଯେଉଁଥିରେ ଜଣେ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

ଲାଇଭ୍‌ ହିନ୍ଦୁସ୍ତାନ ଡଟ୍‌ କମ୍‌ରେ ପ୍ରକାଶିତ ସୂଚନା ଆଧାରରେ, ମୃତ ମହିଳା ଜଣଙ୍କ ହେଉଛନ୍ତି ୨୪ ବର୍ଷିୟା ରଜନୀ। ଏହା ବ୍ୟତୀତ ଆଉ ଜଣେ ମହିଳା ମଧ୍ୟ ପୋଡ଼ି ହୋଇ ଯାଇଛନ୍ତି। ଘଟଣାର ତୁରନ୍ତ ପରେ ଫାୟାର ଡିପାର୍ଟମେଣ୍ଟକୁ ଏହାର ସୂଚନା ଦିଆଯାଇଛି, ଏହାପରେ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। 

ଦିଲ୍ଲୀ ଫାୟାର ସର୍ଭିସ୍‌ ଘଟଣାର ସୂଚନା ଦେଇ କହିଛି କି, କୃଷ୍ଣ ବିହାର ଅଞ୍ଚଳର କ୍ୟୁ ବ୍ଲକ୍‌ରେ ସିଲିଣ୍ଡର ବ୍ଲାଷ୍ଟର ସୂଚନା ମିଳିଥିଲା। ସେଠାରେ ଘର (ଗ୍ରାଉଣ୍ଡ ଓ ଫାର୍ଷ୍ଟ ଫ୍ଲୋର)ର ଅଧା ଭାଗ ମଧ୍ୟ ଭୁଶୁଡ଼ି ଯାଇଛି,ଯେଉଁଥିରେ ୨୪ ବର୍ଷିୟା ରଜନୀଙ୍କର ମୃତ୍ୟୁ ହୋଇଛି। ଆଉ ଜଣେ ମହିଳା ଜଳି ଯାଇଛନ୍ତି। 

କହି ରଖୁଛୁ କି, ଏହା ପୂର୍ବରୁ ଫରିଦାବାଦରୁ ଏକ ଏମିତି ଘଟଣା ସାମନାକୁ ଆସିଥିଲା , ଯେଉଁଥିରେ ସିଲିଣ୍ଡର ବ୍ଲାଷ୍ଟ ହେବାରୁ କୋଠାର ଛାତ ଭାଙ୍ଗି ଯାଇଥିଲା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ଜଣ ସଦସ୍ୟ ଓ ତାଙ୍କ ପଡୋଶୀଙ୍କର ମୃତ୍ୟୁ ହୋଇଛି।