PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଦୁଇ ଛୁଆଙ୍କୁ ବିଷଦେଇ ନିଜେ ଆତ୍ମହତ୍ୟା ଉଦ୍ୟମ କଲା ମା’, ଚିକିତ୍ସାଧିନ ଅବସ୍ଥାରେ ମା-ପୁଅ ମୃତ, ଝିଅ ଗୁରୁତର…

ନୂଆଦିଲ୍ଲୀ: ଅନୈତିକ ସମ୍ପର୍କ ପାଇଁ ଦୁଇଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲା ମା । ଚିକିତ୍ସା ସମୟରେ ମା ଏବଂ ଦୁଇ ବର୍ଷର ପୁଅର ମୃତ୍ୟୁ ହୋଇଥିଲା। ଚାରି ବର୍ଷର ଝିଅର ଅବସ୍ଥା ଗୁରୁତର ରହିଛି । ପ୍ରେମିକ ସହିତ ରହୁଥିବା ଜଣେ ମହିଳା ଏଭଳି କାଣ୍ଡ ଘଟାଇଛନ୍ତି ।ପୋଷ୍ଟମର୍ଟମ ପରେ ପୋଲିସ ମୃତଦେହ ସମ୍ପର୍କୀୟଙ୍କୁ ଦେଇଛି ।

ଗାଁ କାଚାନାଲ ଗାଜୀ ନିବାସୀ ୩୦ ବର୍ଷିୟ କୁସୁମଲତାଙ୍କର ପ୍ରାୟ ଛଅ ବର୍ଷ ପୂର୍ବେ ୟୁପିର ଦଢିଆଲ ଜିଲ୍ଲା ରାମପୁରର ବାସିନ୍ଦା ରାମକିଶୋରଙ୍କ ସହ ବିବାହ ହୋଇଥିଲା । ତାଙ୍କର ୨ ବର୍ଷର ଏକ ପୁଅ ଏବଂ ୪ ବର୍ଷର ଝିଅ ଥିଲେ । ମଝିରେ ମଝିରେ କୁସୁମଲତା କୁଣ୍ଡା ଅଞ୍ଚଳର ଗଙ୍ଗାପୁର ଗାଁରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯିବାକୁ ପଡୁଥିଲା । ସେଠାରେ ସେ ରଘୁବୀର ସିଂ ନାମକ ଜଣେ ଯୁବକଙ୍କୁ ଭେଟିଥିଲେ ଏବଂ ଉଭୟଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ପ୍ରାୟ ଦେଢ ବର୍ଷ ପୂର୍ବେ କୁସୁମ ତାଙ୍କ ପିଲାମାନଙ୍କୁ ସାଙ୍ଗରେ ନେଇ ପ୍ରେମିକଙ୍କ ସହ ରହିବାକୁ ଲାଗିଲେ । ଆଉ ଏକ ମାସ ପୂର୍ବରୁ ସେ ଅନ୍ୟ ଏକ ପୁତ୍ରଙ୍କୁ ଜନ୍ମ ଦେଇଥିଲେ । ମଙ୍ଗଳବାର ଅପରାହ୍ନରେ ପ୍ରେମିକ କାମ ପାଇଁ ଘରୁ ବାହାରକୁ ଯାଇଥିଲେ। ଏହି ସମୟରେ କୁସୁମ ନିଜେ ଝିଅ ଏବଂ ପୁଅଙ୍କୁ ବିଷ ଦେଇ ନିଜେ ମଧ୍ୟ ବିଷ ଖାଇଦେଇଥିଲେ ।

ସମ୍ପର୍କୀୟମାନେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ । ଯେଉଁଠାରେ କୁସୁମ ଏବଂ ପୁଅ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ । ଝିଅକୁ ଗୁରୁତର ଅବସ୍ଥାରେ ଅନ୍ୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦେଢ ବର୍ଷ ପୂର୍ବେ ଗାଁରେ ଏକ ପଞ୍ଚାୟତ ବସିଥିଲା, ଯେଉଁଥିରେ ମୃତକଙ୍କ ସ୍ୱାମୀ ଏବଂ ଅନ୍ୟ ସମ୍ପର୍କୀୟମାନେ ଯୋଗ ଦେଇଥିଲେ । ସମ୍ମତି ପରେ ମହିଳା ତାଙ୍କ ପ୍ରେମିକ ସହ ରହିବାକୁ ଲାଗିଲେ । ତେବେ ଏହି ଆତ୍ମହତ୍ୟା ପଛରେ ଘରୋଇ ଘଳି ରହିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ଘଟଣାର କୌଣସି ରିପୋର୍ଟ ମିଳିନାହିଁ ।

ସମ୍ବନ୍ଧିତ ଖବର