ମୁହଁରେ ଟେପ୍ , ହାତ ହୋଇଛି ବନ୍ଧା … ସୁଟକେସ୍ ଭିତରେ ଥିଲା ମହିଳାଙ୍କ ମୃତଦେହ

ପାନିପତ – ହରିଆଣାର ପାନିପତରେ ଏକ ଲୋମ ଟାଙ୍କୁରା ଘଟଣା ସାମନାକୁ ଆସିଛି । ରୋହତକ-ଜୟପୁର ହାଇୱେରେ ରେଲୱେ ଓଭର ବ୍ରିଜ୍ ବାଇପାସ୍ ଉପରେ ମଙ୍ଗଳବାର ଏକ ବନ୍ଦ ସୁଟକେସ୍ରୁ ଏକ ଶବ ମିଳିଛି , ଯାହାକୁ ନେଇ ଆତଙ୍କ ଖେଳିଯାଇଛି। ଏହି ଶବଟି ଜଣେ ମହିଳାଙ୍କର । ମୃତ ମହିଳାଙ୍କର ମୁହଁରେ ଟେପ୍ ଲଗା ହୋଇଛି । ତାଙ୍କର ହାତ ରସିରେ ବନ୍ଧା ହୋଇଛି ମଧ୍ୟ । ସ୍ଥାନୀୟ ଲୋକେ ଏହି ଭୟଙ୍କର ଘଟଣାର ସୂଚନା ପୁଲିସକୁ ଦେଇଥିଲେ। ସୂଚନା ପାଇବା କ୍ଷଣି ପୁଲିସର ଉଚ୍ଚ କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏଫଏସଏଲ ଟିମ୍କୁ ମଧ୍ୟ ଘଟଣା ସ୍ଥଳକୁ ଡକାଯାଇ ଥିଲା । ଟିମ୍ ଘଟଣାସ୍ଥଳରୁ ଜରୁରୀ ପ୍ରମାଣ ସଂଗ୍ରହ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ମଙ୍ଗଳବାର ଦ୍ୱିପ୍ରହର ପାଖାପାଖି ୧୨ଟାରେ ହାଇୱେ ଉପରେ ଯାଉଥିବା ଲୋକଙ୍କ ନଜର ପଡ଼ିଥିଲା ଏକ ସୁଟକେସ ଉପରେ। ଯେବେ ସେମାନେ ସୁଟକେସକୁ ଖୋଲିଲେ ତ ଆଶ୍ଚର୍ଯ୍ୟ ହୋଇଗଲେ। ଯେବେ ସୁଟକେସ୍କୁ ଲୋକେ ଖୋଲିଲେ ତ ତାଙ୍କୁ ଜିନିଷ ବଦଳରେ ଜଣେ ମହିଳାଙ୍କ ଶବ ମିଳିଲା । ସେହି ଶବର ସ୍ଥିତି ବି ଠିକ୍ ନଥିଲା । ମହିଳାଙ୍କ ମୁହଁରେ ଟେପ୍ ଲାଗିଥିଲା । ହାତକୁ ରଶିରେ ବନ୍ଧା ଯାଇଥିଲା ।
ବର୍ତ୍ତମାନ ପୁଲିସ ମହିଳାଙ୍କ ପରିଚୟ ପାଇନାହିଁ । ସୁଟକେସ ଭିତରୁ କୌଣସି ପ୍ରମାଣର କାଗଜପତ୍ର ବି ମିଳିନାହିଁ । ମହିଳାଙ୍କ ବିଷୟରେ କୌଣସି ପ୍ରକାରର ପରିଚୟ ପତ୍ର ବି ମିଳିନି । ଯେବେ ଲୋକେ ଉକ୍ତ ଘଟଣା ବିଷୟରେ ସୂଚନା ପୁଲିସ କଣ୍ଟ୍ରୋଲ ରୁମ୍କୁ ଦେଇଥିଲେ , ସୂଚନା ପାଇବା କ୍ଷଣି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା ।
ସୂଚନା ମିଳିବା କ୍ଷଣି ଘଟଣା ସ୍ଥଳରେ ଏଏସପି ମୟଙ୍କ ମିଶ୍ରା , ସେକ୍ଟର ୨୯ ଥାନା ପ୍ରଭାରୀ ରାକେଶ ବର୍ମା , ସିଆଇଏ ଓ ଏଫଏସଏଲର ଟିମ୍ ପହଞ୍ଚି ଥିଲା । ପୁଲିସ ଶବକୁ ନିଜ କବଜାକୁ ନେଇ ଆଗାମୀ କାର୍ଯ୍ୟକ୍ରମ ଆରମ୍ଭ କରିଛି।