PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭାଇର ବାହାଘରରେ ହଠାତ୍ ପହଞ୍ଚିଲା ବିଦେଶରେ ରହୁଥିବା ଭଉଣୀ, ଆଉ ତାପରେ ଘଟିଲା ଏମିତି କିଛି

news18

ନୂଆଦିଲ୍ଲୀ ୨୭/୦୧: ଦେଶ ବାହାରେ ରହୁଥିବା ଅନେକ ଲୋକ ପାର୍ଟି, ପଙ୍କସନ୍ ବିବାହ ଏବଂ ପର୍ବପର୍ବାଣୀରୁ ବଞ୍ଚିତ ହୁଅନ୍ତି। ନିକଟରେ ଚାକିରୀ ପାଇଁ ବ୍ରିଟେନ ଯାଇଥିବା ଜଣେ ଯୁବତୀ ଅତ୍ୟନ୍ତ ଦୁଃଖି ଥିଲେ। କାରଣ ସେ ତାଙ୍କ ଭାଇଙ୍କ ବିବାହରେ ଯୋଗ ଦେଇ ପାରୁନଥିଲେ। ଭାଇଙ୍କ ବିବାହକୁ ହରାଇବା ଚିନ୍ତା ତାଙ୍କୁ ବହୁତ ବିବ୍ରତ କରୁଥିଲା ​​। ଯାହାପରେ ସେ ଭାରତକୁ ଫେରିଗଲେ ଏବଂ ବିବାହ ସ୍ଥଳରେ ହଠାତ୍ ପହଞ୍ଚି ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ହ୍ୟୁମାନ୍ସ ଅଫ୍ ବମ୍ବେ ଇନଷ୍ଟାଗ୍ରାମରେ ସେୟାର ହେବା ପରେ ତାଙ୍କ ସରପ୍ରାଇଜ୍ ଏଣ୍ଟ୍ରିର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍‌ରେ ଦର୍ଶାଯାଇଛି ଯେ ମହିଳା ଜଣଙ୍କ ଭିଡ଼ ଦେଇ ବିବାହ ମଞ୍ଚକୁ ଯାଉଛନ୍ତି। ତାଙ୍କୁ ଦେଖିବା ପରେ ତାଙ୍କ ମା ଆନନ୍ଦରେ ଚିତ୍କାର କରୁଥିବାବେଳେ ତାଙ୍କ ବାପା ମଧ୍ୟ ଉଠି ତାଙ୍କୁ ଆଲିଙ୍ଗନ କରିଛନ୍ତି।

ମହିଳା ଜଣକ ନଭେମ୍ବର ୮ରେ ଚାକିରି ପାଇଁ ବ୍ରିଟେନ ଯାଇଥିଲେ ଏବଂ ନଭେମ୍ବର ୨୬ରେ ତାଙ୍କ ଭାଇଙ୍କର ବିବାହ ଥିଲା। ମହିଳା ଜଣକ କହିଛନ୍ତି, ତାଙ୍କ ସହକର୍ମୀଙ୍କ ସହ ଆଲୋଚନା କରିବା ପରେ ସେ ବିବାହକୁ ଆସିବାକୁ ନିଷ୍ପତ୍ତି ନେଉଥିଲେ। ଏହା ସେ ତାଙ୍କ ଭାଇଙ୍କୁ ଜଣାଇଥିଲେ ଏବଂ ପରବାରକୁ ନଜଣାଇବାକୁ କହିଥିଲେ। କାରଣ ସେ ସମସ୍ତଙ୍କୁ ସରପ୍ରାଇଜ୍ ଦେବାକୁ ଚାହୁଁଥିଲେ। ଭାରତ ଫେରି ସେ ନିଜ ବନ୍ଧୁଙ୍କ ଘରେ ରହିଥିଲେ ଏବଂ ବିବାହରେ ସେତେବେଳେ ଯୋଗ ଦେଇଥିଲେ ଯେତେବେଳେ ବର କନିଆଁ ମଥାରେ ସିନ୍ଦୁର ପିନ୍ଧିବାକୁ ଯାଉଥିଲେ।

ତେବେ ଏହି ସରପ୍ରାଇଜ୍ ଏଣ୍ଟ୍ରି ଲୋକଙ୍କୁ ପସନ୍ଦ ଆସିଲାନି। କାରଣ ଅନେକ ଲୋକ ତର୍କ କରିଛନ୍ତି ଯେ ମହିଳା ଜଣଙ୍କ କନିଆଁଙ୍କ ଠାରୁ ଧ୍ୟାନ ହଟାଇ ନିଜ ଉପରେ କେନ୍ଦ୍ରିତ କରିଛନ୍ତି। ଜଣେ ୟୁଜର୍  କମେଣ୍ଟ କରିଛନ୍ତି, ମୁଁ କନିଆଁ ପାଇଁ କିଛି ଅନୁଭବ କରୁଛି। ସ୍ନେହ ଏବଂ ସମସ୍ତ ଲାଇମଲାଇଟ୍ ତାଙ୍କ ଉପରେ ହେବା ଉଚିତ୍। ମୁଁ ତାଙ୍କ ଭାଇଙ୍କ ପାଇଁ ଭଲପାଇବାକୁ ବୁଝିପାରୁଛି, କିନ୍ତୁ ସମୟ ଭିନ୍ନ ହୋଇପାରିଥାନ୍ତା।

ଅନ୍ୟଜଣେ ୟୁଜର୍ ଲେଖିଛନ୍ତି, ମୋତେ ଭୁଲ ବୁଝିବେନି। ନିଜ ଭାଇ ଏବଂ ଭଉଣୀଙ୍କ ଜୀବନର ଣହତ୍ୱପୂର୍ଣ୍ଣ ସମୟରେ ସମସ୍ତଙ୍କ ଧ୍ୟାନ ନିଜ ଉପରେ ନେବାଠିକ୍ ନୁହେଁ।

ସମ୍ବନ୍ଧିତ ଖବର