ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ବୃଦ୍ଧା ମୃତ

ଯାଜପୁର ରୋଡ, ୫।୭ ନଦୀରେ ଗାଧୋଉଥିବା ସମୟରେ ପାଣିରେ ବୁଡ଼ି ବୃଦ୍ଧା ଙ୍କ ମୃତ୍ୟୁ ଘଟିଛି ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଧନତୀରି ଗ୍ରାମରେ। ମୃତ ମହିଳା ଜଣକ ହେଲେ ମାଳତୀ ସାହୁ ।
ପାଣିକୋଇଲି ଥାନା ଧନତୀରି ଗ୍ରାମରେ ନିକଟ ବୈତରଣୀ ନଦୀରେ ମାଳତୀ ଗାଧୋଉଥିବା ସମୟରେ ହଠାତ୍ ନଦୀ ସ୍ରୋତରେ ଭାସି ଯାଇ ବୁଡ଼ି ଯାଇଥିଲେ। ନିକଟରେ ଥିବା ଅନ୍ୟ କେତେଜଣ ମହିଳା ଏହା ଦେଖି ବୃଦ୍ଧାଙ୍କ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ଗ୍ରାମବାସୀ ସେଠାରେ ପହଞ୍ଚି ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନଦୀରେ ଭାସୁଥିବା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅନୁଧ୍ୟାନ କରୁଛି।