ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଗାଁ ଶିବ ମନ୍ଦିରରୁ ମହିଳାଙ୍କ ମୃତଦେହ ଉଦ୍ଧାର: ଦେଢଶୂର ଶାବଳରେ ମାରି ହତ୍ୟା କରିଥିବା ଅଭିଯୋଗ

ସାନଖେମୁଣ୍ଡି ୧୬/୦୮: ଗାଁ ଶିବ ମନ୍ଦିର ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଏହି ଭଳି ଅଭାବନୀୟ ଘଟଣା ଆସିକା ବ୍ଲକ୍ ହରଡାପଦର ଗାଁ ଘଟିଛି। ମୃତ ମହିଳାଙ୍କ ଦେଢଶୂର ଶାବଳରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି। ପୁଲିସ ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛୋଦ ପାଇଁ ପଠାଇଥିବା ସୂଚନା ମିଳିଛି।

{"id":153406,"width":637,"height":350,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ହରଡାପଦର ଗ୍ରାମ ଶିବ ମନ୍ଦିର ପରିସରରେ ମହିଳାଙ୍କୁ ହତ୍ୟା କରାଯାଇଛି । ମହିଳା ଜଣଙ୍କ ହେଲେ ରଞ୍ଜିତା ନାୟକ । ତାଙ୍କ ବୟସ ୪୨ ବର୍ଷ । ମହିଳାଙ୍କ ଘର ସେହି ଗ୍ରାମର ହରିଜନ ସାହିରେ ବୋଲି ଜଣାପଡିଛି । ସକାଳୁ ମହିଳା ଜଣଙ୍କ ମନ୍ଦିରକୁ ଯାଇଥିଲେ । ସେଠି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ତାଙ୍କ ଦେଢଶୁର ମହିଳାଙ୍କ ମୁଣ୍ଡକୁ ଏକ ଶାବଳରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କର ଘଟଣାସ୍ଥଳରେ ମୁତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.