PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ହାଇଓ୍ବା -ଟାଟା ଏସି ମୁହାଁମୁହିଁ ଧକ୍କା, ଶାଶୂ ମୃତ, ଜ୍ବାଇଁ‌ ଗୁରୁତର

ରାଇରଙ୍ଗପୁର,୧୯।୧୧  ମୟୂରଭଞ୍ଜ ଜିଲ୍ଲା ର ଠାକୁରମୁଣ୍ଡା ବଜାର ଠାରୁ ୧ କିମି ଦୂର ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ର ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର  ରାତି ରେ ଏକ ବାଲି ବୋଝେଇ ଟ୍ରକ ସହିତ ଟାଟା ଏସି ଭ୍ୟାନ ମୁହାଁ ମୁହିଁ ଧକ୍କା ହୋଇଛି।  ଏଥିରେ ଶାଶୂର ମୃତ୍ୟୁ ଘଟିଥିବା ବେଳେ ଜ୍ବାଇଁ ଗୁରତର ହୋଇଛି।

ଓଡ଼ି ୧୧ ଏ ୪୦୧୮ ନମ୍ବର ବିଶିଷ୍ଟ ହାଇଓ୍ବା ଗାଡ଼ି ବାଲି ବୋଝେଇ କରି ଆନନ୍ଦପୁର ରୁ ଠାକୁରମୁଣ୍ଡା ଆସୁଥିବା ବେଳେ ଚକୁଳିଆ ଗ୍ରାମରୁ ପତ୍ରତୋଳା ଗ୍ରାମକୁ ଟାଟା ଏସି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।ଟାଟା ଏସିରେ ବସି ଯାଉଥିବା ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୨ ବର୍ଷ ନାତି ଗାଡି ଭିତରୁ ଛିଟିକି ପଡି ରାସ୍ତା କଡ ରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଛି। ଟାଟା ଏସି ଚାଳକ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ଓ ୧୦୮ ଆମ୍ବୁଲାନ୍ସ  ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ହେଉଥିବା ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଡାକ୍ତର ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ମୃତ ମହିଳା ଜଣକ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଚକୁଳିଆ ଗ୍ରାମର ରାନୁ ମାରାଣ୍ଡି ହୋଇଥିବା ବେଳେ ଗୁରୁତର ଡ୍ରାଇଭର ଜଣକ ତାଙ୍କର ଜ୍ବାଇଁ ଗାନ୍ଧୀ ହେମ୍ବ୍ରମ, ଏବଂ ଆହତ ଶିଶୁ ଜଣକ ଡ୍ରାଇଭର ଗାନ୍ଧୀ ଙ୍କ ୨ ବର୍ଷ ର ପୁଅ ବୋଲି ଜଣା ପଡିଛି। ଦୁର୍ଘଟଣା ପରେ ବାଲି ଟ୍ରକର ଡ୍ରାଇଭର ଫେରାର ହୋଇଯାଇଥିବା  ଜଣାପଡ଼ିଛି। ଘଟଣାସ୍ଥଳରେ ଠାକୁରମୁଣ୍ଡା ଥାନା ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି।